ETV Bharat / entertainment

ଚରମ ନିଷ୍ପତ୍ତି ନେଲେ ମଲାଇକାଙ୍କ ବାପା ଅନୀଲ ମେହେତା, କାରଣ ଅସ୍ପଷ୍ଟ - Malaika Arora Father Death

author img

By ETV Bharat Entertainment Team

Published : Sep 11, 2024, 1:07 PM IST

Malaika Arora Father Anil Arora Death: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନୀଲ ମେହେତାଙ୍କ ଦେହାନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ, ମଲାଇକାଙ୍କ ବପା ଅନୀଲ ଜୀବନ ହାରିଥିବା ଜଣାପଡିଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ଆରାରୋ, କାରଣ ଅସ୍ପଷ୍ଟ
ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ଆରାରୋ, କାରଣ ଅସ୍ପଷ୍ଟ (IANS, Instagram)

ହାଇଦ୍ରାବାଦ: ଆଉ ନାହାନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପିତା ଅନୀଲ ମେହେତା । ପୋଲିସ ସୂଚନା ଅନୁସାରେ ମଲାଇକା ଆରୋରାଙ୍କ ବାପା ଛାତରୁ ଡେଇଁ ଜୀବନ ହାରିଛନ୍ତି । ଏହି ଘଟଣା ପରେ ମଲାଇକାଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଆଶ୍ଚର୍ଯ୍ୟ କରିଛି । ଖବର ଶୁଣି ଅରବାଜ ଖାନ ମଲାଇକାଙ୍କ ଘରେ ପହଞ୍ଚିଛନ୍ତି । ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଛି ।

ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ମେହେତା (ETV Bharat Odisha)

ଜୀବନ ହାରିଲେ ଅନୀଲ ମେହେତା

ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସର ବିବୃତ୍ତି ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ କହିଛି, 'ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରାଙ୍କ ବାପା ଛାତରୁ ଡେଇଁ ଜୀବନ ହାରିଛନ୍ତି । ସୂଚନା ଅନୁଯାୟୀ, ସେପ୍ଟେମ୍ବର 11, ଆଜି (ବୁଧବାର) ସକାଳ ପ୍ରାୟ 9 ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ବାନ୍ଦ୍ରାସ୍ଥିତ ତାଙ୍କ ଘର ଛାତରୁ ଡେଇଁ ଜୀବନ ହାରିଛନ୍ତି । ତେବେ ମଲାଇକାଙ୍କ ବାପା କାହିଁକି ଏପରି ଚରମ ନିଷ୍ପତ୍ତି ନେେଲେ ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ, ଇମୋସନାଲ ପୋଷ୍ଟ ଲେଖିଲେ ପତ୍ନୀ ଜାହ୍ନବୀ

ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ମେହେତା
ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ମେହେତା (IANS)

ମଲାଇକାଙ୍କ ଘରେ ପହଞ୍ଚିଲେ ଅରବାଜ

ଏହି ସମୟରେ ମଲାଇକା ମଧ୍ୟ ପୁଣେରୁ ମୁମ୍ବାଇ ପହଞ୍ଚିଛନ୍ତି । ସେପଟେ ଏହି ଘଟଣା ଖବର ଶୁଣି ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ତାଙ୍କ ଘରେ ପହଞ୍ଚିଥିବା ନଜର ଆସିଛନ୍ତି । ଅରବାଜଙ୍କୁ ମଲାଇକାଙ୍କ ଆପାର୍ଟମେଣ୍ଟ ବାହାରେ ଦେଖିବାକୁ ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତଦେହ ପୋଷ୍ଟମର୍ଟମ ପାଇଁ ବାବା ଡାକ୍ତରଖାନାକୁ ନିଆଯାଇଛି । ସେପଟେ ଏହି ଖବର ଶୁଣିବା ପରେ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ବର୍ତ୍ତମାନ ମଲାଇକାଙ୍କ ଘରକୁ ଆସୁଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଅରବାଜଙ୍କ ପରେ ବିବାହ କରିବେ ମଲାଇକା ! କହିଲେ ଯିଏ ବି ଆସୁ ମୁଁ ବିବାହ କରିବାକୁ ପ୍ରସ୍ତୁତ

କହିରଖୁଛୁ କି, ମଲାଇକା ମହାରାଷ୍ଟ୍ରର ଥାନେରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ସେ 11 ବର୍ଷ ବୟସରେ ତାଙ୍କ ପିତାମାତା ଛାଡପତ୍ର ହୋଇଥିଲେ ଏବଂ ସେ ତାଙ୍କ ମା ଏବଂ ଭଉଣୀ ଅମୃତା ଆରୋରାଙ୍କ ସହ ଚେମ୍ବୁରକୁ ପଳାଇଥିଲେ । ତାଙ୍କ ମାତା ଜୋଏସ୍ ପଲିକାର୍ପ ଜଣେ ମାଲାୟାଲୀ ଖ୍ରୀଷ୍ଟିଆନ ଏବଂ ତାଙ୍କ ପିତା ଅନୀଲ ମେହେତା ଜଣେ ପଞ୍ଜାବୀ ଥିଲେ, ଯିଏକି ଭାରତୀୟ ବ୍ୟବସାୟୀ ନୌସେନାରେ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.