ETV Bharat / lifestyle

ଶରୀରରେ ଆଇରନ ବଢାଇବାକୁ ଖାଆନ୍ତୁ ଏହି ରୁଟି, ବନାଇବା ଭାରି ସହଜ

Beetroot roti health benefits: ଶରୀରରେ ଆଇରନ ବଢାଇବାକୁ ଖାଆନ୍ତୁ ବିଟ୍ ରୁଟି । ଏହାକୁ ବନାଇବା ଭାରି ସହଜ ହୋଇଥିବାବେଳେ ଏଥିରୁ ବହୁ ସ୍ବାସ୍ଥ୍ୟଗତ ଲାଭ ମିଳେ ।

ଶରୀରରେ ଆଇରନ ବଢାଇବାକୁ ଖାଆନ୍ତୁ ଏହି ରୁଟି
ଶରୀରରେ ଆଇରନ ବଢାଇବାକୁ ଖାଆନ୍ତୁ ଏହି ରୁଟି (ETV Bharat)
author img

By ETV Bharat Health Team

Published : Nov 9, 2024, 2:29 PM IST

Beetroot Roti benefits: କୁହାଯାଏ, ଯଦି ଆମେ ଆମର ଖାଦ୍ୟାଭ୍ୟାସରେ ସାମାନ୍ୟ ପରିବର୍ତ୍ତନ କରୁ ତାହେଲେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିପାରିବା । ସାଧାରଣତଃ ଆମେ ନିୟମିତ ଭାତ, ଡାଲି, ରୁଟି ଆଦି ଖାଇଥାଉ । ଯହି ଆପଣ ଏହି ଦୈନନ୍ଦିନ ଖାଦ୍ୟରେ ବିଟ୍ ଭଳି ପରିବା ମିଶାନ୍ତି, ଏହା ଆପଣଙ୍କ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଆପଣ ସବୁଦିନ ଗହମ ଅଟାରୁ ପ୍ରସ୍ତୁତ ରୁଟି ଖାଉଥିବେ । ଯଦି ଏହି ଅଟାରେ ଅଳ୍ପ ବିଟ୍ ରସ କିମ୍ବା ଜୁସ ମିଶାଇ ରୁଟି ପ୍ରସ୍ତୁତ କରନ୍ତି ତାହେଲେ ସ୍ବାଦ ସହ ଶରୀରକୁ ବହୁ ସ୍ବାସ୍ଥ୍ୟଗତ ଲାଭ ମିଳିପାରିବ ।

ଏହି ଖବରରେ ଜାଣନ୍ତୁ କେମିତି ବିଟ୍ ରୁଟି ପ୍ରସ୍ତୁତ କରିବେ ଏବଂ ଏଥିରେ ଶରୀରକୁ କି ପ୍ରକାର ଲାଭ ମିଳିଥାଏ ।

ରୁଟି ବନାଇବାକୁ ଆବଶ୍ୟକୀୟ ସାମଗ୍ରୀ:

ବିଟ୍

ଅଟା

ଜୁଆଣି

ପାନମଧୁରୀ

ଲୁଣ, ପାଣି, ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ଏକ ପାତ୍ର ନିଅନ୍ତୁ । ଏଥିରେ ଅଟା, ଲୁଣ, ଜୁଆଣି, ବିଟ ରସ (ବିଟକୁ ଟିକିଟିକି କାଟି ପକାଇପାରିବେ) ଅଳ୍ପ ତେଲ ଓ ଆବଶ୍ୟକତା ଅନୁସାରେ ପାଣି ମିଶାଇ ଭଲ ଭାବେ ଚକଟନ୍ତୁ । ଏବେ ଅଟା ଗୁଳା 30 ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ।
  • ଏହାପରେ ପ୍ରତିଦିନ ଯେମିତି ରୁଟି ବନାନ୍ତି ସେହିପରି ବନାନ୍ତୁ ।
  • ଗୋଲାପୀ ରଙ୍ଗର ଏହି ରୁଟି ପିଲାଙ୍କୁ ଭାରି ପସନ୍ଦ ଆସିବ ।

ବିଟ୍‌ ଖାଇବାର ଫାଇଦା:

ବିଟ୍‌ରେ ପୋଟାସିୟମ, ଆଇରନ, ଭିଟାମିନ-ସି ଭଳି ପୌଷ୍ଟିକ ତତ୍ତ୍ବ ରହିଥାଏ ।

ଏଥିରେ ଥିବା ବିଟାସାୟନିନ ମସ୍ତିଷ୍କ ଶିରାକୁ ଆରାମ ଦିଏ ଏବଂ ରାତିରେ ଭଲ ନିଦ ହୁଏ ।

ବିଟ୍ ଖାଇଲେ ଏନିମିଆ ସମସ୍ୟା ଦୂର ହୁଏ ।

ପ୍ରତିଦିନ ବିଟ୍ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

ଶରୀରରେ ରକ୍ତ କୋଶିକାଗୁଡିକର ଉତ୍ପାଦନରେ ସହାୟକ ହୁଏ । ଏଥିରେ ଥିବା ଫୋଲେଟ ମୁଡ୍ ଠିକ ରଖେ ।

ବିଟ୍‌ରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଏହାକୁ ଖାଇଲେ ବହୁ ସମୟ ଯାଏ ଭୋକ ଲାଗେନି ।

Source-

https://pmc.ncbi.nlm.nih.gov/articles/PMC8565237/

https://www.webmd.com/diet/health-benefits-beetroot

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.