ETV Bharat / entertainment

ଫସିଲେ ରିୟା ଦେ; ଘରୋଇ ସହାୟିକା ସହ କଲେ ଏମିତି, ଥାନାକୁ ଗଲା ମାମଲା - Fir Against Odia Actress Riya Dey

author img

By ETV Bharat Odisha Team

Published : Jul 10, 2024, 5:36 PM IST

Updated : Jul 11, 2024, 5:36 PM IST

Fir Against Odia Actress Riya Dey: ଅଡୁଆରେ ଓଡ଼ିଆ ଅଭିନେତ୍ରୀ ରିୟା ଦେ । ଥାନାରେ ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରା ମାମଲା କ'ଣ ? ଜାଣନ୍ତୁ

ଫସିଲେ ରିୟା ଦେ; ଘରୋଇ ସହାୟିକା ସହ କଲେ ଏମିତି, ଥାନାକୁ ଗଲା ମାମଲା
ଫସିଲେ ରିୟା ଦେ; ଘରୋଇ ସହାୟିକା ସହ କଲେ ଏମିତି, ଥାନାକୁ ଗଲା ମାମଲା (Riya Dey, Instagram)

ଭୁବନେଶ୍ୱର/କଟକ: ବିବାଦରେ ଓଲିଉଡ କୁଇନ ରିୟା ଦେ । ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗ । ଘରେ କାମ କରାଇବା ସହ ପଇସା ନ ଦେଇ ଘରୋଇ ସହାୟିକାଙ୍କୁ ରିୟା ଏବଂ ତାଙ୍କ ସ୍ୱାମୀ ସୁନୀଲ ନିର୍ଯାତନା ଦେଇଥବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାର କରି ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଘରୋଇ ସହାୟିକା । ତେବେ ରିୟା କଟକର ହୋଇଥିବାରୁ ବର୍ତ୍ତମାନ ଚନ୍ଦ୍ରଶେଖରପୁର ଥାନାରୁ ମାମଲାଟି ବିଡାନାସି ଥାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ ।

ଫସିଲେ ରିୟା ଦେ; ଘରୋଇ ସହାୟିକା ସହ କଲେ ଏମିତି, ଥାନାକୁ ଗଲା ମାମଲା (ETV Bharat Odisha)

ସୂଚନା ଅନୁସାରେ, ଘରୋଇ ସହାୟିକା ଜଣକ ଅଭିନେତ୍ରୀ ରିୟା ଦେ ତାଙ୍କୁ କାମରେ ଲଗାଇ ତାଙ୍କର ପାରିଶ୍ରମିକ ନ ଦେଇ ନିର୍ଯାତନା ଦେଇଥବା ଅଭିଯୋଗ କରିଛନ୍ତି । ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ମଙ୍ଗଳବାର ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଜଣାଇଛନ୍ତି । ଅଭିଯୋଗକାରିଣୀ ଅଭିଯୋଗରେ ଏହା ଦର୍ଶାଇଛନ୍ତି ଯେ, ରିୟା ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ପାରିଶ୍ରମିକ ଦେଇନଥିବା ଉଲ୍ଲେଖ କରିଛନ୍ତି ।

ଘରୋଇ ସହାୟିକାଙ୍କ କହିବା ଅନୁସାରେ, ସେ ସମ୍ବଲପୁର ନାକଟିଦେଉଳ ଅଞ୍ଚଳର । ପରିବାରରେ ତିନି ଭଉଣୀ ଓ ମା’ ଓ ବାପା ରୁହନ୍ତି । ଆର୍ଥିକ ଅନଟନ ଯୋଗୁଁ ଅନେକ ସମସ୍ୟାରେ ଗତି କରୁଥିଲେ । ତାଙ୍କର ଗାଁର ଜଣେ ଭଉଣୀ ଯୋଗାଯୋଗ କରି ରିୟାଙ୍କ ଘରେ କମ କରିବାକୁ ନେଇଥିଲେ । ଦୀର୍ଘ ଦେଢ ବର୍ଷ ତଳେ ରିୟାଙ୍କ କଟକ ସ୍ଥିତ ଘରେ କାମ କରି ରହି ଆସୁଥିଲେ । ଘର ପୋଛା ପୋଛି ଠୁ ଆରମ୍ଭ କରି ଘରର ନିତିଦିନିଆ କାମ କରୁଥିଲେ । ହେଲେ ଅଭିନେତ୍ରୀ ତାଙ୍କର ଉଚିତ୍ ପାରିଶ୍ରମିକ ମଧ୍ୟ ଦେଉନଥିଲେ‌ । ତାଙ୍କୁ କାମ କରାଇବା ସହ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଉଥିଲେ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାବାସୀଙ୍କୁ ମୁର୍ଖ କହିଦେଲେ ମୁକେଶ ! ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ

ଏହି ନିର୍ଯାତନା ସହି ନପାରି ଶେଷରେ ସେ ତାଙ୍କ ଘରୁ ଖସି ପଳାଇ ଆସିଥିଲେ । ଦୁଇ ଦିନ ତଳେ ଏକ ସମାଜା କର୍ମୀ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ରିୟା ଦେଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଜଣାଇଛନ୍ତି । ହେଲେ ଘଟଣାଟି ବିଡାନାସି ଥାନା ଅଞ୍ଚଳରେ ହୋଇଥିବାରୁ ଅଭିଯୋଗକୁ ତୁରନ୍ତ ଗ୍ରହଣ କରି ବିଡାନାସି ଥାନାକୁ ମାମଲା ହସ୍ତାନ୍ତର କରାଯାଇଛି । ଏନେଇ ବିଡାନାସି ଥାନା ଏନେଇ କାର୍ଯାନୁଷ୍ଠାନ ନେବେ ବୋଲି ନାବାଳିକା ଜଣଙ୍କ ଆଶା ବାନ୍ଧିଥିବା ବେଳେ ତଦନ୍ତ ପରେ ସତାସତ ଜଣାପଡିବ ବୋଲି କହିଛନ୍ତି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର । ସେପଟେ ରିୟା ଦେଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର ଓ କଟକ

Last Updated : Jul 11, 2024, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.