ETV Bharat / entertainment

'ଆନିମଲ' ଇଂରାଜୀ ଭର୍ସନ; ରଣବୀରଙ୍କ ପାଇଁ ସ୍ବର ଦେଲେ ଏହି ଟିଭି ତାରକା

author img

By ETV Bharat Odisha Team

Published : Feb 9, 2024, 3:24 PM IST

Nakuul Mehta Dubbed English Version Of Animal: ରଣବୀର କପୁରଙ୍କ ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆନିମଲ' ବର୍ତ୍ତମାନ ନେଟଫ୍ଲିକ୍ସରେ ଇଂରାଜୀ ଭାଷାରେ ଷ୍ଟ୍ରିମିଂ ହୋଇଛି । କହିରଖୁଛୁ କି, ଇଂରାଜୀ ଡବରେ ରଣବୀର କପୁରଙ୍କ ପାଇଁ ଟିଭିର ଜଣେ ଲୋକପ୍ରିୟ ତାରକା ସ୍ବର ଦେଇଛନ୍ତି ।

'ଆନିମଲ' ଇଂରାଜୀ ଭର୍ସନ; ରଣବୀରଙ୍କ ପାଇଁ ସ୍ବର ଦେଲେ ଏହି ଟିଭି ତାରକା
'ଆନିମଲ' ଇଂରାଜୀ ଭର୍ସନ; ରଣବୀରଙ୍କ ପାଇଁ ସ୍ବର ଦେଲେ ଏହି ଟିଭି ତାରକା

ହାଇଦ୍ରାବାଦ: ରଣବୀର କପୁରଙ୍କ ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆନିମଲ' ବଡ ପରଦାରେ ଧମାକା କରିବା ପରେ ଏବେ ଓଟିଟିରେ ଜଲୱା ଜାରି ରଖିଛି । ଫିଲ୍ମଟି ନେଟଫ୍ଲିକ୍ସରେ ଜାନୁଆରୀ ୨୬ରୁ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରସାରିତ ହୋଇଛି । ତେବେ ଆପଣ ଜାଣନ୍ତି କି, ଇଂରାଜୀ ଡବରେ ରଣବୀର କପୁରଙ୍କ ପାଇଁ ଟିଭି ତାରକା ସ୍ବର ଦେଇଛନ୍ତି । ଲୋକପ୍ରିୟ ଶୋ' 'ବଡେ ଅଚ୍ଛେ ଲଗତେ ହେଁ ଏବଂ ଇସ୍କ ବାଜ'ରେ ଅଭିନୟ କରିଥିବା ନକୁଲ ମେହେତା ଏହି ସ୍ବର ଦେଇଛନ୍ତି ।

ନକୁଲ ମେହେତାଙ୍କ ପୋଷ୍ଟ
ନକୁଲ ମେହେତାଙ୍କ ପୋଷ୍ଟ

ନକୁଲ ମେହେତା ତାଙ୍କ ଇନଷ୍ଟାଗ୍ରାମ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ଆନିମଲ ଫିଲ୍ମର ଇଂରାଜୀ ଡବ ପାଇଁ ରଣବୀର କପୁରଙ୍କୁ ସ୍ୱର ଦେଇଛନ୍ତି । ନକୁଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ରଣବୀରଙ୍କ ସହ ରାତିସାରା ଡବିଂ ଷ୍ଟୁଡିଓରେ କେବଳ ଏକ ଫ୍ଲାସ୍ ଗରମ ପାଣି, ହଳଦୀ, ମହୁ ଏବଂ ବ୍ଲାକ କଫି ସହ ଏକ ଚମତ୍କାର ଅନୁଭୂତି ଥିଲା । ଏହା ମୁକ୍ତିଦାୟକ, ଶକ୍ତିଶାଳୀ, ଯନ୍ତ୍ରଣାଦାୟକ ଏବଂ କେବେବି ଶେଷ ହେବ ନାହିଁ ଭଳି ଅନୁଭବ ହେଉଥିଲା । ମୁଁ ବହୁତ କୃତଜ୍ଞ ଅନୁଭବ କରୁଛି ଯେ ମୁଁ ଏହା କରିବାର ସୁଯୋଗ ପାଇଲି । ଇଂରାଜୀ ଡବ୍, ଏହା ମୋ ପାଇଁ ଏକ ବଡ଼ କଥା ।

ନକୁଲ ଆହୁରି ମଧ୍ୟ ଲେଖିଛନ୍ତି, 'ନେଟଫ୍ଲିକ୍ସରେ ଆନିମଲ ଇଂରାଜୀରେ ଷ୍ଟ୍ରିମିଂ ହୋଇଛି । ଯଦି ତୁମେ ଏହାକୁ କିଛି ସମୟ ପାଇଲେ ନିଶ୍ଚୟ ଦେଖନ୍ତୁ । ଆପଣ ମୋ ସ୍ବର ସହ ଫିଲ୍ମକୁ ନିଶ୍ଚୟ ଉପଭୋଗ କରିବେ ବୋଲି ମୁଁ ଆଶାବାଦୀ ।' ପ୍ରକାଶ ଥାଉକି, ଡିସେମ୍ବର 1 ତାରିଖ 2023ରେ ଆନିମଲ ମୁକ୍ତିଲାଭ କରିଥିଲା ​। 200 କୋଟିରୁ କମ୍ ବଜେଟରେ ନିର୍ମିତ ଚଳଚ୍ଚିତ୍ର ଆନିମଲ ବିଶ୍ବସ୍ତରରେ ବକ୍ସ ଅଫିସରେ 900 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏଥିସହ 'ଆନିମଲ'ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ରଣବୀର ଶ୍ରେଷ୍ଠ ଅଭିନେତା ଫିଳ୍ମ ଫେୟାର ପୁରସ୍କାର ହାସଲ ବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଟିଟିରେ 'ଆନିମଲ' ରିଲିଜ କନଫର୍ମ, ଏହି ଦିନ ହେବ ଷ୍ଟ୍ରିମିଂ

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବାପା ପୁଅର ସମ୍ପର୍କ ଉପରେ ଆଧାରିତ ଫିଲ୍ମ । ଯେଉଁଥିରେ ରଶ୍ମିକା ମନ୍ଦାନା ରଣବୀରଙ୍କ ସ୍ତ୍ରୀ ହୋଇଥିବା ବେଳେ ତିପ୍ତୀ ରଣବୀରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଦର୍ଶାଯାଇଛି । ଆକ୍ସନ ଓ ରୋମାନ୍ସରେ ଭରା ଏହି ଫିଲ୍ମ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ସେହିପରି ରଣବୀର କପୁରଙ୍କ ବାପା ଭୂମିକାରେ ଅନୀଲ କପୁର ଅଭିନୟ କରିଛନ୍ତି । ବବି ଦେଓଲ ରଣବୀରଙ୍କ ଶତ୍ରୁ ଭାବେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଆକ୍ସନ, ରୋମାନ୍ସରେ ଭରପୁର ଏହି ଫିଲ୍ମ ପ୍ରଥମେ ପରଦା ଆଉ ଏବେ ଓଟିଟିରେ ଦର୍ଶକଙ୍କ ବେଶ ମନ ଜିତୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.