ETV Bharat / international

ପୁଣି ଆତତାୟୀଙ୍କ ଟାର୍ଗେଟରେ ଟ୍ରମ୍ପ; ଫ୍ଲୋରିଡା ଗଲ୍ଫ ଗ୍ରାଉଣ୍ଡରେ ଗୁଳିକାଣ୍ଡ - Assassination Attempt to Trump

author img

By ETV Bharat Odisha Team

Published : Sep 16, 2024, 7:54 AM IST

Updated : Sep 16, 2024, 10:09 AM IST

Donald Trump Gunshots: ଫ୍ଲୋରିଡା ଟ୍ରମ୍ପ ଗଲ୍ଫ କୋର୍ସ ବାହାରେ ଗୁଳିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ । ଜଣେ ଅଭିଯୁକ୍ତକୁ ଗିରଫ କଲା ସିକ୍ରେଟ ସର୍ଭିସ ।

ପୁଣି ଟ୍ରମ୍ପଙ୍କୁ ଗୁଳିମାଡ ଉଦ୍ୟମ; ଫ୍ଲୋରିଡା ଗଲ୍ଫ ଗ୍ରାଉଣ୍ଡ ବାହାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ
ପୁଣି ଟ୍ରମ୍ପଙ୍କୁ ଗୁଳିମାଡ ଉଦ୍ୟମ; ଫ୍ଲୋରିଡା ଗଲ୍ଫ ଗ୍ରାଉଣ୍ଡ ବାହାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ (ETV Bharat Odisha)

ହାଇଦ୍ରାବାଦ: ନିକଟରେ ଗୁଳିମାଡର ଶିକାର ହୋଇ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ପୂର୍ବତନ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ଗୁଳିମାଡ ଉଦ୍ୟମ ହୋଇଛି । ଗତକାଲି ଫ୍ଲୋରିଡାରେ ଟ୍ରମ୍ପ ଏକ ଗଲ୍ଫ ଗ୍ରାଉଣ୍ଡରେ ଥିବା ସମୟରେ ବାହାରେ ଗୁଳିମାଡ ହୋଇଛି । ଆମେରିକାର ସୁରକ୍ଷା ଏଜେନ୍ସି ‘ସିକ୍ରେଟ ସର୍ଭିସ’ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଗୁଳିକାଣ୍ଡରେ ଟ୍ରମ୍ପ ହିଁ ଅପରାଧୀଙ୍କ ଟାର୍ଗେଟରେ ଥିବା ଜଣାପଡିଛି ।

AK-47 ରାଇଫଲ ଜବତ:-

ଘଟଣା ସମ୍ପର୍କରେ ଟ୍ରମ୍ପଙ୍କ ପୁଅ ଟ୍ରମ୍ପ ଜୁନିଅର ଟ୍ବିଟ କରି କହିଛନ୍ତି,''ଓ୍ବେଷ୍ଟ-ପ୍ଲାମ ବିଚରେ ଟ୍ରମ୍ପ ଗଲ୍ଫ କୋର୍ସରେ ଗୁଳିକାଣ୍ଡ ଘଟିଛି । ଏକ ବୁଦା ଭିତରୁ AK-47 ରାଇଫଲ ଜବତ କରାଯାଇଛି । ଟ୍ରମ୍ପ ନିର୍ବାଚନ କ୍ୟାମ୍ପନିଂ ୟୁନିଟ୍‌ ‘ଟ୍ରମ୍ପ କ୍ୟାମ୍ପେନ’ ଏକ ବିବୃତ୍ତି ଜାରି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ସୁରକ୍ଷିତ ଥିବା କହିଛି । ଗୁଳିକାଣ୍ଡ ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ''

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ନିନ୍ଦା କଲେ ମୋଦି - Donald Trump Injured In Shooting

  • ଟ୍ରମ୍ପ ସୁରକ୍ଷିତ:

ଆମେରିକା ସିକ୍ରେଟ ସର୍ଭିସର ମୁଖ୍ୟ ପ୍ରବକ୍ତା ଆଣ୍ଟୋନି ଗୁଗଲିମି ଟ୍ୱିଟ୍ କରି କହିଛନ୍ତି, '' ଗୁଳିକାଣ୍ଡ ଘଟଣା ନେଇ ସିକ୍ରେଟ୍ ସର୍ଭିସ୍, ପାମ୍‌ ବିଚ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ସହିତ ମିଳିତ ଭାବରେ ଅନୁସନ୍ଧାନ କରାଯାଉଛି । ଗତକାଲି ଅପରାହ୍ନ 2ଟା ପୂର୍ବରୁ ଏପରି ଘଟଣା ଘଟିଥିଲା । ପୂର୍ବତନ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି । ଖୁବ୍ ଶୀଘ୍ର ଏନେଇ ଅଧିକ ବିବରଣୀ ପ୍ରକାଶ କରାଯିବ ।''

  • ଟ୍ରମ୍ପଙ୍କ ପ୍ରତିକ୍ରିୟା:

ଟ୍ରମ୍ପ କହିଛନ୍ତି, "ମୋ ଆଖପାଖରେ ଗୁଳି ବିନିମୟ ହୋଇଥିବା ଶବ୍ଦ ମୁଁ ଶୁଣିବାକୁ ପାଇଥିଲି, କିନ୍ତୁ କୌଣସି ଗୁଜବ ସୃଷ୍ଟି ହେବା ପୂର୍ବରୁ ମୁଁ ଚାହୁଁଥିଲି ଯେ ଆପଣ ଏହା ପ୍ରଥମେ ଜାଣନ୍ତୁ କି, ମୁଁ ସୁରକ୍ଷିତ ଏବଂ ଭଲ ଅଛି । କେହି ମୋତେ ରୋକି ପାରିବେନାହିଁ, କି ମୁଁ କେବେ ନିଜକୁ ସରେଣ୍ଡର କରିବି ନାହିଁ । ମୋତେ ସମର୍ଥନ କରିଥିବା ଲୋକଙ୍କ ପ୍ରତି ମୋ ଭଲ ପାଇବା ରହିଛି । ''

  • 'ଟ୍ରମ୍ପ ସୁରକ୍ଷିତ ଥିବାରୁ ମୁଁ ଖୁସି':

ଗୁଳିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ସ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଳା ହାରିସ । ସେ ଟ୍ବିଟ କରି କହିଛନ୍ତି ,''ଫ୍ଲୋରିଡା ସ୍ଥିତ ଟ୍ରମ୍ପ ଗଲ୍ଫ କୋର୍ସରେ ଗୁଳିକାଣ୍ଡ ହୋଇଥିବା ମୋତେ ଖବର ମିଳିଛି । ଡୋନାଲ୍ଡ ଟ୍ରମ୍ପ ସୁରକ୍ଷିତ ଥିବାରୁ ମୁଁ ଖୁସି । ଆମେରିକାରେ ହିଂସାର ସ୍ଥାନ ନାହିଁ । ''

ଏହା ମଧ୍ୟ ପଢନ୍ତୁ-20 ବର୍ଷୀୟ ଛାତ୍ର, ପୂର୍ବତନ ରାଷ୍ଟ୍ରପତିଙ୍କୁ କଲା ହତ୍ୟା ଉଦ୍ୟମ; ନିର୍ବାଚନ ପୂର୍ବରୁ ମିଳିଲା ବଡ ସଙ୍କେତ ? - assassination Attempt to Trump

ଜୁଲାଇରେ ଗୁଳିମାଡରୁ ଅଳ୍ପକେ ବର୍ତ୍ତିଥିଲେ ଟ୍ରମ୍ପ:

ଜୁଲାଇ 14 ତାରିଖ ଦିନ ପେନ୍‌ସିଲଭେନିଆ ସହରରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ଏଥିରେ ସେ ଆହତ ହୋଇଥିଲେ । ତାଙ୍କର ଡାହାଣ କାନର ଉପରେ ଅଂଶରେ ଗୁଳି ବାଜି ବାହାରି ଯାଇଥିଲା । ଗୁଳିମାଡ ପରେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ଜଣେ 20ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଗୁଳିକାଣ୍ଡର କିଛି ମିନିଟ ମଧ୍ୟରେ ସିକ୍ରେଟ ସର୍ଭିସ ସ୍ନାଇପରଙ୍କ ଗୁଳିରେ ତାର ମୃତ୍ୟୁ ମଧ୍ୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଗୁଳି ମାଡ ପରେ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ ! ରାଲି ପାଇଁ ଯିବାବେଳେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କଲା ପ୍ଲେନ୍ - Trump plane emergency landing

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2024, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.