ETV Bharat / entertainment

ପୁଣି ଘୁଞ୍ଚିଲା ଫିଲ୍ମ 'ଏମରଜେନ୍ସି' ରିଲିଜ; ସେନ୍ସର ବୋର୍ଡଠୁ ଏଯାଏଁ ମିଳିନି ସାର୍ଟିଫେକଟ୍, କୋର୍ଟ ଯିବି କହିଲେ କଙ୍ଗନା - Emergency Release postponed

author img

By ETV Bharat Entertainment Team

Published : Sep 2, 2024, 1:51 PM IST

Kangana Ranaut On Emergency Release Postponed: ବିବାଦ ମଧ୍ୟରେ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' ରିଲିଜ ତାରିଖ ପୁଣି ଘୁଞ୍ଚିଲା । ସେପ୍ଟେମ୍ୱର 6 ରେ ରିଲିଜ ହେବନି 'ଏମରଜେନ୍ସି' । ବର୍ତ୍ତମାନ ଅଭିନେତ୍ରୀ ତଥା ସାଂସଦ ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେମାନେ ବହୁତ ନିରାଶ ହୋଇଥିବା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ,

ପୁଣି ଘୁଞ୍ଚିଲା ଫିଲ୍ମ 'ଏମରଜେନ୍ସି' ରିଲିଜ; ସେନ୍ସର ବୋର୍ଡଠୁ ଏଯାଏଁ ମିଳିନି ସାର୍ଟିଫେକଟ୍, କୋର୍ଟ ଯିବି କହିଲେ କଙ୍ଗନା
ପୁଣି ଘୁଞ୍ଚିଲା ଫିଲ୍ମ 'ଏମରଜେନ୍ସି' ରିଲିଜ; ସେନ୍ସର ବୋର୍ଡଠୁ ଏଯାଏଁ ମିଳିନି ସାର୍ଟିଫେକଟ୍, କୋର୍ଟ ଯିବି କହିଲେ କଙ୍ଗନା (IANS)

ହାଇଦ୍ରାବାଦ: ପୁଣି ଘୁଞ୍ଚିଲା କଙ୍ଗନା ରାଣାୱତଙ୍କ ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜ ତାରିଖ । ଫିଲ୍ମ ସେପ୍ଟେମ୍ୱର 6 ରେ ରିଲିଜ ହେବାର ଥିଲା ହେଲେ ବର୍ତ୍ତମାନ ପୁଣି ନିର୍ମାତା ଏହାର ରିଲିଜ ଡେଟ୍ ସ୍ଥଗିତ ରଖିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ତଥା ସାଂସଦ ନିରାଶ ଥିବା ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ତାଙ୍କୁ ଏବଂ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ (ସେନ୍ସର ବୋର୍ଡ) ଫିଲ୍ମକୁ ନେଇ ଧମକ ମିଳୁଥିଲା । ଏଥିସହ ଫିଲ୍ମ ଶିଖ ମାନଙ୍କୁ ଭୁଲ ଚିତ୍ରଣ କରାଯାଇଥିବା ନେଇ ଶିରୋମଣି ଅକାଳୀ ଦଳ ଏବଂ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ବିରୋଧ ସହ ଫିଲ୍ମ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଫିଲ୍ମକୁ ସେନ୍ସର ବୋର୍ଡଠୁ ଏଯାଏଁ ମିଳିନି ସାର୍ଟିଫିକେଟ । ଫଳରେ ଫିଲ୍ମ ରିଲିଜ ସ୍ଥଗିତ ଥିବା ବେଳେ ଏହାକୁ ନେଇ କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

'ମୋ ଚଳଚ୍ଚିତ୍ର ଉପରେ ଏମରଜେନ୍ସି ଲାଗି ଯାଇଛି'

କଙ୍ଗନା ରାଣାୱତ ଏକ ପୋଡକାଷ୍ଟରେ କହିଛନ୍ତି, ''ମୋ ଚଳଚ୍ଚିତ୍ର ଉପରେ 'ଏମରଜେନ୍ସି' ଲାଗୁ କରାଯାଇଛି, ଏହି ଅବସ୍ଥା ଅତ୍ୟନ୍ତ ନୈରାଶ୍ୟଜନକ, ମୁଁ ମୋ ଦେଶ ଉପରେ ଅତ୍ୟଧିକ କ୍ରୋଧିତ ଏବଂ ପରିସ୍ଥିତି ଯାହା ବି ଅଛି । ମୋ ଚଳଚ୍ଚିତ୍ରରେ କିଛି ନୂଆ ନାହିଁ, ଏହା ପୂର୍ବରୁ ଏହା 'ଇନ୍ଦୁ ସାର୍କ ଏବଂ ସାମ ବାହାଦୂର' ମଧ୍ୟ ପ୍ରଦର୍ଶିତ ହୋଇଛି, ତେବେ ଏହି ଚଳଚ୍ଚିତ୍ରଗୁଡ଼ିକୁ କାହିଁକି ସାର୍ଟିଫିକେଟ୍ ଦିଆଗଲା । ମୋ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ବେଳେ କମିଟି ଏହି ଫିଲ୍ମ ଏବଂ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଗ୍ରହଣ କରିଛି ।''

ଫିଲ୍ମ ଅନକଟ୍ ସିନ୍ ସହ ରିଲିଜ କରିବାକୁ କୋର୍ଟରେ ଲଢିବି

ଅଭିନେତ୍ରୀ ଆହୁରି କହିଛନ୍ତି, ''ଯଦି ଆବଶ୍ୟକ ହୁଏ ତେବେ ମୁଁ କୋର୍ଟକୁ ଯିବି । ଆମେ ସେହି ହାସ୍ୟାସ୍ପଦ କାହାଣୀଗୁଡିକ କହିବା ଜାରି ରଖିବୁ । ଆଜି ଆମେ କାହାକୁ ଭୟ କରିବୁ, ଆସନ୍ତାକାଲି ଅନ୍ୟ କାହାଠାରୁ ଡରିବାକୁ ପଡିବ । ଲୋକମାନେ ଆମକୁ ଭୟଭୀତ କରି ରଖିବେ କାରଣ ଆମେ ଏତେ ସହଜରେ ଭୟଭୀତ ହେବୁ । ଆମେ କେତେ ଭୟଭୀତ ହେବୁ? ମୁଁ ଏହି ଚଳଚ୍ଚିତ୍ରଟି ଆତ୍ମ ସମ୍ମାନର ସହ ବହୁତ ତିଆରି କରିଛି । ଏହି କାରଣ CBFC ଏହାକୁ ବିବାଦ କରିପାରିବ ନାହିଁ, ସେମାନେ ମୋର ପ୍ରମାଣପତ୍ର ଦେବା ଉପରେ ରୋକ ଲଗାଇଛନ୍ତି, କିନ୍ତୁ ମୁଁ ଫିଲ୍ମର ଅନକଟ୍ ଭର୍ସନକୁ ରିଲିଜ କରିବାକୁ ଜିଦ୍ ଧରିଛି । ମୁଁ କୋର୍ଟ ଯିବି ଏବଂ ବିନା କୌଣସି ସିନ କାଟି ରିଲିଜ କରିବାକୁ କହିବି । ମୁଁ ହଠାତ୍ ଦର୍ଶାଇ ପାରିବି ନାହିଁ ଯେ ଇନ୍ଦିରା ଗାନ୍ଧୀଙ୍କ ଘରେ ତାଙ୍କ ମୃତ୍ୟୁ ଘଟିଛି ।''

ସେନ୍ସର ବୋର୍ଡ ପୂର୍ବରୁ ଦେଇଥିଲା ସାର୍ଟିଫିକେଟ୍

ସୂଚନା ଥାଉ କି, 1975 ରେ ଦେଶରେ ଲାଗୁ ହୋଇଥିବା ଉପରେ 'ଏମରଜେନ୍ସି' ଉପରେ ଆଧାରିତ ଏହି ଫିଲ୍ମ । ଏହି ଚଳଚ୍ଚିତ୍ରରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ପଞ୍ଜାବ ଦଙ୍ଗା ଭଳି କିଛି ଐତିହାସିକ ଘଟଣା ତଥା ବ୍ୟକ୍ତିତ୍ୱଙ୍କୁ ନ ଦେଖାଇବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା । ସେ କହିଥିଲେ ଯେ ତାଙ୍କ ଚଳଚ୍ଚିତ୍ରକୁ ପ୍ରଥମେ ସିବିଏଫସି ଦ୍ୱାରା ପ୍ରମାଣପତ୍ର ଦିଆଯାଇଥିଲା, କିନ୍ତୁ ଅନେକ ଆବେଦନ ପରେ ପ୍ରମାଣପତ୍ର ବାତିଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ ବିବାଦରେ କୁଇନଙ୍କ ଫିଲ୍ମ, ଦେଶରେ 'ଏମରଜେନ୍ସି' ବ୍ୟାନ କରିବାକୁ ଉଠିଲା ଦାବି

ପୂର୍ବରୁ ଦୁଇ ଥର ଘୁଞ୍ଚିଛି 'ଏମରଜେନ୍ସି' ଫିଲ୍ମର ରିଲିଜ

ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ କଙ୍ଗନା ସମେତ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ପ୍ରଥମେ ଏହି ଫିଲ୍ମ ୨୪ ନଭେମ୍ବର ୨୦୨୩ରେ ରିଲିଜ ହେବାର ଥିଲା, କିନ୍ତୁ କୌଣସି କାରଣରୁ ଏହା ପ୍ରେକ୍ଷାଳୟକୁ ଆସିପାରି ନଥିଲା । ପରେ ଏହା ଜୁନ୍ ୧୪, ୨୦୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ଥିଲା । କିନ୍ତୁ କଙ୍ଗନା ରାଣାୱତଙ୍କ ନିର୍ବାଚନ ଯାତ୍ରା ହେତୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଏହା ପରେ ସେପ୍ଟେମ୍ୱର 6 ରେ ରିଲିଜ ହେବାର ଥିଲା । କିନ୍ତୁ ବିବାଦ କାରଣରୁ ଫିଲ୍ମ ପୁଣି ରିଲିଜ ଡେଟ୍ ଘୁଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.