ETV Bharat / health

ବର୍ଷା ଦିନେ ଗୋସମ୍ପଦଙ୍କୁ କରନ୍ତୁନି ଅଣଦେଖା, ହୋଇପାରେ ଗମ୍ଭୀର ରୋଗ - Tips Protect Cows In Rainy Day

author img

By ETV Bharat Odisha Team

Published : Jul 9, 2024, 2:28 PM IST

Updated : Jul 9, 2024, 2:48 PM IST

How To Care Cows In Rainy Season: ବର୍ତ୍ତମାନ ବର୍ଷା ଋତୁ ଆସିଛି । ଏପରି ସମୟରେ ମଶା, ମାଛିଙ୍କ ବଂଶ ବୃଦ୍ଧି ହୋଇଥାଏ । ଫଳରେ ଡେଙ୍ଗୁ, ମ୍ୟାଲେରିଆ ଭଳି ଅନେକ ରୋଗ ସାଙ୍ଗକୁ ଥଣ୍ଡା, କାଶ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଲୋକେ । ବର୍ଷା ଦିନିଆ ସଂକ୍ରମଣ କେବଳ ଯେ ମଣିଷକୁ ପ୍ରଭାବିତ କରେ ନାହିଁ ଏହା ଗାଈଗୋରୁଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ବର୍ଷା ଦିନରେ ଗାଈଗୋରୁଙ୍କୁ ହେଉଥିବା ରୋଗ, ଏହାର ଲକ୍ଷଣ ଏବଂ ସେମାନଙ୍କ ଯତ୍ନ କିପରି ନେବେ? ଜାଣନ୍ତୁ...

ବର୍ଷା ଦିନେ ଗାଈଗୋରୁଙ୍କୁ କରନ୍ତୁନି ଅଣଦେଖା, ହୋଇପାରନ୍ତି ଏହି ସବୁ ଗମ୍ଭୀର ରୋଗର ଶିକାର
ବର୍ଷା ଦିନେ ଗାଈଗୋରୁଙ୍କୁ କରନ୍ତୁନି ଅଣଦେଖା, ହୋଇପାରନ୍ତି ଏହି ସବୁ ଗମ୍ଭୀର ରୋଗର ଶିକାର (Getty)

ଭୁବନେଶ୍ୱର: ସାଧାରଣତଃ ଅନ୍ୟ ଋତୁମାନଙ୍କ ତୁଳନାରେ ବର୍ଷା ଋତୁରେ ଗୋପାଳନରେ ଅନେକ ସମସ୍ୟାମାନ ଦେଖାଦେଇଥାଏ । ବର୍ଷା ଦିନରେ ବାୟୁମଣ୍ଡଳର ତାପମାନ ହ୍ରାସ ଓ ଜଳବାୟୁର ଆର୍ଦ୍ରତା ବୃଦ୍ଧି ପାଇବା ଯୋଗୁଁ ପରିବେଶରେ ମଶା, ମାଛିଙ୍କ ବିଶେଷ ଭାବରେ ବଂଶ ବୃଦ୍ଧି ଘଟିଥାଏ । ଯାହାଫଳରେ ଏମାନେ ଜୀବାଣୁ, ଭୂତାଣୁ, କବକ ଓ ଅନ୍ୟାନ୍ୟ ପରଜୀବୀମାନେ ଗୋସମ୍ପଦରେ ରୋଗର କାରକ ଓ ବାହକ ହିସାବରେ କାମ କରିଥାନ୍ତି । ବର୍ତ୍ତମାନ ବର୍ଷା ଋତୁ ଆସିଥିବା ବେଳେ ଏପରି ପରିସ୍ଥିତିରେ କେବଳ ମଣିଷ ଯେ ସଂକ୍ରମିତ ହୁଏ ତାହା ନୁହେଁ ଏହାର ପ୍ରଭାବ ଗାଈଗୋରୁଙ୍କ ଉପରେ ମଧ୍ୟ ପଡିଥାଏ । ବର୍ଷା ଦିନରେ ଦେଖାଯାଉଥିବା ଜୀବାଣୁ, ଭୂତାଣୁ ଓ କବକ ଯୋଗୁଁ ଗାଈଗୋରୁଙ୍କ ନିକଟରେ ସାଧାରଣତଃ ସହାଣା, ବାଜବାଜିଆ, ଅଢେଇଦିନିଆ ଜ୍ଵର, ଫାଟୁଆ, ଗୋମଡକ, ଚଟୁ ଫୁଲା ସହ କୃମି ଓ ଟିଙ୍କ ଜନିତ ଅନେକ ସଂକ୍ରାମକ ରୋଗ ଆକ୍ରାନ୍ତ ହୋଇଥାନ୍ତି । ତେବେ ବର୍ଷା ଦିନରେ କିପରି ଗାଈଗୋରୁଙ୍କ ଯତ୍ନ ନେବେ ଏବଂ ସେମାନେ କେଉଁ ରୋଗରେ ଆକ୍ରାନ୍ତ ହୋଇପାରନ୍ତି? ତାହାର ଲକ୍ଷଣ ଏବଂ ନିରାକରଣ ବିଷୟରେ ଜାଣନ୍ତୁ,

ବର୍ଷା ଦିନେ ଗାଈଗୋରୁଙ୍କୁ କରନ୍ତୁନି ଅଣଦେଖା, ହୋଇପାରନ୍ତି ଏହି ସବୁ ଗମ୍ଭୀର ରୋଗର ଶିକାର (ETV Bharat Odisha)
  • ବର୍ଷା ଦିନେ ଗାଈଗୋରୁଙ୍କ ପାଇଁ ବଢିପାରେ ବିପଦ

ବର୍ଷା ଦିନରେ ଗାଈଗୋରୁଙ୍କ ଉପରେ ବଢିପାରେ ବିପଦ । ଅଣଦେଖା କଲେ ହୋଇପାରେ ସାଙ୍ଘାତିକ ରୋଗ । ବିଶେଷ ଭାବରେ ବର୍ଷା ଦିନ ଆରମ୍ଭରୁ ଛୋଟ ବାଛୁରୀ କିମ୍ବା ଛଡ଼ାଙ୍କ ଶରୀରରେ ବ୍ୟାପିପାରେ ସଂକ୍ରମଣ । ଦୀର୍ଘ ଦିନ ଧରି ବାଛୁରୀ କିମ୍ବା ଛଡା ମାନେ କିଛି ରୋଗରେ ଆକ୍ରାନ୍ତ ହେବା ପରେ ଅନ୍ୟ ପଶୁମାନଙ୍କ ପାଇଁ ବଢ଼ିପରେ ବିପଦ। ବର୍ଷା ଦିନରେ ଦେଖାଯାଉଥିବା ଜୀବାଣୁ, ଭୂତାଣୁ ଓ କବକ ଯୋଗୁଁ ଗାଈଗୋରୁଙ୍କ ନିକଟରେ ସାଧାରଣତଃ ସହାଣା, ବାଜବାଜିଆ, ଅଢେଇଦିନିଆ ଜ୍ଵର, ଫାଟୁଆ, ଗୋମଡକ ସହ କୃମି ଓ ଟିଙ୍କ ଜନିତ ଅନେକ ସଂକ୍ରାମକ ରୋଗ ଆକ୍ରାନ୍ତ ହୋଇଥାନ୍ତି । ବିଶେଷ କରି ଗାଈ ଏବଂ ବାଛୁରୀ ମାନଙ୍କର ଚଟୁ ଫୁଲା ରୋଗ ହୋଇଥାଏ । ବିଶେଷ ଭାବରେ ୬ ମାସ ରୁ ୨ ବର୍ଷ ମଧ୍ୟରେ ଏହି ରୋଗ ଦେଖାଯାଇଥାଏ ।

  • ରୋଗର ଲକ୍ଷଣ

ବିଶେଷ ଭାବରେ ଏହି ରୋଗ ବାଛୁରୀ କିମ୍ବା ଛଡାକୁ ହେଲେ ସେମାନଙ୍କର ଚଟୁ ଫୁଲିଯାଇଥାଏ । ସେହି ମାଂସ ପେଶି ସ୍ଥାନଟି ବାଜବଜିଆ ଲାଗିବ। ସେହି ସ୍ଥାନରେ ସାଧାରଣ ଭାବରେ ମାଂସ ପଚିଯାଏ ଏବଂ କଳା ପଡ଼ିଯାଇଥାଏ । ଯାହା ଫଳରେ ଗାଈଟି ଗୁରୁତର ହୋଇଥାଏ । ଫଳରେ ଠିକ ସମୟରେ ଚିକିତ୍ସା ନ ହେଲେ ଅନ୍ୟ ପ୍ରାଣୀଙ୍କୁ ଏହି ରୋଗ ସଂକ୍ରମିତ ହେବା ସହ ଗାଈଟିର ମୃତ୍ୟୁ ମଧ୍ୟ ହୋଇପାରେ ।

  • ଚିକିତ୍ସା

ଏହି ଚଟୁ ଫୁଲା ରୋଗଟି ବିଶେଷ ଭାବରେ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ । ଏହା ଏକ ସଂକ୍ରମଣ ରୋଗ ଅଟେ । ସଂକ୍ରମଣ ହେବାର ୧୫ ଦିନ ମଧ୍ୟରେ ଟିକା ଦେବା ଆବଶ୍ୟକ । ବି କିୟୁ ଭ୍ୟାକ୍ସିନ ଦେବାକୁ ପଡିଥାଏ । ତେବେ ଟୀକାକରଣ ଏହା ଗାଁ ଗାଁ ରେ ଦିଆଯାଉଛି । ପ୍ରତି ଗୁହାଳ ଗାଈ ଏବଂ ଗୁହାଳ ଚାରିପାଖରେ ପରିଷ୍କାର ରଖିବାକୁ ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ: ବର୍ଷା ଦିନରେ ଛୋଟ ଛୁଆଙ୍କୁ ହୋଇପାରେ ସଂକ୍ରମଣ, ଜାଣନ୍ତୁ କିପରି ନେବେ ପିଲାଙ୍କ ଯତ୍ନ

  • ବର୍ଷା ଦିନରେ ଗାଈଗୋରୁଙ୍କ ଯତ୍ନ ଏବଂ ସାବଧାନତା

ବର୍ଷାଦିନେ ମୁଖ୍ୟତଃ ସନ୍ତସନ୍ତିଆ ଜାଗା ଓ ଆର୍ଦ୍ରତା ଯୁକ୍ତ ପରିବେଶ ଠାରୁ ପ୍ରଣିମାନଙ୍କୁ ଦୂରେଇ ରଖିବା ଉଚିତ । ଅନ୍ୟ ଋତୁ ତୁଳନାରେ ବର୍ଷା ଋତୁରେ ଅଧିକ ସଂଖ୍ୟକ ସଂକ୍ରାମକ ରୋଗ ଦେଖିବାକୁ ମିଳିଥାଏ । ତେଣୁ ବର୍ଷାଦିନ ଆରମ୍ଭରୁ ସହାଣା, ବଜବାଜିଆ, ଫାଟୁଆ ଆଦି ରୋଗମାନଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଇନେବା ଉଚିତ । ବର୍ଷା ଦିନେ ଗୋରୁ ଗାଈମାନଙ୍କୁ ବର୍ଷରେ ଓଦା ହେବାଠାରୁ ଦୂରେଇ ରଖନ୍ତୁ । ଗୁହାଳର ଛାତ ଓ ଛାପର ଗୁଡ଼ିକ ଉପଯୁକ୍ତ ମରାମତି ବର୍ଷାଦିନ ପୂର୍ବରୁ ସାରିଦେବା ଆବଶ୍ୟକ। ମାଟି ବା କଚାରା ଚଟାଣ ହୋଇଥିଲେ ଓଦା ଓ ସନ୍ତସନ୍ତିଆ ପରିବେଶରୁ ଗୁହାଳକୁ ମୁକ୍ତ ରଖିବା ଆବଶ୍ୟକ । ନିୟମିତ ବ୍ୟବଧାନରେ ବିଭିନ୍ନ ବିଶୋଧକ ଯଥା ଫିନଇଲ, ପଟାସ ପାଣି, ଚୂନ ବା ବ୍ଲିଚିଂ ପାଉଡର ଆଦି ବ୍ୟବହାର କରାଯିବା ଆବଶ୍ୟକ । ବାଜବଜିଆ ରୋଗ ହୋଇଥିଲେ ପ୍ରାଣୀଚିକିତ୍ସକଙ୍କ ସହ ତୁରନ୍ତ ଭାବରେ ପରାମର୍ଶ କରି ରୋଗରେ ପଡ଼ିଥିବା ପଶୁକୁ ଅଲଗା କରି ରଖିବା ଆବଶ୍ୟକ। ଜ୍ଵର କମାଇବା ଔଷଧ ଦେବା ସହିତ ଜୀବାଣୁ ନାଶକ ଔଷଧ ଦେବା ଦରକାର। ବର୍ଷା ରୁତୁ ଓ ଶୀତରୁତୁ ଆରମ୍ଭରେ ବର୍ଷକୁ ଦୁଇ ଥର ଟିକାକରଣ କରିବା ଦ୍ଵାରା ଏହି ରୋଗର ସମ୍ଭାବନାକୁ ଦୂର କରାଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 9, 2024, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.