ETV Bharat / health

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀ ଦୁଇ ଗୁଣା; ଜାଣନ୍ତୁ ଲକ୍ଷଣ ଓ ପ୍ରତିକାର - Dengue Situation in Odisha

author img

By ETV Bharat Odisha Team

Published : Jun 28, 2024, 10:23 PM IST

Dengue Situation in Odisha: ରାଜ୍ୟରେ ବର୍ଷା ସହ ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ପରୀକ୍ଷା ବଢିବା ସହ ରୋଗୀଙ୍କ ସଂଖ୍ୟା ଦୁଇଗୁଣା ହୋଇଛି । ଜାଣନ୍ତୁ ଡେଙ୍ଗୁର ଲକ୍ଷଣ ଓ ପ୍ରତିକାର,

Dengue Situation in Odisha
Dengue Situation in Odisha (ETV Bharat Odisha)

ଭୁବନେଶ୍ବର: ମୌସୁମୀ ଆସିବା ପରେ ରାଜ୍ୟରେ ଚିନ୍ତା ବଢ଼ାଇଛି ଡେଙ୍ଗୁ । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ପରୀକ୍ଷା ବଢିବା ସହ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସମୟ ମଧ୍ୟରେ ଦୁଇ ଗୁଣା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଅନେକ ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଅନେକ ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ଘଟୁଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି । ଗତକାଲି ୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ୨୬ ତାରିଖ ସୁଦ୍ଧା ୨୮୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, "ପ୍ରତି ଅର୍ବାନ ଅଞ୍ଚଳରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଡେଙ୍ଗୁର ବାହକ ମଶା ଯେପରି ନକାମୁଡ଼େ, ସେଥିପାଇଁ ନିଜକୁ ଆବଦ୍ଧ କରି ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ବର୍ଷା ଦିନ ଆସିଲାଣି, ବିଭିନ୍ନ ସ୍ଥାନରେ ପାଣି ଜମିବା ଭଳି ପରିସ୍ଥିତି ଉପୁଜୁଥାଏ । ଏହି ସମୟରେ ମଶାମାନେ ବିଶେଷ ଭାବରେ ବଂଶ ବିସ୍ତାର କରିଥାନ୍ତି । ତେଣୁ ଏଥିପ୍ରତି ସତର୍କ ରହିବା ସହ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲା ସିଡିଏମ୍‌ଓକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଭୁବନେଶ୍ବର ଓ କଟକରେ ଜନସଂଖ୍ୟା ଅଧିକ । ତେଣୁ ଆଲର୍ଟ ଅଛୁ । ଗତ ବର୍ଷ ତୁଳନାରେ ପରୀକ୍ଷା ଅଧିକ ହୋଇଛି । ତେଣୁ ଦୁଇ ଗଣ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।"

ଡେଙ୍ଗୁର ଇତିହାସ: ବିଶ୍ବରେ ବିଭିନ୍ନ ଦେଶରେ ଦେଖାଯାଉଛି ଡେଙ୍ଗୁ । ବିଶେଷ ଭାବରେ ଏହି ଡେଙ୍ଗୁ ରୋଗ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ମଧ୍ୟରେ ବ୍ୟାପିଥାଏ । ଏହି ରୋଗ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ । ଭାରତରେ ଡେଙ୍ଗୁ ପ୍ରଥମେ ୧୭୮୦ ମସିହାରେ ଦେଖାଯାଇଥିଲା । ଯାହା ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ) ସହରରେ ଚିହ୍ନଟ କରାଯାଇଥିଲା ।

ଡେଙ୍ଗୁର ଲକ୍ଷଣ: ସାଧାରଣ ଭାବରେ ଡେଙ୍ଗୁ ରୋଗ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସମସ୍ତ ବର୍ଗର ଲୋକଙ୍କୁ ସଂକ୍ରମିତ ହୋଇଥାଏ । ଏଡିସ୍‌ ମଶା କାମୁଡ଼ିବା ଦ୍ବାରା ହୋଇଥାଏ ଡେଙ୍ଗୁ । ତେବେ ସୁସ୍ଥ ମଣିଷଠାରେ ପ୍ରାୟ ୪ରୁ ୧୦ ଦିନ ଭିତରେ ଲକ୍ଷଣ ଦେଖାଯାଇଥାଏ । ଶରୀରରେ ତାପମାତ୍ରା ୧୦୪ ଫାରେନ୍‌ହାଇଟ୍‌ ବୃଦ୍ଧି ପାଇବା ସହ ମାଂସପେଶୀ, ହାଡ଼ ଓ ଖଞ୍ଜା ଆଦିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାସହ ଆଖିପତା ବ୍ୟଥା, ମୁଣ୍ଡବ୍ୟଥା ଆଦି ଲକ୍ଷଣ ଦେଖାଦେଇଥାଏ । ଶରୀରରେ ଲାଲ ଦାଗ ଦେଖାଦେବା ସହିତ କେତେକ ସ୍ଥଳରେ ବାନ୍ତି ହୋଇଥାଏ ।

ଏଡିସ୍‌ ମଶାର ଉତ୍ପତ୍ତି ସ୍ଥାନ: ଏଡିସ୍‌ ମଶାର ପ୍ରାଦୁର୍ଭାବ ସାଧାରଣତଃ ବର୍ଷା ଋତୁରେ ଦେଖାଦେଇଥାଏ । ଏଡିସ୍‌ ମଶା ଦୀର୍ଘ ଦିନ ଧରି ଜମି ରହିଥିବା ପାଣିରେ ବଂଶ ବିସ୍ତାର କରିଥାନ୍ତି । ଘରେ ପଡ଼ିରହିଥିବା ଭଙ୍ଗା ଆସବାବପତ୍ର, ଅର୍ଦ୍ଧଭଙ୍ଗା ହାଣ୍ଡି, କାଚ, ନଡ଼ିଆ ଶଢ଼େଇ, ଆଇସ୍‌କ୍ରିମ ଖୋଳ, ପଥର ଖାଲ, ପୁରୁଣା ଟାଇଲରେ ବର୍ଷା ପାଣି ରହିଥିଲେ ସେହି ସ୍ଥାନରେ ଏହି ପ୍ରକାରର ମଶା ବଂଶ ବିସ୍ତାର କରିଥାଆନ୍ତି । ଡେଙ୍ଗୁ ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଏକ ଏଡିସ୍‌ ମଶା କାମୁଡ଼ିବା ପରେ ଜଣେ ସୁସ୍ଥ ଲୋକଙ୍କୁ କାମୁଡ଼ିଲେ ଉକ୍ତ ଲୋକ ମଧ୍ୟ ଡେଙ୍ଗୁରେ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ ।

ଏହାର ପ୍ରତିକାର: ଏଡିସ୍‌ ମଶା ଠାରୁ ଦୂରେଇ ରହିବା ପାଇଁ ଶୋଇବା ସମୟରେ ମଶାରୀ ଟାଙ୍ଗି ଶୋଇବା ଆବଶ୍ୟକ । ଶରୀରକୁ ସମ୍ପୂର୍ଣ୍ଣ ଭାବରେ ପୋଷାକ ଆଚ୍ଛାଦିତ କରି ରଖିବା ଆବଶ୍ୟକ । ଗୋଡ଼ରେ ନିମ୍ବତେଲ ଲଗାଇବା ଆବଶ୍ୟକ । ଘର ଚାରି ପାଖରେ ସଫା ସୁତୁରା ରଖିବା ଆବଶ୍ୟକ, ଯେପରି କୌଣସି ସ୍ଥାନରେ ପାଣି ଜମି ନରହିବ । ଏହାସହ ପାଣି ରଖିଥିବା ପାତ୍ର, ପାଣି ଟାଙ୍କି, କୁଲର ଇତ୍ୟାଦିକୁ ୨ରୁ ୩ ଦିନ ମଧ୍ୟରେ ଥରେ ସଫାକରି ପାଣି ବଦଳାଇବା ଆବଶ୍ୟକ । ଡେଙ୍ଗୁ ରୋଗ ଏକ ମାରାତ୍ମକ ରୋଗ । ତେଣୁ ଏହାର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ପରାମର୍ଶକ୍ରମେ ଔଷଧ ଖାଇବା ଆବଶ୍ୟକ ।

ସରକାରୀ ରିପୋର୍ଟ: ରାଜ୍ୟରେ ଡେଙ୍ଗୁ ଚିହ୍ନଟରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୭୪୧୫ ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୮୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଏବଂ ରାୟଗଡ଼ାରେ ୨୧ ଜଣ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୨୫ ଜଣ, ବାଲେଶ୍ଵର ଏବଂ ମାଲକାନଗିରିରେ ୧୭ ଜଣ, କୋରାପୁଟରେ ୧୩ ଜଣ, ଭଦ୍ରକରେ ୧୦ ଜଣ, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ୯ ଜଣ, ମୟୂରଭଞ୍ଜ ଜିଲ୍ଲାରେ ୮ ଜଣ ରହିଥିବାବେଳେ ସମ୍ବଲପୁରରେ ୬ ଜଣ, ନୟାଗଡ଼ ଜିଲ୍ଲାରେ ୫ ଜଣ, ନବରଙ୍ଗପୁର ଏବଂ ଜଗତସିଂହପୁରରେ ଜଣେ ଲେଖାଏଁ, କେନ୍ଦ୍ରାପଡ଼ାରେ ୪, କନ୍ଧମାଳ ଏବଂ ଝାରସୁଗୁଡ଼ା ଓ ବୌଦ୍ଧରେ ୨ ଜଣ ଲେଖାଏଁ, ଗଞ୍ଜାମ ଓ ବରଗଡରେ ୩ ଜଣ ଲେଖାଏଁ, ଢେଙ୍କାନାଳରେ ୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୋଳ, ଦେବଗଡ଼, କେନ୍ଦୁଝର, ନୂଆପଡ଼ା ଏବଂ ସୋନପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଡିପଥେରିଆ-ଡେଙ୍ଗୁ-ଜଣ୍ଡିସ ନିୟନ୍ତ୍ରଣ ପାଇଁ ତର୍ଜମା କରୁଛୁ: ସ୍ବାସ୍ଥ୍ୟମନ୍ତ୍ରୀ - Mukesh Mahaling Reaction

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.