ETV Bharat / entertainment

କଙ୍ଗନା ରାଣାୱତଙ୍କୁ ହତ୍ୟା ଧମକ, ସୁରକ୍ଷା ମାଗିଲେ ଅଭିନେତ୍ରୀ - Kangana Ranaut Gets Death Threats

author img

By ETV Bharat Odisha Team

Published : Aug 27, 2024, 12:33 PM IST

Kangana Ranaut Gets Death Threats: 'ଏମରଜେନ୍ସି' ରିଲିଜ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ମିଳିଲା ହତ୍ୟା ଧମକ । ପୂର୍ବରୁ ଫିଲ୍ମକୁ ବିରୋଧ କରି ରିଲିଜ ଉପରେ ରୋକ ଲଗାଇବାକୁ ଦାବି ହୋଇଆସୁଥିବା ବେଳେ ଏବେ ଅଭିନେତ୍ରୀଙ୍କୁ ହତ୍ୟା ଧମକ ମିଳିଛି । ଯାହା ପରେ ଅଭିନେତ୍ରୀ ପୋଲିସ ସୁରକ୍ଷା ମାଗିଛନ୍ତି । ଅଧିକ ପଢନ୍ତୁ,

କଙ୍ଗନା ରାଣାୱତଙ୍କୁ ହତ୍ୟା ଧମକ, ପୋଲିସକୁ ସୁରକ୍ଷା ମାଗିଲେ ଅଭିନେତ୍ରୀ
କଙ୍ଗନା ରାଣାୱତଙ୍କୁ ହତ୍ୟା ଧମକ, ପୋଲିସକୁ ସୁରକ୍ଷା ମାଗିଲେ ଅଭିନେତ୍ରୀ (@kanganaranaut, Instagram)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପାଇଁ ବଢିବାରେ ଲାଗିଛି ଅଡୁଆ । ଅଭିନେତ୍ରୀଙ୍କୁ ମିଳିଛି ହତ୍ୟା ଧମକ । ସୂଚନା ଅନୁସାରେ, ସାଂସଦ ହେବା ପରେ ଅଭିନେତ୍ରୀ ରାଜନୈତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି' ସହ ପରଦାକୁ ଫେରୁଥିବା ବେଳେ ଫିଲ୍ମ ରିଲିଜ ନ ହେଉଣୁ ବିବାଦରେ ଫସିଛନ୍ତି କଙ୍ଗନା । ଏହି ଫିଲ୍ମକୁ ନେଇ ଜୋରଦାର ବିରୋଧ କରାଯାଉଥିବା ବେଳେ ଏବେ ଫିଲ୍ମ ପାଇଁ ଅଭିନେତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ହିଂସା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ସେମାନେ କଙ୍ଗନାଙ୍କୁ ହତ୍ୟା ଧମକ ଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଆକ୍ସନ ନେଇଛନ୍ତି କଙ୍ଗନା ।

କଙ୍ଗନାଙ୍କୁ ହତ୍ୟା ଧମକ

ଏହି ଭିଡିଓ X (ପୂର୍ବରୁ ଟ୍ୱିଟର) ରେ ଭାଇରାଲ ହେଉଛି । ଏହି ଭିଡିଓରେ କିଛି ଯୁବକ କଙ୍ଗନାଙ୍କୁ ଚପଲରେ ପିଟିବା ସହ ତାଙ୍କ ମୁଣ୍ଡ କାଟିଦେବାକୁ ଧମକ ଦେଉଥିବାର ନଜର ଆସିଛନ୍ତି । ଭିଡିଓରେ, ସେମାନେ କହୁଛନ୍ତି, ''ଯଦି ଆପଣ ଏମରଜେନ୍ସି ଚଳଚ୍ଚିତ୍ର ରିଲିଜ କରନ୍ତି, ତେବେ ଆପଣଙ୍କୁ ସର୍ଦ୍ଦାରମାନେ ଚପଲରେ ପିଟିବେ । ଚାପୁଡା ବି ଖାଇବେ । ମୋ ଦେଶ ଉପରେ ମୋର ବିଶ୍ୱାସ ଅଛି ଯେ ମୁଁ ଜଣେ ଗର୍ବିତ ଭାରତୀୟ ଏବଂ ଯଦି ମୁଁ ତୁମକୁ କୌଣସି ସ୍ଥାନରେ ଦେଖେ, ବିଶେଷ କରି ମହାରାଷ୍ଟ୍ରରେ, ଆମେ ଆମର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ମୁସଲମାନ ଭାଇମାନଙ୍କ ସହ ଆପଣଙ୍କୁ ଏକ ଚପଲରେ ରେ ସ୍ୱାଗତ କରିବୁ ।''

ଭିଡିଓ ଶେଷରେ ଆଉ ଜଣେ ବ୍ୟକ୍ତି ଧମକ ଦେଇ କହୁଛନ୍ତି, ''ଇତିହାସ ପରିବର୍ତ୍ତନ ହୋଇପାରିବ ନାହିଁ । ଯଦି ଫିଲ୍ମରେ ଶିଖମାନଙ୍କୁ ଆତଙ୍କବାଦୀ ରୂପରେ ଦର୍ଶାଯାଇଛି, ତେବେ ମନେ ରଖନ୍ତୁ ଆପଣ ଯେଉଁ ବ୍ୟକ୍ତି(ସ୍ୱର୍ଗତ ଇନ୍ଦିରା ଗାନ୍ଧୀ)ଙ୍କ ଚିତ୍ରଣ କରୁଛନ୍ତି । ତାଙ୍କ ସହ କଣ ହୋଇଥିଲା । ଭୁଲନ୍ତୁ ନାହିଁ ସତୱନ୍ତ ସିଂହ ଏବଂ ବେୱନ୍ତ ସିଂହ କିଏ ଥିଲେ । ଯଦି ଆମେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ତେବେ ଆମେ ଜୀବନ ନେବାକୁ ବି ପଛାଇବୁ ନାହିଁ । ସୂଚନା ଥାଉ କି, 'ଏମରଜେନ୍ସି' ଫିଲ୍ମରେ କଙ୍ଗନା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଧମକ ପରେ ଆକ୍ସନ ମୋଡରେ କଙ୍ଗନା

ଏହି ଧମକ ଭିଡିଓ ସେୟାର କରି କଙ୍ଗନା ଡିଜିପି ମହାରାଷ୍ଟ୍ର, ହିମାଚଳ ପୋଲିସ ଏବଂ ପଞ୍ଜାବ ପୋଲିସକୁ ଟ୍ୟାଗ କରିଛନ୍ତି । ଏହା ସହ ସେ ଲେଖିଛନ୍ତି, ''ଦୟାକରି ଏହି ପ୍ରସଙ୍ଗରେ ଦୃଷ୍ଟି ଦିଅନ୍ତୁ ।

ପୂର୍ବରୁ 'ଏମରଜେନ୍ସି' ଫିଲ୍ମକୁ ବିରୋଧ

ଶିରୋମଣି ଗୁରୁଦ୍ୱାରା ପାର୍ବନ୍ଧକ କମିଟି (SGPC) ଏବଂ ଅକଲ ତଖତଙ୍କ ପରେ ବିଦେଶରେ ଶିଖ ସଂଗଠନ ମଧ୍ୟ ଏହି ଫିଲ୍ମକୁ ବିରୋଧ କରୁଛନ୍ତି । ଅଷ୍ଟ୍ରେଲିଆର ଶିଖ ପରିଷଦ ଏକ ଚିଠି ଲେଖି କହିଛି ଯେ ଏହି ଚଳଚ୍ଚିତ୍ର ହିନ୍ଦୁ ଏବଂ ଶିଖଙ୍କ ମଧ୍ୟରେ ଦୂରତା ବଢାଇବ । ଶିଖ ସଙ୍ଗଠନ କହିଛି ଯେ, ଫିଲ୍ମରେ ଶିଖ୍ ଚରିତ୍ର ଏବଂ ଶିଖଙ୍କ ଧାର୍ମିକ ଚିନ୍ତାଧାରା ସଠିକ୍ ଭାବରେ ଚିତ୍ରିତ ନହେବା କାରଣରୁ ଶିଖ୍ ଭାବନାକୁ ଆଘାତ ଦେଉଛି । ଏଣୁ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଯାଉ ।

ଶିଖମାନଙ୍କ ସହ କଙ୍ଗନାଙ୍କ ବିବାଦ ବହୁତ ପୁରୁଣା

ଶିଖ ସମ୍ପ୍ରଦାୟ ସହ କଙ୍ଗନାଙ୍କ ବିବାଦ ପୂର୍ବରୁ ରହିଆସିଛି । କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର ଶିଖ ସଂଗଠନଗୁଡିକୁ ଆକ୍ଷେପ କରିଥିବାବେଳେ 2021 ମସିହାରେ କୃଷକଙ୍କ ବିରୋଧ ସମୟରେ ଘଟିଥିବା ଦୁଇଟି ଅପରାଧିକ ଘଟଣାକୁ ଦର୍ଶାଇ ତାଙ୍କ ବିବୃତ୍ତି କୃଷକ ସଂଘର ନେତାମାନଙ୍କୁ ମଧ୍ୟ କ୍ରୋଧିତ କରିଛି । ଯାହାକୁ ନେଇ ଏବେ ସିଖ ସମ୍ପଦ୍ରାୟ କଙ୍ଗନାଙ୍କ ଉପରେ ତାତିଥିବା ବେଳେ ଏଭଳି ବିବାଦୀୟ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ ବିବାଦରେ କୁଇନଙ୍କ ଫିଲ୍ମ, ଦେଶରେ 'ଏମରଜେନ୍ସି' ବ୍ୟାନ କରିବାକୁ ଉଠିଲା ଦାବି

ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ,

ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନାଙ୍କ ସମେତ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ ଏମିରଜେନ୍ସି ବିଷୟରେ ଦର୍ଶାଯାଇଛି । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.