ETV Bharat / health

ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ; ଚେତାଇଲେ ବିଶେଷଜ୍ଞ, ଜାଣନ୍ତୁ କେତେ ସମୟ କରିବେ ୟୁଜ - Earbuds use impact on health

author img

By ETV Bharat Health Team

Published : Sep 7, 2024, 11:19 AM IST

Updated : Sep 7, 2024, 11:39 AM IST

Earbuds use impact on health: ଘଣ୍ଟା ଘଣ୍ଟା ଧରି କାନରେ ଇୟରବଡ୍ସ ବ୍ୟବହାର କରୁଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ । କାରଣ ଏକ୍ସପର୍ଟଙ୍କ କହିବା କଥା, ଅତ୍ୟଧିକ ଇୟରବଡ୍ସ ବ୍ୟବହାର କଲେ ଅନେକ ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ପଢନ୍ତୁ ପୁରା ଖବର

ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ ! ଚେତାଇଲେ ବିଶେଷଜ୍ଞ
ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ ! ଚେତାଇଲେ ବିଶେଷଜ୍ଞ (ETV Bharat)

ହାଇଦ୍ରାବାଦ: ଆଜିକାଲି ଯୁବପିଢି ଇୟରବଡ୍ସର ବହୁଳ ବ୍ୟବହାର କରୁଛନ୍ତି । ଘରେ ହେଉ ଅବା ବାହାରେ ପୋଷାକ ଭଳି ହାତରେ ଫୋନ ସହ କାନରେ ଇୟରବଡ୍ସ ଯେମିତି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଲଟିଛି । ହେଲେ କେବେ ଭାବିଛନ୍ତି କି, ଆପଣ ବ୍ୟବହାର କରୁଥିବା ଏହି ଇଲେକ୍ଟ୍ରୋନିକ ଡିଭାଇସ ଶରୀର ପାଇଁ କେତେ ହାନିକାରକ ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅତ୍ୟଧିକ ଇୟରବଡ୍ସ ବ୍ୟବହାର ଦ୍ବାରା ଶ୍ରବଣ ଶକ୍ତି ଗୁରୁତର ପ୍ରଭାବିତ ହୋଇଥାଏ । ଆପଣଙ୍କ ଶୁଣିବା କ୍ଷମତା ହ୍ରାସ ପାଇପାରେ ।

ଇୟରବଡ୍ସ ବ୍ୟବହାର କାନକୁ କ୍ଷତି ପହଞ୍ଚାଇପାରେ । ଏହା କେବଳ ଶୁଣିବା ଶକ୍ତିକୁ ପ୍ରଭାବିତ କରେନି, ବରଂ ସବୁ ସମୟରେ ଇୟରବଡ୍ସ ବ୍ୟବହାର କରିବା ଦ୍ବାରା କାନରେ ମଇଳା ଜମା ହେବାରେ ଲାଗେ । ଯାହାକି କାନ ନଳୀର ଗଭୀରରେ ପହଞ୍ଚି ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ । ଆସନ୍ତୁ ଜାଣିବା ଇୟରବଡ୍ସର ଅତ୍ୟଧିକ ବ୍ୟବହାର ଦ୍ବାରା ଶରୀରକୁ କେତେ ହାନି ପହଞ୍ଚେ ।

ଘଣ୍ଟା ଘଣ୍ଟା ଧରି ଇୟରବଡ୍ସ ବ୍ୟବହାର କରିବା ଫଳରେ ମୁଣ୍ଡବିନ୍ଧା ସମସ୍ୟା ହୋଇପାରେ । ଏହି କାରଣରୁ ପ୍ରବଳ ମୁଣ୍ଡବିନ୍ଧା ଓ ମାଇଗ୍ରେନ ଆରମ୍ଭ ହୁଏ । କେବଳ ଏତିକି ନୁହେଁ, ଏହା ଆମର ନିଦ୍ରାକୁ ମଧ୍ୟ ପ୍ରଭାବିତ କରେ । ଅଧିକ ସମୟ କାନରେ ଇୟରବଡ ଲଗାଇ ଶୁଣିବା ଦ୍ବାରା ଅନିଦ୍ରା ଓ ସ୍ଲିପ୍ ଏପନିୟା ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ଇୟରବଡ୍ସ ଆମର ଶ୍ରବଣ ଶକ୍ତିକୁ କ୍ଷତି ପହଞ୍ଚାଏ । ଲଗାତାର ଉଚ୍ଚ ଶବ୍ଦରେ ଗୀତ ଶୁଣିବା କିମ୍ବା ଫିଲ୍ମ ଦେଖିବା ଦ୍ବାରା ଧୀରେ ଧୀରେ ଆମର ଶୁଣିବା କ୍ଷମତା କମ୍ ହୋଇପାରେ । ଇୟରବଡ୍ସ କାରଣରୁ କାନରେ ରକ୍ତ ସଞ୍ଚାଳନ ଗୁରୁତର ପ୍ରଭାବିତ ହୁଏ । ସେଥିପାଇଁ ରାତିରେ ଶୋଇବା ସମୟରେ ଇୟରବଡ୍ସ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ।

ଅତ୍ୟଧିକ ଇୟରବଡ୍ସ ବ୍ୟବହାର ହୃଦୟ ସମ୍ବନ୍ଧୀୟ ରୋଗ ଆଶଙ୍କା ମଧ୍ୟ ବଢାଇଥାଏ । ଘଣ୍ଟା ଘଣ୍ଟା ଧରି ଇୟରବଡ୍ସ କିମ୍ବା ହେଡଫୋନ ଲଗାଇବା ଓ ଜୋରରେ ଗୀତ ଶୁଣିବା ଅଭ୍ୟାସ ଆମର ହୃଦୟ ଉପରେ ସିଧାସଳଖ ପ୍ରଭାବ ପକାଏ । ଏହାଦ୍ବାରା ହୃଦୟର ଗତି ତୀବ୍ର ହୁଏ ଓ ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ ।

ଏକ୍ସପର୍ଟଙ୍କ କହିବା କଥା, ଯଦି ଆପଣ ବି ଅତ୍ୟଧିକ ଇୟରବଡ୍ସ ବ୍ୟବହାର କରୁଛନ୍ତି, ତାହେଲେ ତୁରନ୍ତ ଏହି ଅଭ୍ୟାସ ଛାଡନ୍ତୁ । ଦିନକୁ 60 ମିନିଟ୍‌ରୁ ଅଧିକ ସମୟ ଇୟରବଡ୍ସ ବ୍ୟବହାର କରିବା ଅନୁଚିତ୍ । ଗୀତ ଶୁଣିଥିଲେ କିମ୍ବା ଫିଲ୍ମ ଦେଖୁଥିଲେ, ମଝିରେ ମଝିରେ ଏହାର ଭଲ୍ୟୁମ କମ୍ କରିବା ଉଚିତ୍ ।

Source- IANS

ଏହା ମଧ୍ୟ ପଢନ୍ତୁ: ଫିଟ୍ ରହିବାକୁ ଚାହୁଁଛନ୍ତି ତ ? କରନ୍ତୁ ମିଲିଟାରୀ ଏକ୍ସରସାଇଜ 'ରକିଂ', ସହଜରେ କମିଯିବ ଓଜନ - Rucking Exercise

ଏହା ମଧ୍ୟ ପଢନ୍ତୁ: କ'ଣ ଆପଣ ଛୋଟ ଛୋଟ କଥା ଭୁଲି ଯାଉଛନ୍ତି ? ସାବଧାନ ! ହୋଇପାରେ ଏହି ମାରାତ୍ମକ ରୋଗ - What cause Alzheimers

Disclaimer- ଏଠାରେ ପ୍ରଦତ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Sep 7, 2024, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.