ETV Bharat / international

ଉତ୍ତର-ଇସ୍ରାଏଲରେ ହିଜବୁଲ୍ଲାର ଘନ ଘନ ରକେଟ ମାଡ - ATTACKS ON ISRAEL MILITARY BASE

author img

By ETV Bharat Odisha Team

Published : Aug 12, 2024, 11:39 AM IST

Hezbollah targets Israel: ସାମରିକ ପ୍ରତିଷ୍ଠାନ ଉପରେ ରକେଟ ମାଡ କଲା ‘ହିଜବୁଲ୍ଲା’ । ଶକ୍ରବାର ଲେବନନ ସୀମାରେ ଥିବା ହିଜବୁଲ୍ଲା ଆଡ୍ଡାରେ ଏୟାରଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ପୁଣି ଜଟିଳ ହେଲା ମଧ୍ୟପ୍ରାଚ୍ୟ ସଙ୍କଟ । ଅଧିକ ପଢନ୍ତୁ

ଇସ୍ରାଏଲରେ ରକେଟ ମାଡ କଲା ହିଜବୁଲ୍ଲା
ଇସ୍ରାଏଲରେ ରକେଟ ମାଡ କଲା ହିଜବୁଲ୍ଲା (ETV Bharat Odisha)

ହାଇଦ୍ରାବାଦ: ଉତ୍ତର-ଇସ୍ରାଏଲରେ ଲେବନନରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ ବଡ଼ ଆକ୍ରମଣ କରିଛି । ଇସ୍ରାଏଲ୍ ଟାଇମ୍ସରେ ପ୍ରସାରିତ ଖବର ଅନୁସାରେ, ହିଜବୁଲ୍ଲା ଦ୍ବାରା ପ୍ରାୟ 10ଟି ରକେଟ ମାଡ ହୋଇଛି । ତେବେ ଏଥିରେ ମୃତାହତ ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ ହୋଇଛି । ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ ଡୋମ’ ଏହି ରକେଟଗଡିକୁ ଇଣ୍ଟରସେଫ୍ଟ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଇସ୍ରାଏଲ ଏବେ ଲେବନନ ସୀମାରେ ହିଜବୁଲ୍ଲାର ପୋଷ୍ଟ ଉପରେ ଏୟାର ଷ୍ଟ୍ରାଇକ କରିବାର ଆଶଙ୍କା ବଢିଛି ।

ଉତ୍ତର ଇସ୍ରାଏଲକୁ ଟାର୍ଗେଟ:-

ଏହାପୂର୍ବରୁ ରବିବାର ହିଜବୁଲ୍ଲା ଉତ୍ତର ଇସ୍ରାଏଲର ସେଫେଡ ସହରର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ଇସ୍ରାଏଲୀ ବେସ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଆକ୍ରମଣକୁ ସଂଗଠନ ସ୍ବୀକାର ମଧ୍ୟ କରିଛି । ‘ହିଜବୁଲ୍ଲା’ ଏକ ବିବୃତ୍ତିରେ କହିଛି, ‘‘ଇସ୍ରାଏଲ ଉପରେ ଇସଲାମିକ ରେଜିଷ୍ଟାନ୍ସ ୟୁନିଟ ଦ୍ବାରା ଆକ୍ରମଣ ହୋଇଛି ଦକ୍ଷିଣ ଲେବନନର ସିଡନ ସହରରେ ଶୁକ୍ରବାର ହୋଇଥିବା ଆକ୍ରମଣରେ ହାମାସ ଅଧିକାରୀଙ୍କ ହତ୍ୟାକୁ ନେଇ ଏହି ଆକ୍ରମଣ ହୋଇଛି ।’’

ଶୁକ୍ରବାର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲ ଡିଫେନ୍ସ ଫୋର୍ସ ଶୁକ୍ରବାର ଲେବନନ ସୀମାରେ ଥିବା ସିଡୋନ ସହରର ଏକାଧିକ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ‘ହମାସ’ ଗୋଷ୍ଠୀର ଅଧିକାରୀ ଅଲ ଉଜଙ୍କ ମୃତ୍ୟୁ ହୋଇଥିଲା । ସାଧାରଣ ଜନବସିତିକୁ ଟାର୍ଗେଟ କରାଯାଉଥିବା ଲେବନନ ଓ ହିଜବୁଲ୍ଲା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାର ପ୍ରତିଶୋଧ ଭାବେ ଗତକାଲି ହିଜବୁଲ୍ଲା ଉତ୍ତର ଇସ୍ରାଏଲରେ ରକେଟ ମାଡ କରିଛି ।

ଏହା ମଧ୍ୟ ପଢନ୍ତୁ :-ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା: ଷଡଯନ୍ତ୍ର ପଛରେ ଏହି ଦେଶ, ଅଧୁରା ଭାଷଣରେ ରହିଛି ଗୁମର - Sheikh Hasina Undelivered Speech

ହମାସ ନେତା ଇସମାଇଲଙ୍କ ହତ୍ୟା ପରେ ବଢିଛି ଟେନସନ:-

ନିକଟରେ ହମାସ ଶୀର୍ଷ ରାଜନୈତିକ ନେତା ଇସମାଇଲଙ୍କୁ ଇରାନ ରାଜଧାନୀ ତେହେରାନରେ ସିକ୍ରେଟ ମିଶନରେ ହତ୍ୟା କରାଯାଇଥିଲା । ଏଥିରେ ଇସ୍ରାଏଲର ଭୂମିକା ଥିବା ଅଭିଯୋଗରେ ଇରାନ ଉତକ୍ଷିପ୍ତ ହୋଇଥିଲା । ଇସ୍ରାଏଲକୁ ଆକ୍ରମଣ କରିବାର ଧମକ ମଧ୍ୟ ଦେଇଥିଲା । ଏହି ମିଳିତ ଆତଙ୍କବାଦୀ ଗୋଷ୍ଠୀ ‘ଇସଲାମିକ ରେଜିଷ୍ଟାନ୍ସ ଇରାନ’ ସମର୍ଥିତ ଏକ ମିଳିଛି ଜିହାଦୀ ସଂଗଠନ । ଗତକାଲି ଆକ୍ରମଣ ପଛରେ ଇରାନର ପ୍ରଚ୍ଛନ୍ନ ସମର୍ଥନ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.