ହାଇଦ୍ରାବାଦ: ବର୍ତ୍ତମାନ ଭାଲେଣ୍ଟାଇନ ସପ୍ତାହ ବା ପ୍ରେମ ସପ୍ତାହ ଚାଲିଛି । ଏହି ଅବସରରେ ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟି ସମସ୍ତେ ନିଜ ସାଥୀଙ୍କ ସହ ଏହି ସପ୍ତାହ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନା ଏଦି ଦିବସରେ ସ୍ବାମୀ ନିଜ ପତ୍ନୀଙ୍କୁ କ'ଣ ଉପହାର ଦେଇଥାଏ । ସେନେଇ ଏକ ମଜାଦାର ଖୁଲାସା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଟ୍ୱିଙ୍କଲ ଏନେଇ ଜଣାଇଛନ୍ତି ।
ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, 'ସମ୍ଭବତଃ ଭାଲେଣ୍ଟାଇନ୍ସ ଡେ' ଏକ ପରୀକ୍ଷଣ ଭାବରେ ଆରମ୍ଭ ହୋଇଥିଲା । ବୋର୍ଡ ବୈଠକର କିଛି ମଧ୍ୟଯୁଗୀୟ ସଂସ୍କରଣରେ, ଖ୍ରୀଷ୍ଟମାସ ପରେ ବିକ୍ରୟ କିପରି ହ୍ରାସ ପାଇଲା । ଏଥିସହ ପୂର୍ବରୁ ହିଁ ଉପହାର କିଣି ଚିନ୍ତିତ ଥିବା ବ୍ୟକ୍ତିବିଶେଷ ପରବର୍ତ୍ତୀ ବେତନ ସହ ସେହି ସମାନ ବ୍ୟକ୍ତି ପାଇଁ ପୁଣି କିପରି ଉପହାର ନେବାକୁ ପ୍ରେରିତ କରିବା ସେନେଇ ଆଲୋଚନା ହୋଇଥିବ ।
ସେ ଆହୁରି ଲେଖିଛନ୍ତି, ଅନ୍ୟପକ୍ଷରେ, ଜର୍ମାନ-ଆମେରିକୀୟ ଦାର୍ଶନିକ ହାନ୍ନା ଏରେଣ୍ଡ ଥରେ କହିଥିଲେ, 'ଭାଲେଣ୍ଟାଇନ୍ସ ଡେ' ସାଧାରଣତଃ ଭଲପାଇବାର ଅମୃତତାକୁ ଆହୁରି ମଜବୁତ କରାଏ । ଏପରି ପରିସ୍ଥିତିରେ ଯଦି ଆପଣ ଏକ ଦଶନ୍ଧିରୁ ଅଧିକ ସମୟ ଧରି ବିବାହିତ ମହିଳାମାନଙ୍କୁ ପଚାରନ୍ତି, 'ଭାଲେଣ୍ଟାଇନ୍ସ ଡେରେ ଆପଣଙ୍କ ସ୍ୱାମୀ ଆପଣଙ୍କୁ କ'ଣ ଦେଇଛନ୍ତି ? ତେବେ ସବୁଠାରୁ ସଚ୍ଚୋଟ ଉତ୍ତର ହେବ, 'ସର୍ବଦା ପରି, ମୁଣ୍ଡବିନ୍ଧା ।' ଟ୍ୱିଙ୍କଲ ଆହୁରି ଲେଖିଛନ୍ତି, ''ପ୍ରେମ ପ୍ରକୃତରେ ଏକ ସମ୍ପର୍କକୁ ବହୁତ ଶକ୍ତିଶାଳୀ କରିଥାଏ । ଏହା ଶୁଖିଲା ଲାଲ୍ ଗୋଲାପ ହେଉ ନା କାହିଁକି ଭାରତୀୟ ସ୍ୱାମୀମାନେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ଏଥିରେ ଆମର ମୁଣ୍ଡବ୍ୟଥା ହେବା ଆମ ପାଇଁ ଭାଲେଣ୍ଟାଇନ୍ସ ଡେ' ଉପହାରଠାରୁ କମ୍ ନୁହେଁ ।''
ଏହା ମଧ୍ୟ ପଢନ୍ତୁ: ପରିବାର ସହ ବର୍ଥ ଡେ ସେଲିବ୍ରେଟ କଲେ ଟ୍ବିଙ୍କଲ, ମଜାଳିଆ ଢଙ୍ଗରେ ପତ୍ନୀଙ୍କୁ ୱିସ୍ କଲେ ଅକ୍ଷୟ
ସୂଚନା ଥାଉ କି, ଅକ୍ଷୟ ଏବଂ ଟ୍ବିକଲ ବିବାହକୁ ୨୩ ବର୍ଷ ବିତିସାରିଛି । ଉଭୟ ଜାନୁଆରୀ ୧୭, ୨୦୦୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କର ୨୧ ବର୍ଷର ପୁଅ ଆରବ ଏବଂ ୧୧ ବର୍ଷର ଝିଅ ନିତାରାଙ୍କ ରହିଛନ୍ତି । ଅକ୍ଷୟ ଏବଂ ଟ୍ବିକଲ ସର୍ବଦା ନିଜ ପରିବାର ସମୟ ବିତାଉଥିବା ବେଳେ ସୋସିଆଲ ମିଡିଆରେ ଫଟୋ ସେୟାର କରିଥାନ୍ତି ।