ETV Bharat / international

ଆମେରିକାରେ ମାଡ଼ିଚାଲିଛି ଘାତକ 'କ୍ୟାନଡିଡା ଆରିସ', ଦେଖାଯାଉନି ତୁରନ୍ତ ଲକ୍ଷଣ - America News

Candida Auris: ୱାଶିଂଟନରେ ମାଡ଼ିଚାଲିଛି ଘାତକ 'କ୍ୟାନଡିଡା ଆରିସ' । ନିକଟରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Candida Auris
କ୍ୟାନଡିଡା ଆରିସ
author img

By ETV Bharat Odisha Team

Published : Feb 4, 2024, 5:02 PM IST

ୱାଶିଂଟନ: ଆମେରିକାରେ ମାଡ଼ିଚାଲିଛି ଫଙ୍ଗାଲ୍ ଇନଫେକ୍ସନ 'କ୍ୟାନଡିଡା ଆରିସ' । ୱାଶିଂଟନରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସଂକ୍ରମଣ ଘାତକ ରୂପକ ନେଇପାରେ ବୋଲି ଡାକ୍ତର ଚେତାବନୀ ଦେଇଛନ୍ତି । ଜଣେ ରୋଗୀଠାରୁ ଅନ୍ୟ ଜଣେ ରୋଗୀକୁ ସହଜରେ ହେଉଛି ସଂକ୍ରମଣ । ଯାହାକି ବର୍ତ୍ତମାନ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଡାକ୍ତରଙ୍କ କହିବା ଅନୁସାରେ, ଏହି ରୋଗ ଅତି ସହଜରେ ଜଣେ ରୋଗୀ ନିକଟରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ । ମୁଖ୍ୟତଃ ଏହା ହସ୍ପିଟାଲଗୁଡ଼ିକରେ ଅଧିକ ମାତ୍ରାରେ ବ୍ୟାପିଥାଏ । ଅନେକ ସମୟରେ ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଏ ବିଷୟରେ ଜାଣିପାରନ୍ତି ନାହିଁ । ପରବର୍ତ୍ତୀ ସମୟରେ ଇନଫେକ୍ସନ ବଢିଯାଏ । ତେବେ ରୋଗ ସଂକ୍ରମଣ ହେବା ମାତ୍ରେ ତୁରନ୍ତ ଲକ୍ଷଣ ଦେଖାଯାଏ ନାହିଁ ବୋଲି କହିଛନ୍ତି ଡାକ୍ତର । ଏଥିପାଇଁ 'କ୍ୟାନଡିଡା ଔରିସ'କୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ । ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (CDC)ର ତଥ୍ୟ ଅନୁସାରେ, ଏହି କବକ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ । କ୍ଷତ ହୋଇଥିବା ସ୍ଥାନରେ କିମ୍ବା କାନରେ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇଥାଏ । ଯାହାକି ସଂକ୍ରମଣ ହେବାର ଏକପ୍ରକାର ଲକ୍ଷଣ ବୋଲି ଡାକ୍ତରମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା

ଏହି ସଂକ୍ରମଣ ଦ୍ବାରା ରୋଗୀର ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ପାଥୋଜେନ୍ ଟ୍ୟୁବ, ବ୍ରିଥିଙ୍ଗ ଟ୍ୟୁବ ଆଦି ବ୍ୟବହାର କରୁଥିବା ରୋଗୀମାନେ ସହଜରେ ସଂକ୍ରମଣର ଶିକାର ହେଉଥିବାର ନଜିର ରହିଛି । ଏହାର ପ୍ରତିକାର ସ୍ବରୂପ, ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୟ ଏକ ରୁମରେ ରହିବା ଦରକାର । ସଂକ୍ରମଣର ଶିକାର ବ୍ୟକ୍ତି ଅନ୍ୟମାନଙ୍କ ସଂସ୍ପର୍ଶରେ ନ ଆସିବା ଦ୍ବାରା ସଂକ୍ରମଣରେ ରୋକ୍ ଲଗାଯାଇପାରିବ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର । ସୂଚନା ଅନୁସାରେ, ପ୍ରାୟ ୧୪ ବର୍ଷ ପୂର୍ବେ ଏହି ରୋଗ ଜାପାନରେ ଚିହ୍ନଟ କରାଯାଇଥିଲା । ୨୦୨୨ ମସିହାରେ 'କ୍ୟାନଡିଡା ଔରିସ' ଦ୍ବାରା ୨ ହଜାର ୩୭୭ ଜଣ ଆକ୍ରାନ୍ତ ହୋଇଥିଲେ । ୨୦୧୬ ମସିହାରେ ୫୩ ଜଣ ସଂକ୍ରମିତ ହୋଇଥିଲେ । ୪୦ଟି ଦେଶରେ ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଥିଲା । ବର୍ତ୍ତମାନ ୱାଶିଂଟନରେ ଏହି ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.