ETV Bharat / entertainment

ଇଣ୍ଡିଆନ ଆଇଡଲ ୧୪; ବୈଭବ ଗୁପ୍ତାଙ୍କ ମୁଣ୍ଡରେ ବିଜୟ ମୁକୁଟ

author img

By ETV Bharat Odisha Team

Published : Mar 4, 2024, 10:25 AM IST

Indian Idol 14 Winner: ମ୍ୟୁଜିକ ରିଆଲିଟି ଶୋ' ଇଣ୍ଡିଆନ ଆଇଡଲ ସିଜିନ ୧୪କୁ ମିଳିଛି ତାର ବିଜେତା । ଟାଇଟଲ ଟ୍ରଫି ହାତେଇଛନ୍ତି କାନପୁରର ବୈଭବ ଗୁପ୍ତା । ସେ ଟ୍ରଫି ସହ ୨୫ ଲକ୍ଷ ଏବଂ ଏକ କାର୍ ଜିତିଛନ୍ତି । ଅଧିକ ପଢନ୍ତୁ

ଇଣ୍ଡିଆନ ଆଇଡଲ ୧୪; ବିଜୟ ମୁକୁଟ ପିନ୍ଧିଲେ କାନପୁରର ବୈଭବ ଗୁପ୍ତା

ହାଇଦ୍ରାବାଦ: ମ୍ୟୁଜିକ ରିଆଲିଟି ଶୋ' 'ଇଣ୍ଡିଆନ ଆଇଡଲ ସିଜନ ୧୪'କୁ ମିଳିଛି ତାର ବିଜେତା । ଇଣ୍ଡିଆନ ଆଇଡଲର ବିଜୟ ମୁକୁଟ ପିନ୍ଧିଛନ୍ତି କାନପୁରର ବୈଭବ ଗୁପ୍ତା । ଫାଇନାଲରେ ସେ ପୀୟୁଷ ପାୱାର, ଅନନ୍ୟା ପଲ ଏବଂ ଶୁଭଦୀପ ଦାସ ଚୌଧୁରୀଙ୍କ ସହ କଡ଼ା ଟକ୍କର ହୋଇଥଲା । ତେବେ ବୈଭବ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଇଣ୍ଡିଆନ ଆଇଡଲ ଟ୍ରଫି ନିଜ ନାଁରେ କରିଛନ୍ତି ।

'ଇଣ୍ଡିଆନ ଆଇଡଲ ସିଜନ ୧୪' ବିଜେତା

ବୈଭବଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିଛି । କେବଳ ଏତିକି ନୁହେଁ, ତାଙ୍କୁ ଏକ କାର ମଧ୍ୟ ମିଳିଛି । ପ୍ରଥମ ରନର୍ସ ଅପ୍ ଶୁଭଦୀପ ଦାସ ଚୌଧୁରୀ ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି ପୀୟୁଷ ପାୱାର । ତେବେ ଉଭୟଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ତୃତୀୟ ରନର୍ସ ଅପ ଭାବେ ଅନନ୍ୟା ପଲଙ୍କୁ ୩ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରାଯାଇଛି ।

'ଇଣ୍ଡିଆନ ଆଇଡଲ' ଫାଇନାଲରେ ଏହି ଗୀତ ଗାଇଥିଲେ ବୈଭବ

କହିରଖୁଛୁ କି, ଚଳିତ ଥର 'ଇଣ୍ଡିଆନ ଆଇଡଲ ସିଜନ ୧୪'ର ବିଶାଲ ଦଦଲାନି, କୁମାର ସାନୁ ଏବଂ ଶ୍ରେୟା ଘୋସାଲ ଏହି ଶୋ'ର ଜଜ ରହିଥିଲେ । ରବିବାର ଶୋ'ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା । ତେବେ ନେହା କକ୍କର ଏବଂ ସୋନୁ ନିଗମ ଶୋ'ର ଗ୍ରାଣ୍ଡ ଫାଇନାଲରେ ସ୍ୱତନ୍ତ୍ର ଅତିଥି ଭାବରେ ନଜର ଆସିଥିଲେ । ଏହି ସମୟରେ 'ପ୍ୟାରେଲାଲ୍ ସିମ୍ଫୋନୀ' ଚ୍ୟାଲେଞ୍ଜ ପାଇଁ ବୈଭବ ୧୯୯୧ ମସିହାରେ ଆକ୍ସନ୍ କ୍ରାଇମ୍ ଡ୍ରାମା 'ହମ'ରୁ 'ଜମ୍ମା ଚୁମ୍ମା' ଗାଇଥିଲେ । ଫାଇନାଲ୍ ପାଇଁ ବୈଭବ ସୋନୁ ନିଗମଙ୍କ ସହ ଶେଷ ଗୀତ 'ଜୋରୁ କା ଗୁଲାମ' ଗାଇଥିଲେ।

ସଲମାନ ଖାନ, ବିକି କୌଶଲଙ୍କ ପାଇଁ ପ୍ଲେବ୍ୟାକ ଗୀତ ଗାଇବାକୁ ଚାହାଁନ୍ତି ବୈଭବ

ଶୋ' ଜିତିବା ପରେ ବୈଭବ ନିଜ ଖୁସିବ୍ୟକ୍ତ କରିଛନ୍ତି । ସେ କହିଥିଲେ, ''ମୁଁ ଅତ୍ୟନ୍ତ ଖୁସି ଏବଂ ଏହି ଖୁସିର ଭାବନାକୁ ପ୍ରକାଶ କରିବାକୁ ମୋ ପାଖରେ କୌଣସି ଶବ୍ଦ ନାହିଁ । ବର୍ତ୍ତମାନ ମୁଁ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାକୁ ଚାହୁଁଛି । ସଲମାନ ଖାନ, ବିକି କୌଶଲ ଏବଂ ରଣଭୀର ସିଂ ମୋର ପ୍ରିୟ ଅଭିନେତା । ମୋର ସ୍ୱପ୍ନ ହେଉଛି ସେମାନଙ୍କ ପାଇଁ ପ୍ଲେବ୍ୟାକ୍ ଗୀତ ଗାଇବି ।''

ସୂଚନା ଥାଉ କି, ଇଣ୍ଡିଆନ ଆଇଡଲ ଟ୍ରଫି ଜିତିବା ପୂର୍ବରୁ ବୈଭବ ୨୦୨୩ ମସିହାରେ 'ଭଏସ୍ ଅଫ୍ କାନପୁର' ଟାଇଟଲ୍ ମଧ୍ୟ ଜିତିଥିଲେ । ପିଲାଦିନରୁ ବୈଭବ ଗୀତ ଗାଇବାକୁ ଭଲ ପାଉଥିଲେ । ସେ ନିଜ ବିଦ୍ୟାଳୟରେ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲେ । ବୈଭବଙ୍କ ପରିବାର ଚାହୁଁଥିଲେ ଯେ ସେ ଜଣେ ଇଞ୍ଜିନିୟର ହୁଅନ୍ତୁ । କିନ୍ତୁ ସେ ପିଲାଦିନରୁ ଗାୟକ ହେବାର ସ୍ୱପ୍ନ ଏବଂ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହ ଆଜି ତାଙ୍କୁ ଏହି ସଫଳତା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ବିଜୟ ମୁକୁଟ ପିନ୍ଧିଲେ ଅଯୋଧ୍ୟାର ଋଷି ସିଂହ

ବିଜୟ ଦେବରକୋଣ୍ଡାଙ୍କ ସହ ପୁଣି ଫିଲ୍ମ କରିବେ ରଶ୍ମିକା, ସ୍କ୍ରିପ୍ଟ ଖୋଜୁଛୁ କହିଲେ ଅଭିନେତ୍ରୀ

ସ୍ବପ୍ନର ସହର ଜାପାନରେ ଛୁଟି କାଟୁଛନ୍ତି ରଶ୍ମିକା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.