ହାଇଦ୍ରାବାଦ: ଅପସ୍ମାର ହେଉଛି ଏକ କ୍ରୋନିକ ସ୍ନାୟୁଗତ ବ୍ୟାଧି ଅଟେ । ଯେଉଁଥିରେ ମସ୍ତିଷ୍କର ସନ୍ତୁଳନ ବଜାୟୀ ରୁହେ ନାହିଁ । ଯେତେବେଳେ ଅପସ୍ମାର ହୁଏ, ମସ୍ତିଷ୍କର ଏଲିକ୍ଟ୍ରୋଲ ଆକ୍ଟିଭିଟି ଦୁର୍ବଳ ହୋଇଯାଏ । ଫଳରେ ବ୍ୟକ୍ତି ବାରମ୍ବାର ମୂର୍ଚ୍ଛା ହୋଇଥାଏ । ଏହି ରୋଗରେ ବ୍ୟକ୍ତିର ମାନସିକ ସନ୍ତୁଳନ ସଠିକ ରୁହେ ନାହିଁ ।
ଯଦି କହିବା ଅପସ୍ମାର ଦୁଇ ପ୍ରକାରର ଅଟେ । ପ୍ରଥମଟି ହେଉଛି ଜନରଲାଇଡ୍ଜ ଅପସ୍ମାର । ଯାହା ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହା ରୋଗୀର ସମଗ୍ର ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ବାରମ୍ବାର ବାତ ମାରିବା ଦ୍ବାରା ମାନସିକ ସନ୍ତୁଳନ ବଜାୟୀ ରୁହେ ନାହିଁ । ଚେତାଶୂନ୍ୟ ନହେବା ଯାଏଁ ଏହା ଜାରି ରହିଥାଏ । ଦ୍ୱିତୀୟଟି ହେଉଛି ଫୋକାଲ୍ ଏପିଲେପସି । ଯେଉଁଥିରେ ରୋଗୀର କିଛି ଅଂଶ ପ୍ରଭାବିତ ହୋଇଥାଏ । ଏହା ଶରୀରର କୌଣସି ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ମୁହଁ, ହାତ, ଗୋଡ ଯେକୌଣସି ଅଙ୍ଗରେ ମଧ୍ୟ ଏହା ଦେଖାଯାଇଥାଏ ।
ଅପସ୍ମାରର ଲକ୍ଷଣ:
- ମୂର୍ଚ୍ଛା ହେବା
- ହଠାତ ତଳେ ପଡିଯିବା
- ପାଦ ଏବଂ ହାତ ଥରିବା
- ମୁହଁ ବୁଲାଇବା
- ଶରୀରର ମାଂସପେଶୀରେ କଠିନତା
ଏହା ମଧ୍ୟ ପଢନ୍ତୁ: ଜାତୀୟ ଅପସ୍ମାର ଦିବସ, ଭେଦଭାବ ନୁହେଁ ସଠିକ ଚିକିତ୍ସା ଦ୍ବାରା ହାରିବ ରୋଗ
ଅସ୍ମାରର କାରଣ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅପସ୍ମାରର ଅନେକ କାରଣ ରହିଥାଏ । କେତେକଙ୍କ କ୍ଷେତ୍ରରେ ଏହା ବଂଶଗତ କାରଣ ହୋଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ମୁଣ୍ଡରେ ମାଡ ହେବା, ସଂକ୍ରମଣ ଏବଂ ମସ୍ତିଷ୍କ ବିକାଶରେ ସମସ୍ୟା ଯୋଗୁଁ ହୋଇଥାଏ । ଚିକିତ୍ସା କିମ୍ବା ଦୁର୍ଘଟଣାଜନିତ କାରଣରୁ ଅପସ୍ମାରର ଲକ୍ଷଣ ଦେଖାଯାଏ, ଯେପରିକି ଷ୍ଟ୍ରୋକ, ମସ୍ତିଷ୍କ ଟ୍ୟୁମର, ଡିମେନ୍ସିଆ ଏବଂ ଆଲଜାଇମର ରୋଗ, ମେନିଞ୍ଜାଇଟିସ୍, ଜନ୍ମଗତ ମାନସିକ ସମସ୍ୟା, ଭାବପ୍ରବଣ ଚାପ ଏବଂ ନିଦ୍ରା ଅଭାବ ହୋଇପାରେ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଏହାର ଲକ୍ଷଣ ଭିନ୍ନ ହୋଇଥାଏ । ଏହାସହିତ ଚିନ୍ତା, ନିଦ୍ରାହୀନତା, ନିଶାଦ୍ରବ୍ୟର ସେବନ ଯୋଗୁଁ ମଧ୍ୟ ଅପସ୍ମାର ହେବାର ସମ୍ଭାବନା ରହିଥାଏ । ଅନ୍ୟପଟେ କେତେକ କ୍ଷେତ୍ରରେ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ । ସଠିକ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ମଧ୍ୟ ସମ୍ଭବ ହୋଇଥାଏ । ବୟସ୍କଙ୍କ ସହିତ ଛୋଟ ଛୁଆଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖାଯାଇଥାଏ ।
ବର୍ତ୍ତିବାର ଉପାୟ:ଅପସ୍ମାର ଏକ ସ୍ନାୟୁଗତ ବ୍ୟାଧି ଅଟେ। ଏହାର ଉପଶମ ପାଇଁ ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ଅଟେ । ଅନ୍ୟପଟେ ସଠିକ ସମୟରେ ଖାଦ୍ୟ ଖାଇବା ସହିତ ଚାପ ଏବଂ ଚିନ୍ତା ଦୂର କରିବା ଆବଶ୍ୟକ । ଅନ୍ୟପଟେ ସନ୍ତୁଳିତ ଖାଦ୍ୟ ଖାଇବା ସହିତ ମଦ୍ୟପାନ ଏବଂ ଡ୍ରଗ୍ସ ଠାରୁ ମଧ୍ୟ ଦୂରରେ ରହିବା ଆବଶ୍ୟକ ।
ବିଦ୍ର:ଏହା ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଏକ ଖବର ଅଟେ । କୌଣସି ପ୍ରକାର ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।