ETV Bharat / health

ଝାଳ ବୋହିବା ଶରୀର ପାଇଁ ଭଲ କି ଖରାପ ? କଣ କହୁଛନ୍ତି ଚର୍ମ ବିଶେଷଜ୍ଞ - Health Benefits Of Sweating

author img

By ETV Bharat Odisha Team

Published : Jun 3, 2024, 6:44 PM IST

Sweating Good Or Bad For Skin: ସମସ୍ତଙ୍କ ଶରୀରରୁ ଝାଳ ବାହାରିଥାଏ । ତେବେ ଏହି ଝାଳ ବୋହିବା ସ୍ବାସ୍ଥ୍ୟ ପାଇଁ କେତେ ଭଲ ଓ କେତେ ଖରାପ ଜାଣନ୍ତୁ ।

ଝାଳ ବୋହିବା ଶରୀର ପାଇଁ ଭଲ କି ଖରାପ ?
ଝାଳ ବୋହିବା ଶରୀର ପାଇଁ ଭଲ କି ଖରାପ ? (ETV Bharat Odisha)

ହାଇଦ୍ରାବାଦ: ଖରାଦିନେ ପ୍ରାୟତଃ ସମସ୍ତଙ୍କ ଦେହରୁ ଝାଳ ବାହାରେ । ଖାଲି ଯେ, ଖରାଦିନେ ଝାଳ ବୁହେ ତାହା ନୁହେଁ, ବର୍ଷା ଓ ଶୀତଦିନେ ଶାରୀରିକ ପରିଶ୍ରମ ଦ୍ବାରା ଆମ ଶରୀରରୁ ଅଧିକ ମାତ୍ରାରେ ଝାଳ ବୋହିଥାଏ । ହେଲେ ଆପଣମାନେ କ'ଣ ଜାଣିଛନ୍ତି କି ? ଶରୀରରୁ ଝାଳ ବୋହିବା ଭଲ କିମ୍ବା ଖରାପ । ତେବେ ଆସନ୍ତୁ ଜାଣିବା ଶରୀରରୁ ଝାଳ ବୋହିବାର ଉପକାରିତା ଓ ଅପକାରିତା ଉପରେ ।

ଝାଳ ବୋହିବାର ଉପକାରିତା:

  • ଦିଲ୍ଲୀର ଚର୍ମରୋଗ ବିଶେଷଜ୍ଞ ଡ. ମହାଜନଙ୍କ କହିବା ଅନୁସାରେ, ଶରୀରରରୁ ଝାଳ ବୋହିବା ଅନେକାଂଶରେ ଶରୀର ପାଇଁ ଭଲ । ଝାଳ ଶରୀରରୁ ବ୍ୟାକ୍ଟେରିଆ ହ୍ରାସ କରିବା ସହ ତ୍ବଚାରେ ଚମକ ଆଣିଥାଏ ।
  • 2016 ମସିହାରେ 'ଜର୍ନାଲ ଅଫ ଇନଭେଷ୍ଟିଗେଟିଭ ଡର୍ମାଟୋଲୋଜି'ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଝାଳ ସ୍କିନର ପିଏଚ (PH)କୁ ହ୍ରାସ କରିବା ସହ ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ ।
  • ଝାଳ ଚର୍ମରନ୍ଧ୍ରରୁ ଅତିରିକ୍ତ ତେଲ, ମଇଳା ଓ ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ଏହାସହ ମୃତ ଚର୍ମକୋଷକୁ ବାହାର କରିବାରେ ସହଯୋଗ କରେ । ବଶେଷଜ୍ଞମାନଙ୍କ କହିବା ଅନୁସାରେ, ଚର୍ମ ସମସ୍ୟା ଯେପରିକି ବ୍ରଣ ଓ ଦାଗ ସମସ୍ୟାକୁ ଦୂର କରିଥାଏ । ଯାହାଦ୍ବାରେ ତ୍ବଚା ସୁନ୍ଦର ଦେଖାଯାଏ ।
  • ଶରୀରରେ ଅତ୍ୟଧିକ ଲବଣ ଝାଳ ମାଧ୍ୟମରେ ବାହାରକୁ ବାହାରିଥାଏ । ଏହାସହ ହାଡକୁ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ମିଳିଥାଏ । ଏହା କିଡନୀ ଷ୍ଟୋନ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
  • ଏହା ବ୍ୟତୀତ ଝାଳ ବୋହିବା ଚର୍ମରେ ରକ୍ତ ସଞ୍ଚାଳନକୁ ସୁଦୃଢ କରେ । ଏହାସହ ସ୍କିନକୁ ସୁସ୍ଥ ଓ ଉଜ୍ଜ୍ବଳ ରଖିବାରେ ସାହଯ୍ୟ କରେ ।
  • ଝାଳ ଶରୀର ପାଇଁ ଭଲ । ଏହା ଶରୀରର ତାପମାତ୍ରାକୁ ଥଣ୍ଡା ରଖିଥାଏ । ଏହା ଚର୍ମକୁ ହାଇଡ୍ରାଟ ସହ ମଶ୍ଚରାଇଜର ରଖେ । ତେବେ ଝାଳ ବାହାରିବା ଭଲ ହୋଇଥିଲେ ମଧ୍ୟ ଅତ୍ୟଧିକ ଝାଳ ବୋହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ବୋଲି ଚର୍ମରୋଗ ବିଶେଷଜ୍ଞ ଡ. ମହାଜନ କହିଛନ୍ତି ।

ଝାଳ ବୋହିବାର ପାର୍ଶ୍ବ ପ୍ରତିକ୍ରିୟା:

  • ଶରୀରରୁ ଅତ୍ୟଧିକ ଝାଳ ବୋହିବା ଦ୍ବାରା ଏହା ସ୍କିନକୁ ଖରାପ କରିଦିଏ । ଚର୍ମରନ୍ଧ୍ରରେ ଧୂଳି ଓ ମଇଳା ପସିବା ଦ୍ବାରା ବ୍ରଣ ଓ ଦାଗ ଭଳି ସମସ୍ୟା ହୋଇପାରେ ।
  • ଝାଳରେ ଥିବା ମିନେରାଲ ଲବଣ ଓ ଲାଟିକ ଏସିଡ ଥିବାରୁ ଏହା ପ୍ରାକୃତିକ ମଶ୍ଚରାଇଜର ଫ୍ୟାକ୍ଟ ଯେପରିକି କେରାମିଡ୍ସ୍‌, ଫ୍ୟାଟି ଏସିଡି, ହ୍ୟାଲୁରୋନିକ ଏସିଡିକୁ ହ୍ରାସ କରିଥାଏ । ଫଳରେ ସ୍କିନ ଡ୍ରାଏ ହେବାସହ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦିଏ ।
  • ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ଶରୀରରୁ ଅଧିକ ଝାଳ ବାହାରିବା ଏବଂ ଆଦୌ ନବୋହିବା ଚିନ୍ତାର କାରଣ । ଅତ୍ୟଧିକ ଝାଳ ବାହାରିବାକୁ ହାଇପରହିଡ୍ରୋସିସ୍ (hyperhidrosis) କୁହାଯାଏ ।

ଏହା ମଧ୍ୟ ପଢ଼ନ୍ତୁ...ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ, ନଚେତ ବଢିବ ସମସ୍ୟା ! - Plants Not Good For Home

  • ଡ. ମହାଜନଙ୍କ କହିବା ଅନୁସାରେ ଅତ୍ୟଧିକ ଝାଳ ବୋହିବା ଶରୀରରେ ଦୁର୍ଗନ୍ଧ ସୃଷ୍ଟି କରେ, ହାତ ଝାଳେଇବା ଓ ଫଙ୍ଗାଲ ଅମ୍ଫେକ୍ସନ ଭଳି ସମସ୍ୟା କରିପାରେ । ତେଣୁ ଯଦି ଆପଣଙ୍କ ଶରୀରରୁ ଅତ୍ୟଧିକ ଝାଳ ବୋହୁଛି ତେବେ ଏଥିପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ଉଚିତ ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.