ETV Bharat / entertainment

ଇତିହାସ ରଚିଲା 'ସ୍ତ୍ରୀ 2', ବନିଲା ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ - Stree 2 Creates History

author img

By ETV Bharat Entertainment Team

Published : Sep 18, 2024, 12:34 PM IST

Updated : Sep 18, 2024, 12:40 PM IST

Stree 2 Creates History: ଇତିହାସ ରଚିଲା ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଫିଲ୍ମ 'ସ୍ତ୍ରୀ 2' । ଏହି ଫିଲ୍ମ ଜବାନ, ପଠାନ, ଗଦର 2, ଆନିମଲ, କେଜିଏଫ 2 ଭଳି ଫିଲ୍ମକୁ ପଛରେ ପକାଇ ସବୁଠାରୁ ଅଧିକ ଆୟ କରିଥିବା ପ୍ରଥମ ହିନ୍ଦୀ ଫିଲ୍ମ ହୋଇଛି । ଜାଣନ୍ତୁ,'ସ୍ତ୍ରୀ 2' କେତେ କଲେକ୍ସନ କରିଛି ?

ଇତିହାସ ରଚିଲା 'ସ୍ତ୍ରୀ 2', ବନିଲା ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ
ଇତିହାସ ରଚିଲା 'ସ୍ତ୍ରୀ 2', ବନିଲା ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ (Movie Poster)

ହାଇଦ୍ରାବାଦ: ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର 'ସ୍ତ୍ରୀ 2' ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରିଛି । ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି ଏବଂ ଏହାର ପ୍ରଭାବ ବଜାୟ ରଖିଛି । ଅଗଷ୍ଟ 15 ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ନୂତନ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ସହ କଡା ପ୍ରତିଯୋଗିତା ସତ୍ତ୍ୱେ କ୍ରେଜ ଜାରି ରଖିଛି । ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରିଛି । ଏହି ଫିଲ୍ମ ଏବେ ଜବାନ, ପଠାନ, ଗଦର 2, ଆନିମଲ, କେଜିଏଫ 2 ଏବଂ ବାହୁବଳି 2 ଭଳି ଫିଲ୍ମକୁ ପଛରେ ପକାଇ ଇତିହାସ ରଚିଛି । 50 କୋଟି ବଜେଟରେ ନିର୍ମିତ 'ସ୍ତ୍ରୀ 2' ସବୁଠାରୁ ଅଧିକ ଆୟ କରିଥିବା ପ୍ରଥମ ହିନ୍ଦୀ ଫିଲ୍ମ ହୋଇ ସଫଳତା ହାସଲ କରିଛି ।

34 ତମ ଦିନରେ 'ସ୍ତ୍ରୀ 2' କଲେକ୍ସନ

ରିଲିଜ୍ ହେବାର ପ୍ରଥମ ଦିନରୁ 'ସ୍ତ୍ରୀ ୨' ବକ୍ସ ଅଫିସ୍ କବଜା କରିଛି ଏବଂ ଏକ ମାସ ପରେ ମଧ୍ୟ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ଏହି ଚଳଚ୍ଚିତ୍ର ସଫଳ ହୋଇଛି । ଏହା ସହିତ ପ୍ରତିଦିନ ଏହି ଚଳଚ୍ଚିତ୍ରର ସଂଗ୍ରହ ମଧ୍ୟ କୋଟି କୋଟି ବୃଦ୍ଧି ପାଉଛି । 50 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ବହୁ ପୂର୍ବରୁ ଏହାର ବଜେଟ ମୂଲ୍ୟରୁ ମଧ୍ୟ ଅଧିକ ଆୟ କରିଛି । ସାକନିକଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ସ୍ତ୍ରୀ 2' ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଏହା 291.65 କୋଟି, ଦ୍ୱିତୀୟ ସପ୍ତାହରେ 141.4କୋଟି, ତୃତୀୟ ସପ୍ତାହରେ 70.2 କୋଟି ଏବଂ ଚତୁର୍ଥ ସପ୍ତାହରେ 36.1 କୋଟି ଟଙ୍କା ଆୟ କରିଛି ଏବଂ ପଞ୍ଚମ ଶୁକ୍ରବାର(30ଦିନ)ରେ 3.35 କୋଟି, ପଞ୍ଚମ ଶନିବାର(31ଦିନ)ରେ 5.4କୋଟି, ପଞ୍ଚମ ରବିବାର (32ଦିନ)ରେ 6.75 କୋଟି ରୋଜଗାର କରିଛି। ସେହିପରି 5ମ ସୋମବାର(33ଦିନ)ରେ 3 କୋଟି ଏବଂ 34 ତମ ଦିନରେ ଅର୍ଥାତ୍ ପଞ୍ଚମ ମଙ୍ଗଳବାର ଦିନ 2.50 କୋଟି ଟଙ୍କା ସଂଗ୍ରହ କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ 583.30 କୋଟିରେ ପହଞ୍ଚିଛି ।

'ଜବାନ'କୁ ପଛରେ ପକାଇଲା 'ସ୍ତ୍ରୀ 2'

ଏହା ସହିତ ଘରୋଇ ବକ୍ସ ଅଫିସରେ ଭାରତୀୟ ସିନେମାର ସର୍ବାଧିକ ଆୟ କରିଥିବା ସ୍ତ୍ରୀ 2 ହୋଇପାରିଛି । ଜବାନ୍ ଭାରତର ସମସ୍ତ ଭାଷାରେ 640.25 କୋଟି ଟଙ୍କା ବ୍ୟବସାୟ କରିଥିଲା ଏବଂ ହିନ୍ଦୀ ଭାଷାରେ 582.31 କୋଟି ଟଙ୍କା ରୋଜଗାର କରିଥିଲା । ତେବେ ବର୍ତ୍ତମାନ 'ସ୍ତ୍ରୀ 2' 583.30 କୋଟି ଆୟ କରି ଜବାନ କୁ ପଛରେ ପକାଇଛି । କହିରଖୁଛୁ କି, ଜବାନ ର ବିଶ୍ୱବ୍ୟାପୀ ସଂଗ୍ରହ ହେଉଛି 1160 କୋଟି ଟଙ୍କା ।

ଏହା ମଧ୍ୟ ପଢନ୍ତୁ: ଆସୁଛି 'ସ୍ତ୍ରୀ 3'; 'ସ୍ତ୍ରୀ 2'ର ଏହି ସିନ୍ ଦେଲା ହିଣ୍ଟ୍, ନିର୍ମାତା କହିଲେ-'ସରିଛି ସ୍କ୍ରିପ୍ଟିଂ, ଖୁବଶୀଘ୍ର ଫିଲ୍ମ ଉପରେ ହେବ କାମ ଆରମ୍ଭ'

  • ଟପ୍ ଘରୋଇ କଲେକ୍ସନ କରିଥିବା ଫିଲ୍ମ

1. ସ୍ତ୍ରୀ 2- 583.30 କୋଟି ଟଙ୍କା

2. ଜବାନ - 583 କୋଟି ଟଙ୍କା

3. ଆନିମଲ- 556 କୋଟି ଟଙ୍କା

4. ପଠାନ- 543.05 କୋଟି ଟଙ୍କା

5. ଗଦର 2- 525.7 କୋଟି ଟଙ୍କା

6. ବାହୁବଲୀ 2- 510.99 କୋଟି ଟଙ୍କା

7. କେଜିଏଫ 2- 434.70 କୋଟି ଟଙ୍କା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 18, 2024, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.