ETV Bharat / international

ଋଷରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ, 15 ପୋଲିସ କର୍ମୀ ମୃତ - Terrorist Attacks in Russia

author img

By ETV Bharat Odisha Team

Published : Jun 24, 2024, 8:15 AM IST

Terrorist Attacks in Russia: ଋଷର ଚର୍ଚ୍ଚ, ପ୍ରାର୍ଥନା ସ୍ଥଳ ଏବଂ ପୋଲିସ୍ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ । 15 ପୋଲିସ କର୍ମୀ ମୃତ । ଅଧିକ ପଢନ୍ତୁ

Terrorist Attacks in Russia
Terrorist Attacks in Russia (ETV BHARAT ODISHA)

ମସ୍କୋ: ଋଷରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ଚର୍ଚ୍ଚ, ପ୍ରାର୍ଥନା ସ୍ଥଳ ଏବଂ ପୋଲିସ୍ ପୋଷ୍ଟରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ 15 ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଋଷର ଦକ୍ଷିଣ ଗଣରାଜ୍ୟ ଦାଗେସ୍ତାନରେ ଆଜି ସକାଳ ସମୟରେ ଏହି ଘଟଣା ଘଟିଥିବା ରାଜ୍ୟପାଳ ସେରଗେଇ ମେଲିକୋଭ୍ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ।

ଋଷର ନ୍ୟାସନାଲ ଆଣ୍ଟି ଟେରରିଷ୍ଟ କମିଟି ଏହି ଆକ୍ରମଣକୁ ଆତଙ୍କୀ ଆକ୍ରମଣ ବୋଲି ଦର୍ଶାଇଛି । ପୋଲିସର ପାଲଟା ଜବାବରେ 6 ଜଣ ଆତଙ୍କବାଦୀ ନିପାତ ହୋଇଥିବା ରାଜ୍ୟପାଳ କହିଛନ୍ତି । ସୋମବାର, ମଙ୍ଗଳବାର ଏବଂ ବୁଧବାର ଏହି ଅଞ୍ଚଳରେ ଶୋକ ଦିବସ ଘୋଷଣା କରାଯାଇଛି । ଋଷର କର୍ତ୍ତୃପକ୍ଷ କହିଛନ୍ତି, ଋଷର ଦକ୍ଷିଣ ଗଣରାଜ୍ୟ ଦାଗେସ୍ତାନର ଦୁଇଟି ସହରରେ 2ଟି ଚର୍ଚ୍ଚ, ଇହୁଦି ସମ୍ପ୍ରଦାୟର ପ୍ରାର୍ଥନା ସ୍ଥଳୀ ଓ ପୋଲିସ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆମେରିକାରେ ପୁଣି ଗୁଳିକାଣ୍ଡ; 4 ପୋଲିସ ଅଧିକାରୀ ମୃତ, 5 ଆହତ - US Shooting

ଦାଗେସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, କାସପିନ୍ ସାଗରରେ ଅବସ୍ଥିତ ଡାର୍ବେଣ୍ଟ ସହରର ଏକ ପ୍ରାର୍ଥନାସ୍ଥଳୀ, ଚର୍ଚ୍ଚରେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ଗୁଳିକାଣ୍ଡ ପରେ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା । ରାଜ୍ୟ ଗଣମାଧ୍ୟମ ଅନୁଯାୟୀ ଉଭୟ ଚର୍ଚ୍ଚ ଏବଂ ସଚିବାଳୟରେ ନିଆଁ ଲାଗିଯାଇଥିଲା । ଏକାସାଙ୍ଗରେ ଦାଗେସ୍ତାନ ରାଜଧାନୀ ମାଖାଚକାଲାରେ ଏକ ଚର୍ଚ୍ଚ ଏବଂ ଟ୍ରାଫିକ୍ ପୋଲିସ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଖବର ପ୍ରକାଶ ପାଇଥିଲା ।

ଏହା ବି ପଢନ୍ତୁ- Church Attacked in Karnataka: ଯୀଶୁଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ନ୍ୟାସନାଲ ଆଣ୍ଟି ଟେରରିଷ୍ଟ କମିଟି କହିଛି ଯେ, ଏହି ଆକ୍ରମଣରେ ଜଣେ ପୁରୋହିତ ଏବଂ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି । ପାଞ୍ଚ ଜଣ ବନ୍ଧୁକଧାରୀ ମଧ୍ୟ ନିପାତ ହୋଇଛନ୍ତି । ଏହି ଆକ୍ରମଣରେ କେତେ ଆତଙ୍କବାଦୀ ସମ୍ପୃକ୍ତ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଆକ୍ରମଣ ନେଇ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ପୋଲିସ ତଦନ୍ତ ଆରମ୍ବ କରିଛି । ଋଷର ରାଜ୍ୟ ନ୍ୟୁଜ ଏଜେନ୍ସି ଆରଆଇ ନୋଭୋସ୍ତି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟକୁ ସୂଚନା ଦେଇ କହିଛନ୍ତି ଯେ, 6 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ 13 ଜଣ ଆହତ ହୋଇଛନ୍ତି । ଅନ୍ୟ ରିପୋର୍ଟରେ କୁହାଯାଇଛି ଯେ ଜଣେ ଚର୍ଚ୍ଚ ପ୍ରିଷ୍ଟଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.