ETV Bharat / international

ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ନିନ୍ଦା କଲେ ମୋଦି - Donald Trump Injured In Shooting

author img

By ETV Bharat Odisha Team

Published : Jul 14, 2024, 7:29 AM IST

Updated : Jul 16, 2024, 8:27 AM IST

Former US President Donald Trump injured in shooting: ନିର୍ବାଚନୀ ରାଲି ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ । ତାଙ୍କର କାନରେ ବାଜିଛି ଗୁଳି । ଘଟଣାକୁ ନିନ୍ଦା କଲେ ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଅଧିକ ପଢନ୍ତୁ

Donald Trump injured in shooting
Donald Trump injured in shooting (ANI)

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ । ପେନ୍‌ସିଲଭେନିଆ ସହରରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ ହଠାତ ଗୁଳି ଫୁଟିଥିଲା । ଏଥିରେ ଟ୍ରମ୍ପ ଆହତ ହୋଇଛନ୍ତି । ତାଙ୍କର ଡାହାଣ କାନର ଉପରେ ଅଂଶରେ ଗୁଳି ବାଜି ବାହାରି ଯାଇଛି । ଗୁଳିମାଡ ପରେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ବିପଦମୁକ୍ତ ଥିବା ସରକାରୀ ସୁତ୍ରରୁ ପ୍ରକାଶ ପାଇଛି । ଅନ୍ୟପଟେ ସିକ୍ରେଟ ସର୍ଭିସର ସୁରକ୍ଷାକର୍ମୀ ଗୁଳିରେ ସନ୍ଦିଗ୍ଧ ଆକ୍ରମଣକାରୀ ପ୍ରାଣ ହରାଇଛି । ରାଲିରେ ସାମିଲ ହୋଇଥିବା ଜଣେ ସାଧାରଣ ଜନତାଙ୍କ ଗୁଳି ବିନିମୟ ସମୟରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।

ଟ୍ରମ୍ପ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ (ଆମେରିକା ସମୟ ଅନୁଯାୟୀ) ପେନ୍‌ସିଲଭେନିଆରେ ନିର୍ବାଚନୀ ରାଲି କରୁଥିଲେ । ଏହି ସମୟରେ ଗୁଳିମାଡ ହୋଇଥିଲା । ଏକ ଭିଡିଓରୁ ଜଣାପଡୁଛି ଯେ, ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ହଠାତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଟ୍ରମ୍ପ ପୋଡିୟମ ତଳେ ବସିପଡିଥିଲେ । ଟ୍ରମ୍ପଙ୍କ ସିକ୍ରେଟ ସର୍ଭିସ (ସିକ୍ୟୁରିଟି ଗାର୍ଡ) ତାଙ୍କୁ ସଙ୍ଗେ ସଙ୍ଗେ ଘେରି ନେଇଥିଲେ । ତେବେ ତାଙ୍କ ଡାହାଣ କାନ ଓ ଗାଲରେ ରକ୍ତ ଛିଟା ଲାଗିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ବିପଦମୁକ୍ତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ ସୂଚନା ଜାରି କରାଯାଇଛି । ଆତତାୟୀ ୩ରୁ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡିଛି ।

ସିକ୍ରେଟ ସର୍ଭିସ ପକ୍ଷରୁ ପାଲଟା ଗୁଳିମାଡରେ ଜଣେ ସନ୍ଦିଗ୍ଧ ଗୁଳିଚାଳନାକାରୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ନେଇ ସୂଚନା ରହିଛି । ସଭାରେ ଯୋଗ ଦେଇଥିବା ଜଣେ ଜନତାଙ୍କ ଗୁଳିମାଡରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି । ଘଟଣାର ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ପ୍ରଥମ ଡିବେଟ୍‌ରେ ବାଇଡେନଙ୍କ ଫିକା ପ୍ରଦର୍ଶନ, ଭାରି ପଡ଼ିଲେ ଟ୍ରମ୍ପ - Biden Trump First Debate

ଜୀବନ ବଞ୍ଚାଇଥିବାରୁ ନିଜ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ଗୁଳି ବିନିମୟରେ ନିହତ ହୋଇଥିବା ରାଲିରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ସମବେଦନା ଜଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି," ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀ ବିଷୟରେ କିଛି ଜଣାପଡିନାହିଁ । ସେ ଏବେ ନିହତ। ଗୋଟିଏ ଗୁଳି ମୋ ଡାହାଣ କାନର ଉପର ଅଂଶରେ ଗୁଳି ବାଜି ବାହାରକୁ ବାହାରି ଯାଇଛି । ମୁଁ ଗୁଳି ବାଜିବାର ଶବ୍ଦ ଶୁଣି ଜାଣିଯାଇଥିଲି କିଛି ଘଟିଛି ବୋଲି । କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଭଗବାନ ଆମେରିକାକୁ ଆଶୀର୍ବାଦ କରନ୍ତୁ !"

ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, କମଲା ହାରିସ, ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର ପ୍ରମୁଖ କଡ଼ା ନିନ୍ଦା କରିଛନ୍ତି । ଆମେରିକାରେ ହିଂସା ପାଇଁ କୌଣସି ସ୍ଥାନ ନାହିଁ ବୋଲି ବୋଲି ସେମାନେ କହିଛନ୍ତି । ଏଭଳି ରାଜନୈତିକ ହିଂସାକାଣ୍ଡକୁ ନିନ୍ଦା କରୁଛି ବୋଲି ବାଇଡେନ କହିଛନ୍ତି ।

ଘଟଣାକୁ କଡା ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, "ମୋ ବନ୍ଧୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁଁ ଗଭୀର ଚିନ୍ତିତ । ଏହି ଅଘଟଣକୁ କଡା ନିନ୍ଦା କରୁଛି । ଗଣତନ୍ତ୍ର ଓ ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ । ଶୀଘ୍ର ଆରୋଗ୍ୟ କାମନା କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2024, 8:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.