ETV Bharat / entertainment

'ଏମରଜେନ୍ସି' ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା; ମିଳିଲା ଲିଗାଲ ନୋଟିସ୍, ଫିଲ୍ମ ଟ୍ରେଲର ହଟାଇବାକୁ ଦାବି - Kangana Ranaut Gets Legal Notice

author img

By ETV Bharat Odisha Team

Published : Aug 28, 2024, 2:37 PM IST

SGPC Demands Ban On Film Emergency: ରିଲିଜ ପୂର୍ବରୁ ବିବାଦରେ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଶିଖ ସମ୍ପ୍ରଦାୟ ବିରୋଧ କରି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଆସୁଛନ୍ତି। ବର୍ତ୍ତମାନ କଙ୍ଗନାଙ୍କୁ ଏନେଇ ଲିଗାନ ନୋଟିସ୍ ମିଳିଛି ।

'ଏମରଜେନ୍ସି' ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା; ମିଳିଲା ଲିଗାଲ ନୋଟିସ୍, ଫିଲ୍ମ ଟ୍ରେଲର ହଟାଇବାକୁ ଦାବି
'ଏମରଜେନ୍ସି' ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା; ମିଳିଲା ଲିଗାଲ ନୋଟିସ୍, ଫିଲ୍ମ ଟ୍ରେଲର ହଟାଇବାକୁ ଦାବି (Movie Poster)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ଆଗାମୀ ରାଜନାତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି' ରିଲିଜ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଶିଖ ସମ୍ପ୍ରଦାୟ ବିରୋଧ କରି ଫିଲ୍ମ ବ୍ୟାନ କରିବାକୁ ଦାବି କରିଆସୁଛନ୍ତି। ବର୍ତ୍ତମାନ ଶିରୋମଣି ଗୁରୁଦ୍ୱାର ପରିଚାଳନା କମିଟି (SGPC) ଫିଲ୍ମର ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛି। 'ଏମରଜେନ୍ସି' ଟ୍ରେଲରକୁ ହଟାଇବାକୁ SGPC ଦାବି କରିଛି । ସୂଚନା ଥାଉ କି, ଫିଲ୍ମର ଟ୍ରେଲର ଅଗଷ୍ଟ 14ରେ ରିଲିଜ ହୋଇଥିବା ବେଳେ ଏହା ପରେ ବିବାଦର ସମ୍ମୁଖୀନ ହୋଇଛି ଫିଲ୍ମ ।

କଙ୍ଗନା ରାଣାୱତଙ୍କୁ ଲିଗାଲ ନୋଟିସ୍

SGPC ସଚିବ ପ୍ରତାପ ସିଂ ଏହି ଚଳଚ୍ଚିତ୍ର ଉପରେ ଆପତ୍ତି ଉଠାଇଛନ୍ତି ଏବଂ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ତଥା ସେନ୍ସର ବୋର୍ଡକୁ ଅନେକ ଅଭିଯୋଗ ପତ୍ର ପଠାଇଛନ୍ତି । ଶିଖଙ୍କ ଭାବନାକୁ ଆଘାତ ଦେଇଥିବା ନେଇ କଙ୍ଗନା ରାଣାୱତଙ୍କ ନାଁରେ ସଚିବ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ ଏମରଜେନ୍ସିର ଟ୍ରେଲରରେ ଶିଖ ବିରୋଧୀ ଦୃଶ୍ୟରେ ପରିପୂର୍ଣ୍ଣ, ଯାହା ତାଙ୍କ ଭାବମୂର୍ତ୍ତିକୁ ଖରାପ କରୁଛି ।

ପୂର୍ବରୁ ଏହି ସଙ୍ଗଠନ କରିଥିଲେ ଦାବି

ଗତ ସପ୍ତାହରେ ସିଡିପିସି ଏବଂ ଅକଲ ତଖତ ଚଳଚ୍ଚିତ୍ର 'ଏମରଜେନ୍ସି' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଶିଖମାନଙ୍କୁ ହତ୍ୟାକାରୀ ଭାବରେ ଦର୍ଶାଉଥିବା ଟ୍ରେଲରକୁ ନେଇ ସିଡିପିସି ଏବଂ ଅକଲ ତଖତ ମଧ୍ୟ ବିରୋଧ କରିଥିଲେ। SGPC ସଭାପତି ହରଜିନ୍ଦର ସିଂ ଧାମି ଏକ ସାମ୍ବାଦିକ ସମ୍ମିଳନୀ କରି କଙ୍ଗନାଙ୍କ ବିରୋଧରେ ଏଫଆଇଆର ଦାବି କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଅନେକ ଚଳଚ୍ଚିତ୍ର ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବାବେଳେ 'ଏମରଜେନ୍ସି' ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଥିଲେ । ସେ ସେନ୍ସର ବୋର୍ଡ ଉପରେ ଆକ୍ରମଣ କରି ଏହାକୁ ପକ୍ଷପାତ ବୋଲି କହିଥିଲେ ଏବଂ ଶିଖ ସମ୍ପ୍ରଦାୟର ଲୋକଙ୍କୁ ବୋର୍ଡରେ ଅନ୍ତର୍ଭୁକ୍ତ କରିବା ବିଷୟରେ ମଧ୍ୟ କହିଥିଲେ ।

ଅନ୍ୟପକ୍ଷରେ, ଅକଲ ତଖତ ଅଧ୍ୟକ୍ଷ ଜ୍ଞାନି ରଘବୀର ସିଂ ଦାବି କରିଥିଲେ ଯେ ଏକ ଫିଲ୍ମ 'ଏମରଜେନ୍ସି'ରେ ଶିଖ ସମ୍ପ୍ରଦାୟକୁ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି, ଯାହା ଏକ ଷଡଯନ୍ତ୍ର ଭଳି ମନେହୁଏ, ଫିଲ୍ମ ସମଗ୍ର ସମ୍ପ୍ରଦାୟକୁ ଅବମାନନା କରୁଛି, କଙ୍ଗନା ଏସବୁ ଜାଣିଶୁଣି କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, 1984 ରେ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଅତ୍ୟାଚାରକୁ ଆମେ କେବେବି ଭୁଲି ପାରିବୁ ନାହିଁ, ଏବଂ ବର୍ତ୍ତମାନ କଙ୍ଗନାଙ୍କ ଫିଲ୍ମ ଜର୍ଣ୍ଣଲ ସିଂ ଖାଲସା ଭୀନ୍ଦ୍ରନୱାଲେଙ୍କ ଚରିତ୍ରକୁ ଖରାପ ଭାବେ ଦର୍ଶାଉଛନ୍ତି। ସୂଚନା ଥାଉ କି, ଜର୍ଣ୍ଣାଲ ସିଂ ଖାଲସା ଭୀନ୍ଦ୍ରନୱାଲେଙ୍କୁ ଶିଖ ସମ୍ପ୍ରଦାୟ ଦ୍ୱାରା ଶହୀଦ ଘୋଷିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କଙ୍ଗନା ରାଣାୱତଙ୍କୁ ହତ୍ୟା ଧମକ, ସୁରକ୍ଷା ମାଗିଲେ ଅଭିନେତ୍ରୀ

'ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ,

ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ ଏମିରଜେନ୍ସି ବିଷୟରେ ଦର୍ଶାଯାଇଛି । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.