ETV Bharat / health

କୃମିମୁକ୍ତ ହେବ ଓଡିଶା; ମାଗଣାରେ ଏକ କୋଟି ମହିଳା ଓ ଶିଶୁଙ୍କ ଦିଆଯିବ ଔଷଧ, ଜାଣନ୍ତୁ କେବେଠୁ ଆରମ୍ଭ ଅଭିଯାନ - Deworming drive in Odisha - DEWORMING DRIVE IN ODISHA

Deworming drive in Odisha: କୃମିମୁକ୍ତ ହେବ ଓଡିଶା ! ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ଏକ କୋଟି ଶିଶୁ ଓ ମହିଳାଙ୍କୁ ଔଷଧ ବଣ୍ଟନ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଏକ କୋଟିରୁ ଅଧିକ ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

Deworming drive in Odisha
Deworming drive in Odisha (ETV Bharat Odisha)
author img

By ETV Bharat Odisha Team

Published : Aug 9, 2024, 8:11 AM IST

ଭୁବନେଶ୍ୱର: କୃମିମୁକ୍ତ ହେବ ଓଡିଶା ! ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହିକ୍ରମରେ ରାଜ୍ୟରେ ଏକ କୋଟି ଶିଶୁ ଓ ମହିଳାଙ୍କୁ ଔଷଧ ବଣ୍ଟନ କରାଯିବ । ଅଗଷ୍ଟ ୧୦ ରୁ ୧୭ ତାରିଖ ମଧ୍ୟରେ ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡି ସେଣ୍ଟରରେ ଏହି ଔଷଧ ଦିଆଯିବ । ପ୍ରଜନନକ୍ଷମ ବୟସର ମହିଳା ଏବଂ ଶିଶୁମାନଙ୍କୁ କୃମିମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଏକ କୋଟିରୁ ଅଧ‌ିକ ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Deworming drive in Odisha (ETV Bharat Odisha)

ଏହି ବୟସର ମହିଳା ଓ ଶିଶୁଙ୍କୁ ଦିଆଯିବ କୃମିନାଶକ ଔଷଧ:
ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ଡକ୍ଟର ସଂଯୁକ୍ତା ସାହୁ କହିଛନ୍ତି, " ୬ ରୁ ୧୯ ବର୍ଷ ବୟସର ପିଲା ଏବଂ ୨୦ ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନଙ୍କୁ ଏହି କୃମିନାଶକ ବଟିକା (ଆଲବେଣ୍ଡାଜୋଲ୍ ବଟିକା) ଦିଆଯିବ । ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଏବଂ ଆଶାକର୍ମୀଙ୍କ ଏହା ବଣ୍ଟନ କରିବେ । ଏଥିସହିତ ୧ ରୁ ୫ ବର୍ଷ ବୟସର ଶିଶୁମାନଙ୍କୁ ଆଲବେଣ୍ଡାଜୋଲ୍ ସିରପ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯିବ । କୃମିମୁକ୍ତ ଅଭିଯାନ ସହିତ ଭିଟାମିନ୍ ଏ ସପ୍ଲିମେଣ୍ଟସନ୍ ପ୍ରୋଗ୍ରାମ୍ ମଧ୍ଯ କାର୍ଯ୍ୟକାରୀ ହେବ ।

ଫୋକସରେ ଏହିସବୁ ଜିଲ୍ଲା:

ବିଶେଷ ଭାବରେ ୧୯ଟି ଜିଲ୍ଲା ଉପରେ ସରକାରଙ୍କ ପକ୍ଷରୁ ଅଧିକ ଫୋକସ କରାଯାଇଛି । ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଦେଓଗଡ଼, ଗଜପତି, ଜଗତସିଂପୁର, କେନ୍ଦ୍ରାପଡା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଇକାନଗିରି, ନୟାଗଡ଼, ନବରଙ୍ଗପୁର, ନୂଆପଡା, ରାୟଗଡା ଏବଂ ପୁରୀ ଜିଲ୍ଲାକୁ ଅଧିକ ଫୋକସରେ ରଖାଯାଇଛିି । ଲିମ୍ଫାଟିକ୍ ଫାଇଲାରିଆସିସ୍ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏଲଏଫ୍ଏମ୍‌ଡିଏ) ଦ୍ୱାରା ଚିହ୍ନଟ କରାଯାଇଥିବା ଇମ୍ପ୍ଲିମେଣ୍ଟସନ୍‌ ୟୁନିଟ୍ (ଆଇୟୁ) ଅବଶିଷ୍ଟ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ କରିବ। ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଫୋକସରେ ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ସଂଯୁକ୍ତା ସାହୁ ।

ଏହାମଧ୍ୟ ପଢନ୍ତୁ... ମିସ୍‌କ୍ୟାରେଜ ପାଇଁ ଚିନ୍ତିତ କି? କେମିତି ରୋକିବେ ଗର୍ଭନଷ୍ଟ, କିଭଳି ଜନ୍ମ ଦେବେ ସୁସ୍ଥ ଶିଶୁ, କଣ କହୁଛନ୍ତି ସ୍ତ୍ରୀ ରୋଗ ବିଶେେଷଜ୍ଞ ... - Causes of miscarriage

ଶିଶୁଙ୍କ ଜୀବନ ଶୈଳୀରେ ଆଣିବ ପରିବର୍ତ୍ତନ:

ୟୁନିସେଫର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି , "ଶିଶୁଙ୍କ ସ୍ୱାସ୍ଥ୍ୟ ରକ୍ଷା ଓ ସୁସ୍ଥ ସମାଜ ଗଠନ ପାଇଁ ଜାତୀୟ କୃମି ନାଶକ ଦିବସ ଏକ ଗୁରୁତପୂର୍ଣ୍ଣ ପଦକ୍ଷେପ । ଏହି ବ୍ୟାପକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ସ୍ବାସ୍ଥ୍ୟ, ପୋଷଣ ସ୍ଥିତି, ଶିକ୍ଷାର ସୁବିଧା ଏବଂ ପ୍ରଜନନକ୍ଷମ ମହିଳା ଓ ଶିଶୁମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା । ତେବେ ଏହି ଅଭିଯାନ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ୟୁନିସେଫ୍ ସହଭାଗୀତାର ଏକ ମିଳିତ ପ୍ରୟାସରେ କରାଯାଉଛି ।

ବିଭାଗ ମଧ୍ୟରେ ସମନ୍ୱୟ:
ପରିବାର କଲ୍ୟାଣ ନିର୍ଦ୍ଦେଶିକା ସଂଯୁକ୍ତା ସାହୁ କହିଛନ୍ତି, "ଜାତୀୟ କୃମିନାଶକ ଦିବସ ବର୍ଷକୁ ଦୁଇ ଥର ହୋଇଥାଏ । ଫେବ୍ରୁଆରୀ ଓ ଅଗଷ୍ଟ ମାସରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଦ୍ବାରା ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅଣସୂଚିତ ଜାତି ଓ ଜନଜାତି ବିଭାଗ ସହ‌ଯୋଗରେ ଏକ ନିର୍ଦ୍ଦିଷ୍ଟ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଦିବସ ପାଳନ କରାଯାଉଛି । ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରମାନଙ୍କରେ ଏନଡିଡି( ନ୍ୟାସନାଲ ଡିଓ୍ୱୋର୍ମିଂ ଡେ) ଅଭିଯାନ କାର୍ଯ୍ୟକାରୀ ହେବ। ଆଲବେଣ୍ଡାଜୋଲ୍ ଔଷଧ ଦିଆଯିବ । ଏହି ଅଭିଯାନରେ ସମସ୍ତ ସରକାରୀ ଓ ସରକାରଙ୍କ ଦ୍ୱାରା ଅନୁମୋଦିତ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ, ଶିଶୁ ବାଟିକା ଓ ଶିଶୁ ଯତ୍ନ ଅନୁଷ୍ଠାନଗୁଡିକ ଅନ୍ତର୍ଭୁକ୍ତ ହେବେ ।"

କେଉଁଠି ଏବଂ କେଉଁମାନେ ଦେବେ ଔଷଧ:
ଶିଶୁ ବିଶେଷଜ୍ଞ ଆଦିତ୍ୟ ମହାପାତ୍ର କହିଛନ୍ତି, "ଯେଉଁମାନେ ଅଗଷ୍ଟ ୧୦ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇପାରି ନ ଥିବେ ସେମାନେ ଅଗଷ୍ଟ ୧୭ ତାରିଖରେ ଏହି ଔଷଧ ଖାଇପାରିବେ । ଏହି ଦିନ ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯାଉଛି। ଏହି ବୟସ ସୀମା ମଧ୍ୟରେ ବିଦ୍ୟାଳୟକୁ ଯାଉଥିବା ସମସ୍ତ ପିଲାମାନେ ସେମାନେ ପଢୁଥ‌ିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଏହି ଔଷଧ ଶିକ୍ଷକମାନଙ୍କ ଦ୍ବାରା ଖାଇବେ । ଏହି ବୟସ ସୀମା ମଧ୍ୟରେ ବିଦ୍ୟାଳୟକୁ ଯାଉନଥିବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀଙ୍କ ଦ୍ବାରା ଏହି ଔଷଧ ଖାଇବେ । ଜାତୀୟ କୃମିନାଶକ ଦିବସରେ ଆମ ରାଜ୍ୟରେ ୨୦ ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନଙ୍କୁ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯାଉଛି । ଏହି ଅବସରରେ ରାଜ୍ୟର ୧ କୋଟି ୭ ଲକ୍ଷ୍ୟ ୧୫ ହଜାର ୪୦ଜଣ ହିତାଧିକାରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ"।

କୃମି ଔଷଧ ଖାଇଲେ କଣ ହୋଇଥାଏ:
ଶିଶୁ ବିଶେଷଜ୍ଞ ଆଦିତ୍ୟ ମହାପାତ୍ର କହିଛନ୍ତି," ଏହି ଔଷଧ ଖାଇବା ଦ୍ବାରା ପିଲା ଓ ମହିଳାମାନେ ରକ୍ତହୀନତା, ପୁଷ୍ଟିହୀନତାରୁ ରକ୍ଷା ପାଇପାରିବେ । ଏକାଗ୍ରତା ବଢିବା ସହ ଶିକ୍ଷା ଦକ୍ଷତା ବୃଦ୍ଧି, କୃମି ସଂକ୍ରମଣ ହ୍ରାସ ହୋଇଥାଏ"।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.