ETV Bharat / international

ପାକିସ୍ତାନ ନିର୍ବାଚନ: ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ଇମ୍ରାନଙ୍କ 'ବିଜୟ ଭାଷଣ', PMLN-PPP ମେଣ୍ଟ ପାଇଁ ନଓ୍ୱାଜଙ୍କ ଉଦ୍ୟମ

Imran Khan claims victory in Election: ପାକିସ୍ତାନ ନିର୍ବାଚନ ଫଳାଫଳ ଘୋଷଣା ହୋଇନଥିବା ବେଳେ ଇମ୍ରାନ ଖାନ ଓ ନଓ୍ୱାଜ ଶରିଫ ଉଭୟ ସରକାର ଗଢିବା ପାଇଁ ଦାବି କରିଛନ୍ତି । ଇମ୍ରାନଙ୍କୁ କ୍ଷମତାଠାରୁ ଦୂରେଇ ରଖିବାକୁ ନଓ୍ୱାଜ ଶରିଫଙ୍କ PML(N) ଏବଂ ବିଲାୱାଲ ଭୁଟ୍ଟୋଙ୍କ PPP ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

Imran Khan
ପାକିସ୍ତାନ ନିର୍ବାଚନ
author img

By ETV Bharat Odisha Team

Published : Feb 10, 2024, 9:54 AM IST

ହାଇଦ୍ରାବାଦ: ପାକିସ୍ତାନରେ କିଏ ଗଢିବ ସରକାର ? ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ଫଳାଫଳ ଉପରେ ନଜର ପକାଇଲେ, ଆଗାମୀ ସରକାର କାହାର ହେବ, ସେ ପ୍ରଶ୍ନର ଉତ୍ତର ପାଇବା କଷ୍ଟସାଧ୍ୟ ଅଟେ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଇମ୍ରାନ ଖାନଙ୍କ ପାର୍ଟି PTI ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ ୯୧ ଆସନରେ ବିଜୟୀ ହୋଇଥିବା ବେଳେ, 71ଟି ନଓ୍ୱାଜ ଶରିଫଙ୍କ ପାର୍ଟି PML-Nକୁ , PPPକୁ 51 ଏବଂ ଅନ୍ୟାନ୍ୟ ଦଳଗୁଡ଼ିକ 21ଟି ଆସନରେ ବିଜୟ ମିଳିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା ହୋଇନାହିଁ, କିନ୍ତୁ ଏବେ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ପିଟିଆଇ ପାର୍ଟି ଆଗରେ ରହିଛି । ମାତ୍ର କୌଣସି ଦଳ ମ୍ୟାଜିକ ନମ୍ୱର ଛୁଇଁ ନାହାନ୍ତି । ଯଦି ନଓ୍ବାଜ ଶରିଫ ମେଣ୍ଟ କରିବାରେ ସଫଳ ହୁଅନ୍ତୁ, ତେବେ ଇମ୍ରାନଙ୍କ ସରକାର ଗଠନ ସ୍ବପ୍ନ ସ୍ବପ୍ନରେ ରହିଯିବ ।

ପାକିସ୍ତାନର ମୁଖ୍ୟତଃ 2ଟି ପାର୍ଟି ଇମ୍ରାନ ଖାନଙ୍କ ପାର୍ଟି PTI ସମର୍ଥିତ ପ୍ରାର୍ଥୀ ଓ ନଓ୍ୱାଜ ଶରିଫଙ୍କ PML-N ଆଗପଛ ଥିବା ବେଳେ 2ଟି ଯାକ ଦଳ ସରକାର ଗଢିବା ନେଇ ଆଗୁଆ ଘୋଷଣା କରିସାରିଛନ୍ତି । ଜେଲରେ ଥାଇ ରାଜନୀତି ଗୋଟି ଚଳାଉଛନ୍ତି ଇମ୍ରାନ ଖାନ୍ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ନେଇ ବିଳମ୍ୱ ହେଉଥିବା ନେଇ ଚର୍ଚ୍ଚା ମଧ୍ୟରେ ଇମ୍ରାନ ଖାନଙ୍କ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସରକାର ଗଢିବା ନେଇ ବିଜୟ ଭାଷଣ ମଧ୍ୟ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପାକିସ୍ତାନ ନିର୍ବାଚନରେ ଫ୍ରଣ୍ଟଫୁଟରେ ଇମ୍ରାନ ଖାନ: PTI ସମର୍ଥିତ ପ୍ରାର୍ଥୀ 150ରୁ ଅଧିକ ଆସନରେ ଆଗୁଆ

ପୂର୍ବତନ ପ୍ରଧାନମନ୍ତ୍ରୀ ପାକିସ୍ତାନ ତହରିକ-ଏ- ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାନ ଶନିବାର ନିଜର ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଜରିଆରେ ବିଜୟ ଭାଷଣ ଜାରି କରିଛନ୍ତି । ଏହି ଭାଷଣରେ ଇମ୍ରାନ ଖାନ ପାକିସ୍ତାନ ମୁସଲିମ ଲିଗ ନଓ୍ୱାଜ(ପିଏମଏଲ-ଏନ) ସୁପ୍ରିମୋ ନୱାଜ ଶରିଫଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ମୋ ପ୍ରିୟ ଦେଶବାସୀ, ଏତେ ବଡ ସଂଖ୍ୟାରେ ଉପସ୍ଥିତ ରହି ଓ ମତସାବ୍ୟସ୍ତ କରି ନିଜ ଗଣତନ୍ତ୍ରର ଅଧିକାର ପ୍ରୟୋଗ କରି, ଆମ ନାଗରିକଙ୍କ ଅଧିକାରକୁ ବ୍ୟବହାର କରିବାର ସ୍ୱାଧୀନତାର ପୁନରୁଦ୍ଧାର ପାଇଁ ଭିତ୍ତିଭୂମି ସ୍ଥାପନ କରାଯାଇଛି । ମୁଁ ଆପଣମାନଙ୍କୁ ନିର୍ବାଚନରେ ଶାନଦାର ବିଜୟ ଦେଇଥିବାରୁ ଧନ୍ୟବାଦ ଦେଉଛି । ଆପଣମାନେ ଏତେ ସଂଖ୍ୟାରେ ଭୋଟ ଦେବେ ବୋଲି ମତେ ଭରସା ଥିଲା । ଆପଣମାନେ ମୋ ଭରସାକୁ ରଖିଛନ୍ତି ଓ ଭୋଟିଂ ଦିନ ଏତେ ସଂଖ୍ୟାର ମତଦାନ ଅନେକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ଗଣତନ୍ତ୍ର ପ୍ରକ୍ରିୟାରେ ଆପଣମାନଙ୍କ ସକ୍ରିୟ ଅଂଶଗ୍ରହଣ କାରଣରୁ ନଓ୍ବାଜ ଶରିଫଙ୍କ ଲଣ୍ଡନ ଯାତ୍ରା ବିଫଳ ହୋଇଛି । ନଓ୍ବାଜ ଶରିଫ ଅଳ୍ପ ବୁଦ୍ଧି ନେତା ଅଟନ୍ତି ଯେଉଁମାନେ ନିର୍ବାଚନରେ 30 ଆସନରେ ପଛରେ ରହିଥିଲେ ସୁଦ୍ଧା ବିଜୟୀ ଭାଷଣ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପାକିସ୍ତାନ ନିର୍ବାଚନ; ଚୂଡାନ୍ତ ଫଳକୁ ଆଉ କିଛି ସମୟ ବାକି, ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋରଦାର

ଇମ୍ରାନଙ୍କ ଏଆଇ ବିଜୟ ଭାଷଣରେ ଆଉ ମଧ୍ୟ କୁହାଯାଇଛି, "ଫର୍ମ 45 ଡାଟା ଅନୁଯାୟୀ, ଆମେ 170ରୁ ଅଧିକ ଆସନରେ ନ୍ୟାସନାଲ ଆସେମ୍ୱଲି ଆସନରେ ବିଜୟୀ ଆଡକୁ ଆଗ୍ରସର ହେଉଛୁ । ଆମେ 2024 ନିର୍ବାଚନରେ ଦୁଇ- ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ବିଜୟ ହାସଲ କରିବାକୁ ଯାଉଛେ । "

ଅନ୍ୟପଟେ ପାକିସ୍ତାନ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପିପିଏମଏଲ-ଏନ ସୁପ୍ରିମୋ ନଓ୍ୱାଜ ଶରିଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ର ଅଧ୍ୟକ୍ଷ ବିଲାଓ୍ୱଲ ଭୁଟ୍ଟୋ ଜରଦାରୀ ଓ ସହ ଅଧ୍ୟକ୍ଷ ଆସିଫ ଅଲି ଜରଦାରୀଙ୍କ ମଧ୍ୟରେ ଲାହୋରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଣ୍ଟ ସରକାର ନେଇ 2 ଦଳ ମଧ୍ୟରେ ଆଲୋଚନା ହେବା ନେଇ ଚର୍ଚ୍ଚା ହୋଇଛି । ଯଦି ଉଭୟ ଦଳ ମଧ୍ୟରେ ମେଣ୍ଟ ହୁଏ ତେବେ ଇମ୍ରାନ ଖାନ ପାର୍ଟି ସରକାର ଗଢିବା କଷ୍ଟକର ଅଟେ ।

ଜେଲରେ ଥାଇ ମଧ୍ୟ ରାଜନୀତିକ ଗୋଟି ଚଳାଉଛନ୍ତି ଇମ୍ରାନ ଖାନ୍ । ଡିଜିଟାଲ ତଥା ଏଆଇ ସହାୟତାରେ ନିଜ ସର୍ମଥକଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ଅନ୍ୟ ଦଳ ମେଣ୍ଟ କରି ସରକାର ହେବାକୁ ପ୍ରୟାସ ଜାରି ରଖିଛନ୍ତି ନଓ୍ୱାଜ ଶରିଫ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.