ETV Bharat / entertainment

ମୁକ୍ତିଲାଭ କଲା 'ଅପରାହ୍ନର ସୂର୍ଯ୍ୟ', ପରଦାରେ ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ କାହାଣୀ - Odia Film Aparanhara Surjya Release

author img

By ETV Bharat Odisha Team

Published : Sep 8, 2024, 3:53 PM IST

Odia Film 'Aparanhara Surjya' Release: ଓଡ଼ିଶାରେ ୧୨ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଫିଲ୍ମ "ଅପରାହ୍ନର ସୂର୍ଯ୍ୟ" । ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ କାହାଣୀକୁ ନିର୍ମିତ ହୋଇଥିବା ବେଳେ ଏହି ଫିଲ୍ମକୁ ଦେଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ମୁକ୍ତିଲାଭ କଲା 'ଅପରାହ୍ନର ସୂର୍ଯ୍ୟ', ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ କାହାଣୀ ଦେଖିବେ ଦର୍ଶକ
ମୁକ୍ତିଲାଭ କଲା 'ଅପରାହ୍ନର ସୂର୍ଯ୍ୟ', ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ କାହାଣୀ ଦେଖିବେ ଦର୍ଶକ (ETV Bharat Odisha)

ଭୁବନେଶ୍ୱର: ଗଣେଶ ପୂଜା ଅବସରରେରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ "ଅପରାହ୍ନର ସୂର୍ଯ୍ୟ"। ହଜି ଯାଉଥିବା ମୁଣ୍ଡ ପୋତା କେଳାର ଦୁଃସାହସିକ ଖେଳର କାହାଣୀକୁ ନେଇ ପ୍ରସ୍ତୁତ ନିଚ୍ଛକ ଓଡ଼ିଆ ଫିଲ୍ମ ହେଉଛି "ଅପରାହ୍ନର ସୂର୍ଯ୍ୟ"। ଏହା ଗଣେଶ ପୂଜାରେ ସାରା ରାଜ୍ୟରେ 12ଟି ଫିଲ୍ମ ହଲରେ ରିଲିଜ ହୋଇଯାଇଛି । ଅନନ୍ୟା ପ୍ରଡ଼କସନର ଦ୍ଵିତୀୟ ଅବଦାନରେ ଫିଲ୍ମ ସ୍ତୁତି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ପ୍ରିମିୟର ସୋ'ରେ ଚଳଚ୍ଚିତ୍ରର କଳାକାରମାନଙ୍କ ସହ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁ ବିଶିଷ୍ଟ ବ୍ୟକ୍ତି ଆସି ଫିଲ୍ମ ଉପଭୋଗ କରିଛନ୍ତି ।

"ଅପରାହ୍ନର ସୂର୍ଯ୍ୟ"କାହାଣୀ

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ, ନିର୍ମାତା ଅଜୟ କୁମାର ମହାନ୍ତି ଅଛନ୍ତି । ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ ଜୀବନ ଶୈଳୀକୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରାଯାଇଛି । ତାଙ୍କ ଜୀବନର ସଂଘର୍ଷ ସୁଖ ଦୁଃଖକୁ ଏଥିରେ ଚିତ୍ରିତ କରାଯାଇଛି । ଏଥିରେ ତିନି ପିଢିର କାହାଣୀ ଚଳଚ୍ଚିତ୍ରରେ ବହୁତ ଜଣାଶୁଣା ଅଭିନେତା ତଥା ଅଭିନେତ୍ରୀ ମାନେ ସୁନ୍ଦର ତଥା ବାସ୍ତବ ଅଭିନୟ ଦେଖିବାକୁ ମିଳିଛି । ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିଲା । ପ୍ରଥମ ଥର ପାଇଁ ଦର୍ଶକ ମୁଣ୍ଡ ପୋତା କେଳା ଭଳି ଏକ ମୌଳିକ ତଥା ନିଆରା ବିଷୟକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି । ଅଜୟ କୁମାର ମହାନ୍ତି ଅର୍ଥାତ ନିର୍ମାତା, ନିର୍ଦ୍ଦେଶକ ସମେତ ସେ ଏହାର ଚିତ୍ରନାଟ୍ୟ ଓ କାହାଣୀ ପ୍ରସ୍ତୁତ କରିଛନ୍ତି । ସେହିପରି ମହେନ୍ଦ୍ର ଆଚାର୍ଯ୍ୟ ଏହାର ସଙ୍ଗୀତ ଓ ଶ୍ରୀଅଜିତ ଦାସ କ୍ୟାମେରା ଦାୟିତ୍ୱରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସୁଛି 'ଆଶ୍ରମ'; ରିଲିଜ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମହାଶ୍ୱେତା ରୟ ଓ ଫିଲ୍ମର ଟିମ୍, ଦୀପଦାନ କରି ସଫଳତା ପାଇଁ କଲେ କାମନା

"ଅପରାହ୍ନର ସୂର୍ଯ୍ୟ" ଷ୍ଟାରକାଷ୍ଟ

ଏଥିରେ କଳାକାର ଭାବେ ଅଭିନୟ କରିଛନ୍ତି ଓଡ଼ିଆ ସୋନେମ ଶିଳ୍ପର ବେଶ ଜଣାଶୁଣା ଜୟା ସ୍ୱାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାସ, ମୁନମୁନ ଖୁଣ୍ଟିଆ, ସୁସନ୍ଧ୍ୟା, ଜାନକୀ ନାଥ ମିଶ୍ର, ଅଜୟ ମହାନ୍ତି, ରାହୁଲ ବିନ୍ଧାଣୀ ପ୍ରମୁଖ । ଓଡିଶା ମାଟି ପବନର ନିଚ୍ଛକ କାହାଣୀଟିକୁ ଦର୍ଶକ ମାନେ ଭରପୂର ଉପଭୋଗ କରିଥିଲେ । ସବୁଠାରୁ ବଡ କଥା ହେଲା ଏହି ଚଳଚିତ୍ର ମାଧ୍ୟମରେ ଓଡ଼ିଶାର ଏକ ଦୁଃସାହସିକ କାଳର ନିଦର୍ଶନକୁ ପ୍ରତିପାଦିତ କରାଯାଇଛି ଯାହା ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ଇତିହାସ ହୋଇ ରହିବ । ଆଉ ଆମ ଆଗାମୀ ପିଢ଼ି ମୁଣ୍ଡ ପୋତା କେଳାଙ୍କ ଜୀବନ ଶୈଳୀକୁ ଜାଣିପାରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.