ETV Bharat / entertainment

ପରଦାରେ 'ଦେବରା'; ପରିବାର ସହ ପ୍ରଥମ ଶୋ' ଦେଖିଲେ ରାଜାମୌଲି, Jr Ntr ଙ୍କ ପ୍ରଶଂସାରେ ପୁଅ କାର୍ତ୍ତିକେୟ - SS RAJAMOULI Watches DEVARA

author img

By ETV Bharat Entertainment Team

Published : 2 hours ago

Updated : 2 hours ago

SS Rajamouli-Anirudh On Devara: ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ 'ଦେବରା: ପାର୍ଟ-1' ରିଲିଜ ହୋଇଛି । ଏହି ସମୟରେ 'RRR' ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ତାଙ୍କ ପରିବାର ସହ ପ୍ରଥମ ଦିନର ପ୍ରଥମ ଶୋ' ଦେଖିଛନ୍ତି । ସେପଟେ ଫିଲ୍ମ ନେଇ ପ୍ରଶଂସାରେ ପୋତିଛନ୍ତି ପୁଅ କାର୍ତ୍ତିକେୟ ।

ପରଦାରେ 'ଦେବରା'; ପରିବାର ସହ ପ୍ରଥମ ଶୋ' ଦେଖିଲେ ରାଜାମୌଲି, Jr Ntr ଙ୍କ ପ୍ରଶଂସାରେ ପୁଅ କାର୍ତ୍ତିକେୟ
ପରଦାରେ 'ଦେବରା'; ପରିବାର ସହ ପ୍ରଥମ ଶୋ' ଦେଖିଲେ ରାଜାମୌଲି, Jr Ntr ଙ୍କ ପ୍ରଶଂସାରେ ପୁଅ କାର୍ତ୍ତିକେୟ (ANI, Film Poster)

ହାଇଦ୍ରାବାଦ: 'ଦେବରା: ପାର୍ଟ- 1' ଆଜି 27 ସେପ୍ଟେମ୍ବରରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ପ୍ରଥମ ଦିନର ପ୍ରଥମ ଶୋ' ଦେଖିବା ପାଇଁ ପ୍ରେକ୍ଷାଳୟରେ ଲୋକଙ୍କ ଭିଡ଼ ଜମିଛି । ଏହି ସମୟରେ, ଆରଆରଆର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ମଧ୍ୟ ପ୍ରଥମ ଦିନ ପ୍ରଥମ ଶୋ' ଦେଖିବା ପାଇଁ ତାଙ୍କ ପରିବାର ସହ ଥିଏଟରରେ ପହଞ୍ଚିଛନ୍ତି । ନିର୍ଦ୍ଦେଶକ ତାଙ୍କ ପରିବାର ସହ ଜୁନିଅର ଏନଟିଆରଙ୍କ ଫିଲ୍ମ ଉପଭୋଗ କରିଛନ୍ତି । ସେପଟେ ଫିଲ୍ମ ନେଇ ପ୍ରଶଂସାରେ ପୋତିଛନ୍ତି ପୁଅ କାର୍ତ୍ତିକେୟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପରିବାର ସହ ପ୍ରଥମ ଶୋ' ଦେଖିଲେ ରାଜାମୌଲି

ଜଣେ ପାପାରାଜି ଏସ.ଏସ୍ ରାଜାମୌଲିଙ୍କ ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ କ୍ୟାପସନରେ ନିର୍ଦ୍ଦେଶକଙ୍କ ବିଷୟରେ ସେ ଲେଖିଛନ୍ତି, 'ଭେଟେରାନ୍ ଭାରତୀୟ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ପ୍ରଥମ ଦିନର ପ୍ରଥମ ଶୋ' ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ । ଭିଡିଓ ଆରମ୍ଭରେ ନିର୍ଦ୍ଦେଶକ ଥିଏଟର ଭିତରେ ଦେଖିବାକୁ ମିଳଛି ଏବଂ ସେ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ହାତ ମିଳାଇ ଅଭିବାଦନ ଜଣାଇଛନ୍ତି। ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ Jr. NTR ଙ୍କ ଫିଲ୍ମ ଦେଖୁଥିବା ନଜର ଆସିଛନ୍ତି ।

କାର୍ତ୍ତିକେୟଙ୍କ ରିଭ୍ୟୁ

ଏକ୍ସରେ ଏସ୍ ଏସ୍ ରାଜାମୌଲିଙ୍କ ପୁଅ ତଥା ନିର୍ମାତା ଏସ୍ ଏସ କାର୍ତ୍ତିକେୟ, ଜୁନିଅର ଏନଟିଆରଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ପୁରାଣର 23 ବର୍ଷ.. ଶେଷରେ ଏହା ଯେଉଁଠାରୁ ଆରମ୍ଭ ହୋଇଥିଲା ସେହି ଦିନ ଏହାକୁ ଭଙ୍ଗାଗଲା । ତାଙ୍କୁ ଅତି ନିକଟରୁ ଦେଖି ବଡ଼ ହେବା ହିଁ ତାଙ୍କୁ ତେଲୁଗୁ ସିନେମା ପାଇଁ ଏତେ ସ୍ୱତନ୍ତ୍ର କରିଥାଏ । ଏହା ସମସ୍ତ ପ୍ରଶଂସକଙ୍କୁ ଏକ ଉପହାର ଯାହା ସେ ଆମକୁ ଉତ୍ସବ ପାଳନ କରିବାର କାରଣ ଦେଇଥିଲେ । ଦେବରା- ସିନେମାର ସବୁଠାରୁ ବଡ ପର୍ବ ଏବଂ ଏବେ ପାଗଳାମି ହିଁ କହିବ ସବୁ ।''

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା', କେକ୍ କାଟି-ବାଣ ଫୁଟାଇ ସେଲିବ୍ରେସନ କଲେ ଫ୍ୟାନ୍ସ

ରାଜାମୌଲିଙ୍କ ସହ Jr NTRଙ୍କ 4 ଟି ଫିଲ୍ମ

ସୂଚନା ଥାଉ କି, ଏହି ଦିନ ରାଜାମୌଲି ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । 2001ରେ, ସେ ଜୁନିଅର ଏନଟିଆରଙ୍କ ସହ 'ଷ୍ଟୁଡେଣ୍ଟ ନମ୍ବର 1' କରିଥିଲେ । ଏହି ଚଳଚ୍ଚିତ୍ରଟି 23 ବର୍ଷ ପୂର୍ବେ ଏହି ତାରିଖ ଅର୍ଥାତ୍ 27 ସେପ୍ଟେମ୍ବର 2001 ରେ ମୁକ୍ତିଲାଭ କରିଥିଲା । ଉଭୟ ତାରକାଙ୍କ କଠିନ ପରିଶ୍ରମ ଫଳପ୍ରଦ ହୋଇଥିଲା ଏବଂ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ର ପରେ ରାଜାମୌଲି Jr. NTRଙ୍କ ସହ ଆହୁରି 3 ଟି ଚଳଚ୍ଚିତ୍ର କରିଥିଲେ, ଯାହା ହିଟ୍ ହୋଇଥିଲା । ସେହି ତିନୋଟି ଚଳଚ୍ଚିତ୍ର ହେଉଛି - 'ସିମ୍ହାଦ୍ରି' (2002), 'ୟମଦୋଙ୍ଗା' (2007) ଏବଂ RRR (2022) । ଓସ୍କାରର ଲୋକପ୍ରିୟ ଗୀତ 'ନାଟୁ ନାଟୁ' ଓସ୍କାର ମଧ୍ୟ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ: 'ଦେବରା' ରିଲିଜ; ଦେଶ-ବିଦେଶରେ ଧୁମ ମଚାଇଲା ଫିଲ୍ମ, Jr Ntr-Saifଙ୍କ ଆକ୍ସନରେ ଫିଦା ଫ୍ୟାନ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.