ETV Bharat / health

ଆଜି ବିଶ୍ବ କର୍କଟ ଦିବସ: ଜାଣନ୍ତୁ ଏହାର କାରଣ, ଲକ୍ଷଣ, ନିରାକରଣ - ଆଜି ବିଶ୍ବ କର୍କଟ ଦିବସ

World Cancer Day: ଆଜି ବିଶ୍ବ କର୍କଟ ଦିବସ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ଏହି ଦିବସର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ

ବିଶ୍ବ କର୍କଟ ଦିବସ
ବିଶ୍ବ କର୍କଟ ଦିବସ
author img

By ETV Bharat Odisha Team

Published : Feb 4, 2024, 10:04 AM IST

ହାଇଦ୍ରାବାଦ: କ୍ୟାନସର ବା କର୍କଟ, ଆଜିକା ସମୟରେ ସବୁଠୁ ବଡ଼ ମାରାତ୍ମକ ରୋଗ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଏହି ଗମ୍ଭୀର ରୋଗର ଶିକାର ହେଉଛନ୍ତି । ତେଣୁ କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଏ । ଅର୍ଥାତ୍ ଆଜି ବିଶ୍ବ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା, ଶୀଘ୍ର ଚିହ୍ନଟ, ନିରାକରଣ, ଚିକିତ୍ସା ଏବଂ ରୋଗରେ ପୀଡିତ ଲୋକଙ୍କୁ ଉତ୍ତର ସ୍ବାସ୍ଥ୍ୟସେବା ଯୋଗାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଚଳିତ ବର୍ଷର କ୍ୟାନସର ଦିବସ ଥିମ୍ ରହିଛି କ୍ଲୋଜ ଦ କେୟାର ଗ୍ୟାପ୍ ।

ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସର(IARC) ରିପୋର୍ଟ ଅନୁସାରେ, ୨୦୨୨ରେ ବିଶ୍ବରେ ୨୦ ମିଲିୟନ ଲୋକ କ୍ୟାନସରେ ପୀଡିତ ହୋଇଥିଲେ ଏବଂ ୯.୭ ମିଲିୟନ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି କର୍କଟ ରୋଗ ଚିହ୍ନଟ ପରେ ୫ ବର୍ଷ ମଧ୍ୟରେ ଜୀବିତ ଥିବା ଲୋକଙ୍କ ସଂଖ୍ୟା ୫୩.୩ ମିଲିୟନ ଥିଲା । ୨୦୫୦ରେ ବିଶ୍ବରେ ୩୫ ମିଲିୟନ ଲୋକେ କର୍କଟ ରୋଗୀରେ ପୀଡିତ ହେବା ନେଇ ପୂର୍ବାନୁମାନ କରାଯାଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ୨୦୨୨ ଭାରତରେ କ୍ୟାନସରେ ମାମଲାରେ ଅହେତୁକ ବୃଦ୍ଧି ହୋଇଥିଲା । ୨୦୨୨ରେ ଦେଶରେ ୧୪.୧ ନୂଆ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୯.୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ପୃଥିବୀରେ ସବୁଠୁ ଘାତକ ରୋଗ ଭାବେ କ୍ୟାନସର ଜଣାଯାଏ । ଆଜି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ କ୍ୟାନସର ରୋଗୀଙ୍କ ଘୃଣ୍ୟ ଦୃଷ୍ଟିରେ ଦେଖନ୍ତି । ସମାଜରେ କର୍କଟ ରୋଗ ପ୍ରତି ଜନସଚେତନା ସୃଷ୍ଟି ପାଇଁ ଫେବୃଆରୀ ୪କୁ କର୍କଟ ଦିବସ ରୂପେ ପାଳନ କରାଯାଉଛି । ତେବେ କ୍ୟାନସର ଅନେକ ଲକ୍ଷଣ ହୋଇପାରେ, ଯେମିତିକି

  • ଭୋକ ନ ଲାଗିବା ବା କମ୍ ଭୋକ ଲାଗିବ ।
  • ହଠାତ୍ ଓଜନ ହ୍ରାସ ପାଇବା ।
  • ଖାଦ୍ୟ ଗିଳିବାରେ ସମସ୍ୟା ହେବା ।
  • କଥା କହିବା ସମୟରେ ଯନ୍ତ୍ରଣା ଅନୁଭବ ହେବା ।
  • ଆରାମ ନେବା ପରେ ଥକ୍କା ଲାଗିବା ।
  • କ୍ଷତ ହୋଇଥିଲେ ଭଲ ନହେବା ।

ସାରା ଦେଶରେ ବହୁଳ ମାତ୍ରାରେ ତମ୍ବାଖୁ ବ୍ୟବହାର କରଯାଉଛି । ବଜାରରେ ବିଭିନ୍ନ ପ୍ରକାରର ତମ୍ବାଖୁ ସାମଗ୍ରୀ ଉପଲବ୍ଧ ରହିଛି । ଏହାକୁ ସେବନ କରିବା ଦ୍ବାରା ଏହା ଧୀରେ ଧୀରେ ଅଭ୍ୟାସରେ ବଦଳି ଯାଉଛି । ଯାହାକି କ୍ୟାନସର କାରଣ ହେଉଛି । ତମ୍ବାଖୁ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । ଏହା କ୍ୟାନସର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ । ଅସ୍ବାସ୍ଥ୍ୟକର ଡାଏଟ, ପ୍ୟାକେଟ ଖାଦ୍ୟପଦାର୍ଥର ଅଧିକ ସେବନ, ଶାରିରୀକ ବ୍ୟାୟାମ ନକରିବା ମଧ୍ୟ କ୍ୟାନସରର କାରଣ ହୋଇଥାଏ । ସେହିପରି ବର୍ତ୍ତମାନ ସମୟରେ ପ୍ରଦୂଷଣ ମଧ୍ୟ ଲୋକଙ୍କ ମଧ୍ୟରେ କ୍ୟାନସର ଆଶଙ୍କା ଯଥେଷ୍ଟ ବୃଦ୍ଧି କରୁଛି ।

ଏହା ମଧ୍ୟ ପଢନ୍ତୁ: 'ବିଶ୍ବ କୁଷ୍ଠ ଦିବସ' କାହିଁକି ପାଳନ କରାଯାଏ ? ଜାଣନ୍ତୁ

ଏକ ସୁସ୍ଥ ଜୀବନଶୈଳୀ ବା ହେଲ୍‌ଦି ଲାଇଫଷ୍ଟାଇଲ ଆପଣାଇ କ୍ୟାନସର ଭଳି ମାରତ୍ମକ ରୋଗର ସମ୍ଭାବନାକୁ କମ୍ କରାଯାଇପାରେ । ଏଥିପାଇଁ ଠିକ୍ ସମୟରେ ଶୋଇବା, ଉଠିବା, ସନ୍ତୁଳିତ ଆହାର ଭୋଜନ, ପ୍ରତିଦିନ ବ୍ୟାୟାମ କରିବା ଜରୁରୀ । ଏଭଳି କରିବା ଦ୍ବାରା କେବଳ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ନାହିଁ ବରଂ ସୁସ୍ଥ ଜୀବନ ଜୀଇଁବାରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଯଦି ଆପଣଙ୍କ ଠାରେ କ୍ୟାନସରର କୌଣସି ଲକ୍ଷଣ ଦେଖାଯାଏ, ତାହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । କ୍ୟାନସର ସ୍କ୍ରିନିଂ ସାହାଯ୍ୟରେ ଏହି ରୋଗର ଚିହ୍ନଟ ହୋଇପାରିବ । ଠିକ୍ ସମୟରେ କ୍ୟାନସର ଚିହ୍ନଟ ହୋଇପାରିଲେ, ଏହି ରୋଗକୁ ପରାସ୍ତ କରାଯାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.