ETV Bharat / international

ଭାରତକୁ ଚୀନର ନାଲି ଆଖି; 'ସୀମାରେ ସୈନ୍ୟ ମୁତୟନ କଲେ ଉତ୍ତେଜନା ଥମିବନି'

author img

By ETV Bharat Odisha Team

Published : Mar 9, 2024, 10:44 AM IST

China-India Border Dispute: ସୀମାରେ ଭାରତର 10 ହଜାର ସେନା ମୁତୟନକୁ ନେଇ ଚୀନର ନାଲି ଆଖି । ଶାନ୍ତି ପାଇଁ ଭାରତ ନେଉଥିବା ପଦକ୍ଷେପ ଅନୁକୂଳ ନୁହେଁ କହିଲା ଚୀନର ବିଦେଶ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

China India Border Dispute
China India Border Dispute

ବେଜିଂ: ଭାରତ ଓ ଚୀନ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଦୁଇ ଦେଶର କୁଟନୈତିକ ବିବାଦ ମଧ୍ୟରେ ଚୀନ ଭାରତକୁ ନାଲି ଆଖି ଦେଖାଇଛି । ସୀମାରେ ଅଧିକ ସୈନ୍ୟ ମୁତୟନ କରିବା ଦ୍ବାରା ଉତ୍ତେଜନା ଦୂର ହେବ ନାହିଁ, ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବଦ୍ଧ ହେବା ଆବଶ୍ୟକ ବୋଲି କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ।

ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, "ସୀମାରେ ସୈନ୍ୟ ନିୟୋଜିତ କରିବା ଦୁଇ ଦେଶ ପାଇଁ ପ୍ରତିକୂଳ । କିନ୍ତୁ ଭାରତର ଶାନ୍ତି ବଜାୟ ରଖିବାରେ ଏହା ସହାୟକ ହେବ ନାହିଁ । ଚୀନ୍ ସୀମାରେ ଭାରତ 10,000 ନୂତନ ସୈନ୍ୟ ମୁତୟନ କରିଛି । ଭାରତର ଏପରି କାର୍ଯ୍ୟକଳାପ ସୀମାରେ ଶାନ୍ତି ପାଇଁ ଅନୁକୂଳ ନୁହେଁ । ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଚୀନ୍ ସର୍ବଦା ପ୍ରତିବଦ୍ଧ । ଶାନ୍ତି ପାଇଁ ଭାରତର ଏହି ପଦକ୍ଷେପ ଅନୁକୂଳ ନୁହେଁ ।" ତେବେ ସୀମା ଅଞ୍ଚଳରେ ଉତ୍ତେଜନାକୁ ହ୍ରାସ କରିବାରେ ଚୀନ୍ ଏବଂ ଭାରତ ମଧ୍ୟରେ ବୈଠକ ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନି ।

ଏହା ମଧ୍ୟରେ ପଢନ୍ତୁ-India-China border: ଅତିରିକ୍ତ 3 ITBP ବାଟାଲିୟନ ମୁତୟନକୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ

ସୂଚନା ଥାଉ, ୨୦୨୦ ଜୁନ ୧୫ ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ ଉପତ୍ୟକାରେ ସଂଘର୍ଷ ହୋଇଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବେଠାରୁ ସୀମାରେ ଲାଗି ରହିଛି ଅଶାନ୍ତି । ଦୁଇ ଦେଶ ପକ୍ଷରୁ ବାରମ୍ବାର ସୈନ୍ୟ ମୁତୟନ କରାଯାଉଛି । ଶାନ୍ତି ଫେରାଇ ଆଣିବା ପାଇଁ ଅନେକ ଥର ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଶେଷଥର ପାଇଁ ଫେବୃଆରୀ ମାସରେ 21ତମ କମାଣ୍ଡରସ୍ତରୀୟ ବୈଠକ କରିଥିଲେ ଦୁଇ ଦେଶ । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ଥିବା ତିକ୍ତତାକୁ ଦୂର କରିବା ପାଇଁ ଏହି ବୈଠକ ବସିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । 19 ଫେବୃଆରୀ 2024ରେ ଚୁସୁଲ-ମୋଲଡୋ ବର୍ଡରରେ ଭାରତ-ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଆଲୋଚନା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.