ETV Bharat / international

ଆମେରିକାରେ ପୁଣି ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ମନ୍ତବ୍ୟ, ସପ୍ତାହକରେ ଦ୍ବିତୀୟ ଘଟଣା - ATTACK ON HINDU TEMPLE

author img

By ETV Bharat Odisha Team

Published : 21 hours ago

ATTACK ON HINDU TEMPLE: ଆମେରିକାରେ ପୁଣି ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ମନ୍ତବ୍ୟ । ସପ୍ତାହକ ମଧ୍ୟରେ ଦ୍ବିତୀୟ ଘଟଣା । ପ୍ରବାସୀ ହିନ୍ଦୁ ସମାଜର ତୀବ୍ର ନିନ୍ଦା । ଅଧିକ ପଢନ୍ତୁ

ଆମେରିକାରେ ପୁଣି ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ମନ୍ତବ୍ୟ, 8 ଦିନରେ ଦ୍ବିତୀୟ ଘଟଣା
ଆମେରିକାରେ ପୁଣି ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ମନ୍ତବ୍ୟ, 8 ଦିନରେ ଦ୍ବିତୀୟ ଘଟଣା (ETV BHARAT ODISHA)

ହାଇଦ୍ରାବାଦ: ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ମନ୍ଦିରର କାନ୍ଥରେ ହନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ମନ୍ତବ୍ୟ ଲେଖାଯାଇ ପ୍ରବାସୀ ହିନ୍ଦୁ ସମୂଦାୟକୁ ଭୟଭୀତ କରିବାକୁ ପ୍ରୟାସ କରାଯାଇଛି । ଆମେରିକାର ସାକ୍ରାମେଣ୍ଟୋ ଏରିଆରେ ଗତକାଲି ରାତିରେ ଏପରି ଘଟଣା ସାମ୍ନାକୁ ଆସିଛି । BAPS ହିନ୍ଦୁ ମନ୍ଦିର କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଅବଗତ କରିବା ସହ ଟ୍ବିଟ୍‌ କରିଛି । 10 ଦିନ ତଳେ ସମାନ ଢଙ୍ଗରେ ନ୍ୟୁୟର୍କରେ ଥିବା ହିନ୍ଦୁ ମନ୍ଦିରରେ ହିନ୍ଦୁ ବିରୋଧୀ ଟିପ୍ପଣୀ ଦେଖିବାକୁ ମିଳିଥିଲା ।

  • ଘଟଣାକୁ ନିନ୍ଦା କଲା ପ୍ରବାସୀ ହିନ୍ଦୁ ସମାଜ

BAPS ଲୋକ ସମ୍ପର୍କ ବ୍ୟାପାର ୟୁନିଟ୍‌ ପକ୍ଷରୁ ଘଟଣାକୁ ସାମ୍ନାକୁ ଅଣାଯାଇଛି । ମନ୍ଦିର କାନ୍ଥରେ ‘ହିନ୍ଦୁ ଗୋ ବ୍ୟାକ’ ଓ ଅନ୍ୟ କିଛି ଆପତ୍ତିଜନକ ତଥା ଧମକପୂର୍ଣ୍ଣ ଟିପ୍ପଣୀ ଲେଖାଯାଇଛି । ସଂସ୍ଥା ଟ୍ବିଟ କରି କହିଛି, ନ୍ୟୁୟର୍କର BAPS ମନ୍ଦିରରେ 10 ଦିନ ତଳେ ସମାନ ଘଟଣା ଘଟିଥିଲା । ଗତକାଲି ରାତିରେ ସାକ୍ରାମେଣ୍ଟୋ ଏରିଆରେ ଥିବା ଆମର ମନ୍ଦିରରେ ହିନ୍ଦୁ ବିରୋଧୀ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଲେଖାଯାଇଛି । “ହିନ୍ଦୁ ଫେରିଯାଅ ” ବୋଲି ମନ୍ଦିର କାନ୍ଥରେ ଲେଖାଯାଇଛି । ଆମେ ସମସ୍ତେ ଏକାଠି ଅଛୁ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ।’’

  • ସପ୍ତାହରେ ଦ୍ୱିତୀୟ ଘଟଣା:-

ଏହା ପୂର୍ବରୁ 16 ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ନ୍ୟୁ-ୟର୍କରେ ଥିବା BAPS ସଂସ୍ଥାନର ସ୍ବାମୀ ନାରାୟଣ ମନ୍ଦିର କାନ୍ଥରେ କିଛି ଦୁର୍ବୃତ୍ତ ହିନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ଟିପ୍ପଣୀ ଲେଖିଥିଲେ । ନ୍ୟୁ-ୟର୍କର ମେଲଭିଲ ଏରିଆରେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରବାସୀ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ସେମାନେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । ଏହାର ସପ୍ତାହେ ନପୂରୁଣ ପୁଣି ଆଉ ଏକ ହିନ୍ଦୁ ମନ୍ଦିରରେ ସମାନ ଘଟଣା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ସୀମା ଡେଇଁବ ଇସ୍ରାଏଲ ! ‘ହିଜବୁଲ୍ଲା’ ବିରୋଧରେ ଗ୍ରାଉଣ୍ଡ ଅପରେସନ ପ୍ରସ୍ତୁତି, ବଡ ଯୁଦ୍ଧ ସଙ୍କେତ ଦେଲେ ବାଇଡେନ - ISRAEL ATTACK ON LEBANON

ଏହା ମଧ୍ୟ ପଢନ୍ତୁ :- ଭାରତର ସଙ୍କଟଗ୍ରସ୍ତ ପଡୋଶୀ - Indias troubled neighborhood

  • ଖଲିସ୍ତାନୀ ଆତଙ୍କୀଙ୍କ ସମ୍ପୃକ୍ତି ସନ୍ଦେହ :-

ଆମେରିକାରେ ମଧ୍ୟ ସମାନ ଘଟଣା ପୂର୍ବରୁ ମଧ୍ୟ ଘଟିଥିବାର ନଜିର ରହିଛି । ଏବେ ‘ଶିଖ ଫର ଜଷ୍ଟିସ୍‌’ ନେତା ତଥା ଭାରତ ଦ୍ବାରା ଆତଙ୍କବାଦୀ ଘୋଷିତ ଗୁରୁପନ୍ତଓ୍ବନ୍ତ ମନୁ ଆମେରିକାରେ ରହିଛି । ତାକୁ ହତ୍ୟା ଉଦ୍ୟମ ହେବା ପ୍ରସଙ୍ଗରେ ଭାରତ-ଆମେରିକା ମଧ୍ୟରେ ଚିକ୍ତତା ମଧ୍ୟ ଲାଗି ରହିଛି । ଆମେରିକା ଏହି ଷଡଯନ୍ତ୍ର ପାଇଁ ଭାରତୀୟ ଗୁଇନ୍ଦା ଏଜେନ୍ସିର ଭୂମିକାକୁ ପରୋକ୍ଷରେ ଦାୟୀ କରିଛି । ନୂଆଦିଲ୍ଲୀ ଏହାକୁ ଖଣ୍ଡନ କରିଆସିଛି ।ଏହି ‘ଶିଖ ଫର ଜଷ୍ଟିସ୍‌’ ସଂସ୍ଥା ଏକ ଖଲିସ୍ତାନୀ ସମର୍ଥବାଦୀ ଆତଙ୍କୀ ସଂଗଠନ । ଏହି ସଂଗଠନର ସଦସ୍ୟମାନେ ବିଭିନ୍ନ ଦେଶରେ ଥିବା ହିନ୍ଦୁ ମନ୍ଦିରରେ ଭଙ୍ଗରୁଜା କରୁଥିବାର ବିଭିନ୍ନ ସମୟରେ ପ୍ରମାଣ ମଧ୍ୟ ମିଳିଛି ।

ଆମେରିକାରେ ପୁଣି ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ମନ୍ତବ୍ୟ
ଆମେରିକାରେ ପୁଣି ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ମନ୍ତବ୍ୟ (ETV BHARAT ODISHA)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.