ETV Bharat / international

ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, 5 ମୃତ

author img

By ETV Bharat Odisha Team

Published : Jan 21, 2024, 10:33 AM IST

Israel airstrike on Syria: ସିରିଆରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ପାଖାପାଖି 5 ମୃତ । ଅଧିକ ପଢନ୍ତୁ

ସିରିଆରେ ଇସ୍ରାଏଲର ଏୟାରଷ୍ଟ୍ରାଇକ
ସିରିଆରେ ଇସ୍ରାଏଲର ଏୟାରଷ୍ଟ୍ରାଇକ

ହାଇଦ୍ରାବାଦ: ସିରିଆ ରାଜଧାନୀ ଦାମାସକସ୍‌ରେ ଇସ୍ରାଏଲର ବଡ ଧରଣର ଏୟାର ଷ୍ଟ୍ରାଇକ । ଶନିବାର ସିରିଆରେ ଥିବା ଇରାନ ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର 4 ମହଲା ବିଶିଷ୍ଟ ବିଲ୍ଡିଂ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଇରାନ ମିଡିଆ ରିପୋର୍ଟ ଅନୁଯାୟୀ, ଏଥିରେ ଅତିକମରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଲ୍ଡିଂ ସମ୍ପୂର୍ଣ୍ଣ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି । ଏଥିରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର ଇଣ୍ଟେଲିଜେନ୍ସ ମୁଖ୍ୟ ଓ ଡେପୁଟି ମୁଖ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି ।

ଅନ୍ୟପଟେ ସିରିଆ ସେନା ଦ୍ବାରା ଜାରି ସୂଚନା ଅନୁଯାୟୀ, ରାଜଧାନୀ ଦାମାସକସ୍‌ର ମାହେଜରେ ଏକ ଚାରି ମହଲା ବିଶିଷ୍ଟ କୋଠା ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ କୋଠାଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସିରିଆ ପକ୍ଷରୁ ଦାବି କରାଯାଇଛି । ଏହାର କିଛି ଘଣ୍ଟା ପରେ ଦକ୍ଷିଣ ଲେବାନନର ଏକ ସହର ଉପରେ ଇସ୍ରାଏଲ ଡ୍ରୋନ ଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣରେ ଜଣେ ହିଜାବୁଲ୍ଲାହ ସଦସ୍ୟ ସହ 2 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ... ଇରାକରେ ପଶି ମୋସାଦ୍ ମୁଖ୍ୟାଳୟ ଉପରେ ଇରାନର ଏୟାରଷ୍ଟ୍ରାଇକ, 4 ମୃତ

ସିରିଆ ମାନବଧିକାର ସଂସ୍ଥାର ଅଧ୍ୟକ୍ଷ ରାମି ଅବ୍ଦୁଲ ରେହମାନଙ୍କ କହିବାନୁଯାୟୀ, ଇସ୍ରାଏଲ ଆକ୍ରମଣରେ 10 ଜଣଙ୍କ ଜୀବନ ଯାଇଛି । ବିଲ୍ଡିଂ ଧ୍ୱଂସବିଧ୍ୱଂସ ହୋଇଯିବା କାରଣରୁ ଅନେକ ଲୋକେ ସେହି ଭଙ୍ଗା ବିଲ୍ଡିଂ ତଳେ ଫସି ଯାଇ ପ୍ରାଣ ହରାଇଥିଲେ । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ ଅତିକମରେ 5 ଜଣ ଇରାନ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏଥିରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର ଇଣ୍ଟେଲିଜେନ୍ସ ମୁଖ୍ୟ ଓ ଡେପୁଟି ମୁଖ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି । ପ୍ରଥମେ ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ 10ରେ ପହଞ୍ଚିଥିବା ଜଣାପଡିଛି । ଇସ୍ରାଏଲ ସିରିଆର ଯେଉଁ ଅଞ୍ଚଳରେ ଏହି ଆକ୍ରମଣ କରିଛି ତାହାକୁ ହାଇସିକ୍ୟୁରିଟି ଅଞ୍ଚଳ କୁହାଯାଇଥାଏ । ଏହି ଅଞ୍ଚଳରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ ଓ ହମାସ ନେତାମାନଙ୍କ ଘର ଅଟେ । ଇସ୍ରାଏଲ ଏହାକୁ ପ୍ରଥମେ ଚିହ୍ନଟ କରି ଆକ୍ରମଣ କରିଥିବା କୁହାଯାଉଛି ।

ଅକ୍ଟୋବର 7ରେ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଇସ୍ରାଏଲ ଉପରକୁ ଆକ୍ରମଣ କରିବା ପରେ ସମଗ୍ର ମଧ୍ୟ ପ୍ରାଚ୍ୟ ଦେଶଗୁଡିକ ଅଶାନ୍ତ ହୋଇଉଠିିଛି । ଇସ୍ରାଏଲ କେବଳ ହମାସ ସହ ନୁହେଁ ବରଂ ଅନେକ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଲଢେଇର ମୁକାବିଲା କରୁଛି । ଉତ୍ତର ପଟେ ଲେବନନ ପକ୍ଷରୁ ହିଜବୁଲ୍ଲାହ ସହ ମୁକାବିଲା କରୁଥିବା ବେଳେ ଲୋହିତ ସାଗରରେ ହାଉତି ବିଦ୍ରୋହୀ ଗୋଷ୍ଠୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଛି । ସିରିଆ ସହ ମଧ୍ୟ ଲଢେଇ ଜାରି ରଖିଛି ଇସ୍ରାଏଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.