ETV Bharat / international

ବାଂଲାଦେଶ ହିଂସାରେ ହିନ୍ଦୁଙ୍କୁ ଟାର୍ଗେଟ; ମନ୍ଦିର ଜାଳିଲେ, ଘରେ ପଶି ଆକ୍ରମଣ କଲେ, ହିନ୍ଦୁମାନେ ଭୟଭୀତ କହଲେ ISKCON ସାଧାରଣ ସମ୍ପାଦକ - Bangladesh Violence Updates

author img

By ETV Bharat Odisha Team

Published : Aug 6, 2024, 6:24 PM IST

Hindus become soft targets in Bangladesh: ବାଂଲାଦେଶ ହିଂସା ମଧ୍ୟରେ ହିନ୍ଦୁଙ୍କୁ ଟାର୍ଗେଟ । ହିନ୍ଦୁ ମନ୍ଦିରରେ ନିଆଁ ଲଗାଇବା ସହ ସେମାନଙ୍କ ଘରଦ୍ବାର ଏବଂ ବିଭିନ୍ନ ପ୍ରତିଷ୍ଠାନରେ ପଶି ଭଙ୍ଗାରୁଜା କରୁଛନ୍ତି ବିକ୍ଷୋଭକାରୀ । ସୋସିଆଲ ମିଡିଆରେ ଘୁରି ବୁଲିଛି ଏହାର ହୃଦୟ ବିଦାରକ ଦୃଶ୍ୟ । ପଢନ୍ତୁ ପୁରା ଖବର

ବାଂଲାଦେଶ ହିଂସାରେ ହିନ୍ଦୁଙ୍କୁ ଟାର୍ଗେଟ; ମନ୍ଦିର ଜାଳିଲେ, ଘରେ ପଶି ଆକ୍ରମଣ କଲେ
ବାଂଲାଦେଶ ହିଂସାରେ ହିନ୍ଦୁଙ୍କୁ ଟାର୍ଗେଟ; ମନ୍ଦିର ଜାଳିଲେ, ଘରେ ପଶି ଆକ୍ରମଣ କଲେ (ETV Bharat Odisha)

ଢାକା: ସଂରକ୍ଷଣ ବିରୋଧରୁ ଆରମ୍ଭ ଆନ୍ଦୋଳନ ବାଂଲାଦେଶରେ ଭୟଙ୍କର ରୂପ ନେଇଛି । ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରଠୁ ସାରା ଦେଶରେ ହିଂସା, ଲୁଟ୍‌ପାଟ, ଆକ୍ରମଣ ଜାରି ରହିଛି । ଆଉ ଏହି ହିଂସା ମଧ୍ୟରେ ହିନ୍ଦୁଙ୍କୁ ଟାର୍ଗେଟ କରୁଛନ୍ତି ଆନ୍ଦୋଳନକାରୀ । ବାଂଲାଦେଶରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ଆସିଛି । ଆନ୍ଦୋଳନକାରୀମାନେ ସେମାନଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ବିଭିନ୍ନ ହିନ୍ଦୁ ମନ୍ଦିରରେ ନିଆଁ ଲଗାଇ ଦେଇଛନ୍ତି । ଯାହାର ଅନେକ ସମ୍ବେଦନଶୀଳ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏପଟେ IANSକୁ Exclusive ସାକ୍ଷାତକାର ଦେଇ ହିନ୍ଦୁମାନେ ଭୟଭୀତ ବୋଲି କହଛନ୍ତି, ବାଂଲାଦେଶ ISKCON ମୁଖ୍ୟ ସମ୍ପାଦକ ଚାରୁ ଚନ୍ଦ୍ର ଦାସ ବ୍ରହ୍ମଚାରୀ ।

ହିନ୍ଦୁ ମନ୍ଦିର ଜାଳିଲେ ବିକ୍ଷୋଭକାରୀ:

ବାଂଲାଦେଶର ଖୁଲନା ଡିଭିଜନର ମେହେରପୁରଠାରେ ଥିବା ଇସ୍କନ ମନ୍ଦିର ଏବଂ କାଳୀ ମନ୍ଦିର ଉପରେ ଆକ୍ରମଣ ହୋଇଛି । ବିକ୍ଷୋଭକାରୀମାନେ ମନ୍ଦିରରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଇସ୍କନ ମନ୍ଦିରରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ଜାଳି ଦେବାର ଅତ୍ୟନ୍ତ ହୃଦୟ ବିଦାରକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।

ଏନେଇ ଇସ୍କନ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ କହିଛନ୍ତି, "ମେହେରପୁରଠାରେ ଥିବା ଏକ ଇସ୍କନ ମନ୍ଦିର ଏବଂ ଭିତରେ ଥିବା ଦେବାଦେବୀଙ୍କ ମୂର୍ତ୍ତିକୁ ଜାଳି ଦିଆଯାଇଛି । ଏହି ସମୟରେ ମନ୍ଦିର ଭିତରେ ଥିବା ୩ ଜଣ ଶ୍ରଦ୍ଧାଳୁ ଥିବାବେଳେ କୌଣସି ମତେ ସେମାନେ ସେଠୁ ଖସି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।'' ସେହିପରି ରବିବାର ରଙ୍ଗପୁର ସିଟି କର୍ପୋରେସନର ଜଣେ ହିନ୍ଦୁ କାଉନସିଲ ହରଧନ ରୟଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ସଞ୍ଜୀବ ସନୟାଲ ପ୍ରକାଶ କରିଛନ୍ତି ।

ହିନ୍ଦୁ ପ୍ରତିଷ୍ଠାନ ଉପରେ ଆକ୍ରମଣ:

ବାଂଲାଦେଶର ଜଣେ ହିନ୍ଦୁ ସାମାଜିକ କର୍ମୀଙ୍କ ଦ୍ବାରା ଜାରି ଏକ ଭିଡିଓରେ, ପିରୋଜପୁର ଜିଲ୍ଲାରେ ଜଣେ ହିନ୍ଦୁ ମହିଳା ସହାୟତା ପାଇଁ ଆକୁଳ ନିବେଦନ କରୁଥିବାର ଦେଖାଯାଇଛି । ଆଉ ଏକ ଭିଡିଓରେ ନବଗ୍ରହ ବାଡିର ଏକ ମନ୍ଦିରରେ ହିଂସୁକ ଭିଡ ନିଆଁ ଲଗାଉଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ବାଂଲାର ହିନ୍ଦୁ ସମୁଦାୟ ଖୁବ୍ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ବାଂଲାଦେଶ ହିଂସାରେ ହିନ୍ଦୁଙ୍କୁ ଟାର୍ଗେଟ
ବାଂଲାଦେଶ ହିଂସାରେ ହିନ୍ଦୁଙ୍କୁ ଟାର୍ଗେଟ (ସୋସିଆଲ ମିଡିଆ)

ଜାଳିଦେଲେ ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର:

ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲ 'ଏକ୍ସ'ରେ ଏକ ପୋଷ୍ଟରେ, ହିନ୍ଦୁ ସମୁଦାୟଙ୍କ ଘର, ପ୍ରତିଷ୍ଠାନ ଓ ମନ୍ଦିର ଆଦି ୫୪ଟି ସ୍ଥାନ ଉପରେ ଆକ୍ରମଣ ହୋଇଥିବା ସୂଚନା ଦେଇଛି । ଏହା ମଧ୍ୟରେ ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର ରହିଛି, ଯାହା ଭାରତ ଓ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହିତ କରେ । ତେବେ ହିନ୍ଦୁ ମନ୍ଦିର ଉପରେ ଏହି ଆକ୍ରମଣ ମଧ୍ୟରେ ବାଂଲାଦେଶର କୁମିଲ୍ଲା ଅଞ୍ଚଳରୁ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠି କିଛି ବାଂଲାଦେଶୀ ମୁସଲିମମାନେ ହିନ୍ଦୁ ମନ୍ଦିର ଆଗରେ ବସି ରହି ଏହାକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: ବାଂଲାଦେଶ ରାଜନୈତିକ ସଂକଟ: କଣ ହେବ ଶେଖ ହସିନାଙ୍କ ଭବିଷ୍ୟତ ? ସତର୍କ ନହେଲେ ଭାରତ ପାଇଁ ବଢ଼ିବ କି ବିପଦ ? - Sheikh Hasina Resign

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶର ସମୁଦାୟ ଜନସଂଖ୍ୟା ମଧ୍ୟରୁ ୮ ପ୍ରତିଶତ ହେଉଛନ୍ତି ହିନ୍ଦୁ । ୧୯୫୧ରେ ଏହି ହାର ୨୨ ପ୍ରତିଶତ ରହିଥିଲା । ହିନ୍ଦୁ ଆମେରିକାରନ ଫାଉଣ୍ଡେସନ ରିପୋର୍ଟ ଅନୁସାରେ, ୧୯୬୪ରୁ ୨୦୧୩ ମଧ୍ୟରେ ଧାର୍ମିକ ଉତ୍ପୀଡନ କାରଣରୁ ୧୧ ମିଲିୟନରୁ ଅଧିକ ହିନ୍ଦୁ ବାଂଲାଦେଶରୁ ପଳାୟନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.