ETV Bharat / entertainment

ମୌଳିକ କାହାଣୀକୁ ନେଇ ଆସୁଛି ଫିଲ୍ମ 'ପତଙ୍ଗ', ଓଡ଼ିଆ ନୁହଁ ହିନ୍ଦୀ ଭାଷାରେ ଏହି ଦିନ ହେବ ରିଲିଜ - Patang Release

author img

By ETV Bharat Entertainment Team

Published : Sep 10, 2024, 1:54 PM IST

Patang Release In Hindi Language: ମୌଳିକ କାହାଣୀକୁ ନେଇ ଆସୁଛି ଆଉ ଏକ ଫିଲ୍ମ 'ପତଙ୍ଗ' । ହେଲେ ଓଡ଼ିଆ ନୁହଁ ହିନ୍ଦୀ ଭାଷାରେ ରିଲିଜ ହେବ ଫିଲ୍ମ । ବର୍ତ୍ତମାନ ପିଲାମାନେ ନିଶା କବଳରେ ନିଜ ଜୀବନକୁ ବରର୍ବାଦ କରୁଥିବା ବେଳେ ଫିଲ୍ମ ମାଧ୍ୟମରେ ଏନେଇ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରିଛନ୍ତି ସ୍କୁଲ ଶିକ୍ଷକ ବିଭୁତି ଗୁପ୍ତା । ତେବେ ଫିଲ୍ମ କେବେ ଏବଂ କେଉଁଠାରେ ରିଲିଜ ହେବ ? ଜାଣନ୍ତୁ,

ମୌଳିକ କାହାଣୀକୁ ନେଇ ଆସୁଛି ଫିଲ୍ମ 'ପତଙ୍ଗ', ଓଡ଼ିଆ ନୁହଁ ହିନ୍ଦୀ ଭାଷାରେ ଏହି ଦିନ ହେବ ରିଲିଜ
ମୌଳିକ କାହାଣୀକୁ ନେଇ ଆସୁଛି ଫିଲ୍ମ 'ପତଙ୍ଗ', ଓଡ଼ିଆ ନୁହଁ ହିନ୍ଦୀ ଭାଷାରେ ଏହି ଦିନ ହେବ ରିଲିଜ (ETV Bharat Odisha)

ଭୁବନେଶ୍ୱର: ଆଜିକାଲିର ଅନେକ ପିଲା ନିଶା କବଳରେ ନିଜ ଜୀବନକୁ ବରର୍ବାଦ କରୁଛନ୍ତି । ଅନେକ ପିଲା ନିଶା କରିବା ପାଇଁ ଟ୍ରେନରେ ଝାଡୁ କରିବା ଠୁ ଆରମ୍ଭ କରି ଅଳିଆ ଗୋଟାଉଛନ୍ତି । ଏପରି କିଛି ଗ୍ୟାଙ୍ଗ ମଧ୍ୟ ରହିଛନ୍ତି ଯେଉଁମାନେ ପିଲାଙ୍କୁ ଏହା କରିବାକୁ ମଧ୍ୟ ବାଧ୍ୟ କରୁଛନ୍ତି । ଯାହା ଫଳରେ ପାଠ ପଢା ବୟସରେ ସେମାନେ ଭୁଲ ସଙ୍ଗତରେ ଆସି ନିଜ ଜୀବନକୁ ବରର୍ବାଦ କରୁଛନ୍ତି । ଏଭଳି ସମୟରେ ଏଭଳି କିଛି ସତ କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ହିନ୍ଦୀ ଚଳଚିତ୍ର "ପତଙ୍ଗ"। ଏହି ଫିଲ୍ମକୁ ରାଉଲକେଲାର ସ୍କୁଲ ଶିକ୍ଷକ ବିଭୁତି ଗୁପ୍ତା ପ୍ରସ୍ତୁତ କରିଥିବା ବେଳେ ଫିଲ୍ମରେ ସଚେତନତାର ବାର୍ତ୍ତା ମଧ୍ୟ ରହିଛି । ଯାହା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

କେବେ ଏବଂ କେଉଁଠାରେ ରିଲିଜ ହେବ 'ପତଙ୍ଗ' ?

"ପତଙ୍ଗ" ଫିଲ୍ମଟି ୧୩ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ । ଓଡ଼ିଶାର ୩୫ ଟି ସିନେମା ହଲରେ ହେବାକୁ ଯାଉଛି । ଏହି ସମସ୍ୟା କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ଦେଖାଯାଉଥିବା ବେଳେ ହିନ୍ଦୀ ଭାଷାରେ ଏହି ସିନେମାଟି ପ୍ରସ୍ତୁତ ହୋଇଛି। ଓଡ଼ିଶାରେ ଘଟିଥିବା ସତ ଘଟଣାକୁ ନେଇ ଏହି ସିନେମା ପ୍ରସ୍ତୁତ ହୋଇଥିବା ବେଳେ ରାଉଲକେଲା ସମସ୍ତ ସୁଟିଂ ହୋଇଛି । ଫିଲ୍ମର କାଷ୍ଟ ଅଧିକାଂଶ ଓଡି଼ଶାର ହୋଇଥିବା ବେଳେ 13ଜଣ ପିଲାଙ୍କ ଜୀବନର କାହାଣୀକୁ ନେଇ ଏହି ସିନେମା ପ୍ରସ୍ତୁତ କରିଛନ୍ତି ବିଭୁତି ଗୁପ୍ତା ।

'ପତଙ୍ଗ' କାହାଣୀ ?

'ପତଙ୍ଗ' ଫିଲ୍ମଟି ଏକ ପ୍ରକୃତ କାହାଣୀ ଉପରେ ଆଧାରିତ ଚଳଚିତ୍ର । ଯାହା ଆମେ ସମସ୍ତେ ପ୍ରତିଦିନ ଟ୍ରେନରେ ଦେଖୁ । ପତଙ୍ଗ ଗରିବ, ଅସହାୟ ଓ ସମାଜର ପ୍ରତ୍ୟାଖାନ ସନ୍ତାନ ଯାହାଙ୍କର ମାତା ପିତା କେହି ନାହାନ୍ତି, ଯିଏ ପେଟର ଜ୍ୱାଳାକୁ ପ୍ରଶମିତ କରିବା ପାଇଁ ଟ୍ରେନରେ ଭିକ ମାଗିବା ସହ ଝାଡୁ କରନ୍ତି । ଏମାନଙ୍କର ଘର ନାହିଁ କିନ୍ତୁ ରୋଜଗାର ପଇସାରେ ନିଜ କଷ୍ଟକୁ ଦୂର କରିବାକୁ ଏମାନେ ନିଶା ଖାନ୍ତି ଓ କେତେକ ଜାଗାରେ କିଛି ସ୍ୱାର୍ଥବାଦୀ ଲୋକ ନିଜ କାମ ହାସଲ ପାଇଁ ତାଙ୍କୁ ନିଶା ଦେଇ କାମ କରାଇଥାନ୍ତି । ନିଶାର କବଳରେ ଏମାନେ ଜୀବନ କଣ ବୁଝିପାରନ୍ତି ନାହିଁ କିଛି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ହୁଏତ ବୁଝିଥିଲେ ଆଜି ମୁକ୍ତ ଆକାଶର ପତଙ୍ଗ ପରି ଉଡ଼ିଥାନ୍ତେ ଆଉ ପାଠ ପଢି ଏକ ଶୃଙ୍ଖଳିତ ଜୀବନ ଜୀ ଥାନ୍ତେ। ତାହା କିନ୍ତୁ ଏମାନଙ୍କ ପାଖରେ ହୋଇନଥାଏ । ଏଭଳି କିଛି ପତଙ୍ଗ ମାନଙ୍କର ଆତ୍ମା କମ୍ପିତ ଜୀବନ କାହାଣୀକୁ ନେଇ ଫିଲ୍ମ ପତଙ୍ଗ ପ୍ରସ୍ତୁତ ହୋଇଛି । ଯାହା ସମାଜକୁ ଏକ ସୁନ୍ଦର ଦିଗ୍ଦର୍ଶନ ଦେବ, ଆଉ ବିଶେଷ କରି ସେହି ପିଲାମାନଙ୍କୁ ଏକ ନୂଆ ଦିଶା ଦେଖାଇବା ବୋଲି ପ୍ରଯୋଜକ ମତ ରଖିଛନ୍ତି। ନିଶ୍ଚୟ ଏହି ସିନେମା ସମସ୍ତଙ୍କ ହୃଦୟକୁ ଛୁଇଁବ। ପିଲାମାନେ ଏହାକୁ ରିହାତିରେ ଦେଖିପାରିବେ ବୋଲି ଫିଲ୍ମ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସୁଛି 'ଆଶ୍ରମ'; ରିଲିଜ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମହାଶ୍ୱେତା ରୟ ଓ ଫିଲ୍ମର ଟିମ୍, ଦୀପଦାନ କରି ସଫଳତା ପାଇଁ କଲେ କାମନା

ଫିଲ୍ମର ଷ୍ଟାରକାଷ୍ଟ

ଫିଲ୍ମର ନିର୍ମାତା ବିଭୁତି ଗୁପ୍ତା ହୋଇଥିବା ବେଳେ ନିର୍ଦ୍ଦେଶକ ଓ କାହାଣୀ ଲେଖିଛନ୍ତି ଡ ମାଧବ ଚନ୍ଦ୍ର ପରିଡା, ଯୁଗଣ । ଧର୍ମବୀର ଭାରତୀ ସିନେଗ୍ରାଫି କରିଥିବା ବେଳେ ଚିତ୍ତରଞ୍ଜନ ବିଶ୍ୱାଳ ସଂଗୀତ ଅନୁପ ସିହ୍ନା, ସଂଗୀତ ରଚନା ଛଟୁ ରାୱାତ, ଗୀତ ବୀବହୁତୁ ଗୁପ୍ତ ଓ ପ୍ରବୀଣ କୁମାର ହୋଇଥିବା ବେଳେ ଗାଇଛନ୍ତି ଆଲୋକ କୁମାର ଛଟୁ ରାୱାତ । ଫିଲ୍ମର ମୁଖ୍ୟ ଚରିତ୍ରରେ ରହିଛନ୍ତି ବିବେକ ଗୁପ୍ତା ଅସିତ ପତି, ସତ୍ୟବ୍ରତ ଓଝା ,ସ୍ବପ୍ନ ଭୋଜ, ପୁନମ କୁମାରୀ , ଧର୍ମବୀର ଭାରତୀ, ଜୋତ୍ସନା ମିଶ୍ର, ପାଢ଼ୀ, ରାଜେଶ ରାଜୁକା, କହ୍ନେୟା ଗୁପ୍ତା ଜିଏସ ଚନ୍ଦ୍ରଶେଖର, ରବି ଚନ୍ଦ୍ରଙ୍କ ସହିତ ୧୩ ଜଣ ଶିଶୁ କଳାକାର ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଦେବଦାସୀ' ପୋଷ୍ଟର ରିଲିଜ; ଖୁବଶୀଘ୍ର ପରଦାକୁ ଆସିବ ନୂଆ ଓଡ଼ିଆ ଫିଲ୍ମ, ପ୍ରଭୁ ଜଗନ୍ନାଥ ସଂସ୍କୃତିର ଝଲକ ଦେଖିବେ ଦର୍ଶକ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.