ETV Bharat / international

ଇସ୍ରାଏଲରେ ତେଜୁଛି ସରକାରୀ ବିରୋଧି ନାରା, ନେତାନ୍ୟାହୁଙ୍କ ଇସ୍ତଫା ଦାବି କଲେ ହଜାର ହଜାର ବିକ୍ଷୋଭକାରୀ - Anti government protest in Israel

author img

By ETV Bharat Odisha Team

Published : Apr 7, 2024, 9:53 AM IST

Israel anti government protest: ଇସ୍ରାଏଲରେ ପୁଣି ମୁଣ୍ଡ ଟେକିଲା ସରକାର ବିରୋଧି ଆନ୍ଦୋଳନ । ହମାସ ଦ୍ୱାରା ବନ୍ଧକମାନଙ୍କୁ ମୁକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ହଜାର ହଜାର ବିକ୍ଷୋଭକାରୀ । ଅଧିକ ପଢନ୍ତୁ

Israel anti government protest
Israel anti government protest

ତେଲ ଆଭିଭ: ଇସ୍ରାଏଲରେ ପୁଣି ମୁଣ୍ଡ ଟେକିଛି ସରକାର ବିରୋଧି ଆନ୍ଦୋଳନ । ଶନିବାର ଦିନ ହଜାର ହଜାର ଇସ୍ରାଏଲବାସୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହମାସ ପାଖରେ ଅଟକ ଥିବା ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବା ସହ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଇସ୍ତଫା ଓ ଦେଶରେ ଖୁବଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଇସ୍ରାଏଲ ଗାଜା ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲରେ ଆଭ୍ୟନ୍ତରୀଣ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଯୁଦ୍ଧକୁ ବିରୋଧରେ ଦେଶରେ ସରକାରୀ ବିରୋଧି ଆନ୍ଦୋଳନ ତେଜିବାରେ ଲାଗିଛି । ଶନିବାର ଦିନ ଦେଶର ରାଜଧାନୀ ଜେରୁସାଲେମ, ତେଲ୍ ଆଭିଭ, କାଇସାରେଆ, ହାଇଫା ଆଦି ଅଞ୍ଚଳରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ହଜାର ହଜାର ଇସ୍ରାଏଲବାସୀ ରାଜରାସ୍ତାରେ ସରକାରୀ ବିରୋଧି ନାରାବାଜି କରିବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । ହମାସ ପାଖରେ ଅଟକ ଥିବା ଇସ୍ରାଏଲ ପଣବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏଥିସହ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଇସ୍ତଫା ସହ ଦେଶରେ ଖୁବଶୀଘ୍ର ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଏହାମଧ୍ୟ ପଢନ୍ତୁ.. ଖାଦ୍ୟ ସଙ୍କଟକୁ ନେଇ ଗାଜାରେ ହାହାକାର, କ୍ଷୁଧାକୁ ଯୁଦ୍ଧାସ୍ତ୍ର କରାନଯିବାକୁ ଆହ୍ୱାନ - GAZA STARVATION

ବିକ୍ଷୋଭକାରୀମାନେ ନେତାନ୍ୟାହୁଙ୍କ ବିରୋଧରେ ଜୋରାଦାର ଆନ୍ଦୋଳନ କରିଛନ୍ତି । "ଆମେ ଭୟଭୀତ ନାହୁଁ, ତୁମେ ଦେଶକୁ ଧ୍ୱଂସ କରିଦେବ । ଆମେ ଏହାକୁ ଠିକ କରିବୁ । ଆମେ ଚାହୁଁଛୁ ବନ୍ଧକମାନେ ଜୀବିତ ଫେରି ଆସନ୍ତୁ, କଫିନରେ ନୁହେଁ, ଦେଶପାଇଁ ନେତାନ୍ୟାହୁ ବିପଦ ବୋଲି ଆନ୍ଦୋଳନକାରୀମାନେ ନାରାବାଜି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଖୁବଶୀଘ୍ର ନିର୍ବାଚନ କରିବାକୁ ଦାବି ଉଠିଛି ।

ଅନ୍ୟପଟେ ଏହି ସରକାରୀ ବିରୋଧି ଆନ୍ଦୋଳନକୁ ଅଟକାଇବା ପାଇଁ ସୁରକ୍ଷାକର୍ମୀମାନେ ମଧ୍ୟ ଜୋରଦାର ପ୍ରୟାସ କରିଥିଲେ । ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ଭିଡ ଉପରକୁ ଓ୍ୱାଟକ କାନୋନ୍ସ (ପାଣି ଗୁଳି) ପ୍ରୟୋଗ କରିବା ସହ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି । ଇସ୍ରାଏଲ ସୁରକ୍ଷାକର୍ମୀଙ୍କ କହିବାନୁଯାୟୀ, " ରାଜରାସ୍ତାରେ ମାର୍ଚ୍ଚ କରିବା ପାଇଁ ବିକ୍ଷୋଭକାରୀମାନଙ୍କୁ ଅନୁମତି ଦିଆଯାଇନଥିଲା । ରାଜରାସ୍ତାରେ ଯାଉଥିବା ଲୋକମାନଙ୍କ ପାଇଁ ଆନ୍ଦୋଳନକାରୀମାନେ ବିପଦ ସାଜିପାରନ୍ତି ବୋଲି ଆଶଙ୍କାରେ ସେମାନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସୁରକ୍ଷାକର୍ମୀ ।

ସୂଚନାଯୋଗ୍ୟ, ଅକ୍ଟୋବର 7 ତାରିଖରେ ଇସ୍ରାଏଲରେ ଆକ୍ରମଣ କରିଥିଲା ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ । ଇସ୍ରାଏଲକୁ ଗାଜାରୁ ପାଖାପାଖି 3000 ରକେଟ ମାଡ କରିଥିଲା ହମାସ । ଏଥିସହ 2500 ଆତଙ୍କବାଦୀ ସୀମା ମଧ୍ୟରେ ପଶି ପାଖାପାଖି 250 ଇସ୍ରାଏଲବାସୀଙ୍କୁ ବନ୍ଦୀ କରି ଉଠାଇନେଇଥିଲେ। ତେବେ ଏହି ବନ୍ଧକମାନଙ୍କ ମଧ୍ୟରୁ ଏବେସୁଦ୍ଧା 130 ଜଣ ଉଦ୍ଧାର ହୋଇଥିବା ବେଳେ 33 ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଅନ୍ୟ ପଣବନ୍ଦୀମାନଙ୍କୁ ଉଦ୍ଧାର କରିବା ପାଇଁ ଦେଶରେ ଜୋରଦାର ଦାବି ଉଠିଛି । ଏହାକୁ ନେଇ ଦେଶରେ ସରକାର ବିରୋଧି ଆନ୍ଦୋଳନ ତେଜୁଥିବା ବେଳେ ନେତାନ୍ୟାହୁ ସରକାରଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.