ହାଇଦ୍ରାବାଦ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଆଉ ମାତ୍ର ଅଳ୍ପ ସମୟ ବାକି ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ । ଏଥିପାଇଁ ସେ ଜାନୁଆରୀ ୧୨ରୁ ୧୧ ଦିନ ପାଇଁ ଏକ ସ୍ବତନ୍ତ୍ର ରୀତିନୀତି ଅନୁସାରେ ବ୍ରତ ପାଳନ କରୁଛନ୍ତି । ଏହି ସମୟରେ ପିଏମ ମୋଦି ଚଟାଣରେ ଶୋଇବା ସହ ସାତ୍ତ୍ବିକ ଭୋଜନ ଗ୍ରହଣ କରି କେବଳ ପଇଡ଼ ପାଣିରେ ଦିନ ବିତାଉଛନ୍ତି । ମୋଦି ଦିନକୁ ଦୁଇ ଥର ପଇଡ଼ ପାଣି ପିଉଛନ୍ତି । ତେବେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ପଇଡ଼ ପାଣି ଉପବାସ ସମୟରେ ଏବଂ ଖାଲି ପେଟରେ ପିଇବାକୁ ପରାମର୍ଶ ଦିଆଯାଇଥାଏ । ଏହା ପିଇବା ଦ୍ବାରା ଶରୀର ପାଇଁ ବେଶ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ପଇଡ଼ ପାଣିର ଉପକାରିତା ବିଷୟରେ ଜାଣନ୍ତୁ...
ଉପବାସ ସମୟରେ ପଇଡ଼ ପାଣିର ଫାଇଦା:
ପଇଡ଼ ପାଣି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷକରି ଶୀତଦିନେ, ଯେତେବେଳେ ଆମେ କମ୍ ପାଣି ପିଇଥାଉ, ପଇଡ଼ ପାଣି ପିଇ ଶରୀରକୁ ହାଇଡ୍ରେଟ୍ ରଖାଯାଇପାରିବ । ପ୍ରତିଦିନ ପଇଡ଼ ପାଣି ପିଇବା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଯକୃତକୁ ସୁସ୍ଥ ରଖେ । ପଇଡ଼ ପାଣିରେ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ ଯାହା ଉପବାସ ସମୟରେ ଶରୀରକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।
- ବ୍ଲଡପ୍ରେସର ନିୟନ୍ତ୍ରଣ କରାଏ: ଯଦି ଦିନକୁ ଗୋଟିଏ ବା ଦୁଇ ଥର ପଇଡ଼ ପାଣି ପିଉଛନ୍ତି, ତେବେ ରକ୍ତଚାପ (ବ୍ଲଡପ୍ରେସର)କୁ ନିୟନ୍ତ୍ରଣ କରାଯାଇ ପାରିବ । ପଇଡ଼ ପାଣିରେ ପୋଟାସିୟମ ମିଳିଥାଏ ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।
- ହଜମ ପ୍ରକ୍ରିୟାରେ ଲାଭଦାୟକ: ପଇଡ଼ ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ଏହା ପେଟ ଜଳିବା, ଅନ୍ତଃନଳୀ ଫୁଲିବା, ବାନ୍ତି, ଝାଡ଼ା ଏବଂ ଅଲସର ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ ।
- ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର: ପଇଡ଼ ପାଣିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ରହିଛି, ଯାହା ଶରୀରକୁ ଅକ୍ସିଡେଟିଭ୍ ଚାପ ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏହାକୁ ପିଇଲେ ଚର୍ମ ଏବଂ କେଶ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଥାଏ ।
- ରୋଗ ପ୍ରତିରୋଧକ ଶକ୍ତି ବଢାଏ: ପଇଡ଼ ପାଣି ଖାଇବା ଦ୍ବାରା ଶରୀରକୁ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ମିଳିଥାଏ । ଯେଉଁ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ଯେଉଁ ଲୋକମାନେ ପ୍ରତିଦିନ ପଇଡ଼ ପାଣି ପିଅନ୍ତି, ସେମାନଙ୍କର ରୋଗ ହେବାର ଆଶଙ୍କା କମ୍ ଥାଏ ।
- ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ: ଏହି ପଇଡ଼ ପାଣି ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ପିଇବା ଦ୍ବାରା ଖରାପ କୋଲେଷ୍ଟ୍ରଲରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ରକ୍ତ ଜମାଟ ବାନ୍ଧିବା, ହୃଦଘାତ ଏବଂ ଷ୍ଟ୍ରୋକ ବିପଦକୁ ମଧ୍ୟ ରୋକିଥାଏ ।
- ମଧୁମେହକୁ ନିୟନ୍ତ୍ରଣରେ ରଖେ: ପଇଡ଼ ପାଣି ପିଇବା ଦ୍ବାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଯଦି ଜଣେ ମଧୁମେହ ରୋଗୀ ପଇଡ଼ ପାଣି ପିଏ, ତେବେ ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ଶରୀରରେ ପୋଷକ ତତ୍ତ୍ୱର ଅଭାବ ମଧ୍ୟ ପୂରଣ ହୁଏ ।
ଏହା ମଧ୍ୟ ପଢନ୍ତୁ: ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସୂର୍ଯ୍ୟକିରଣ
- ମେଦ ବହୁଳତାକୁ ନିୟନ୍ତ୍ରଣ କରେ: ପଇଡ଼ ପାଣି ଖାଇବା ଦ୍ବାରା ମୋଟାପଣ ନିୟନ୍ତ୍ରଣରେ ରହିଥାଏ । ଏହାକୁ ପିଇବା ଦ୍ବାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲ୍ ରହିଥାଏ ଏବଂ ଭୋକ ନିୟନ୍ତ୍ରଣ ହୋଇଥାଏ । ଓଜନ ହ୍ରାସ ପାଇଁ ଏହି ଜଳର ବ୍ୟବହାର ଅତ୍ୟନ୍ତ ଉପଯୋଗୀ ।