ETV Bharat / entertainment

'ଦେବରା ପାର୍ଟ -1'; ଡବଲ୍ ରୋଲରେ ନଜର ଆସିବେ ଜୁନିଅର ଏନଟିଆର, ସାମ୍ନାକୁ ଆସିଲା ଲୁକ୍ ପୋଷ୍ଟର - Devara Part 1 New Poster

author img

By ETV Bharat Odisha Team

Published : Aug 27, 2024, 2:59 PM IST

Devara Part 1 New Poster: ସାଉଥ ସୁପରଷ୍ଟାର ଜୁନିଅର ଏଟିଆରର ଆଗାମୀ ଚଳଚ୍ଚିତ୍ର 'ଦେବରା ପାର୍ଟ-1' ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଅଭିନେତାଙ୍କ ଲୁକ୍ ପୋଷ୍ଟର ରିଲିଜ ହୋଇଛି ।

'ଦେବରା ପାର୍ଟ -1'; ଡବଲ୍ ରୋଲରେ ନଜର ଆସିବେ ଜୁନିଅର ଏନଟିଆର, ସାମ୍ନାକୁ ଆସିଲା ଲୁକ୍ ପୋଷ୍ଟର
'ଦେବରା ପାର୍ଟ -1'; ଡବଲ୍ ରୋଲରେ ନଜର ଆସିବେ ଜୁନିଅର ଏନଟିଆର, ସାମ୍ନାକୁ ଆସିଲା ଲୁକ୍ ପୋଷ୍ଟର (ETV Bharat Odisha)

ହାଇଦ୍ରାବାଦ: ସୁପରଷ୍ଟାର ଜୁନିଅର ଏଟିଆରର ଆଗାମୀ ଚଳଚ୍ଚିତ୍ର 'ଦେବରା ପାର୍ଟି- 1'ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ଏହି ଫିଲ୍ମ ରିଲିଜ ହେବାକୁ ଆଉମାତ୍ର ଗୋଟିଏ ମାସ ବାକି ରହିଛି । ଅର୍ଥାତ୍ ଫିଲ୍ମ ଆସନ୍ତା ମାସ ସେପ୍ଟେମ୍ୱର 27ରେ ରିଲିଜ ହେବାକୁ ଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମ ରିଲିଜ ହେବାର ଏକ ମାସ ପୂର୍ବରୁ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରିଛନ୍ତି। ଜୁନିଅର ଏଟିଆରର ନୂଆ ଅବତାରରେ ନଜର ଆସିଛନ୍ତି ।

ଦେବରା ପାର୍ଟ-1 ନୂଆ ପୋଷ୍ଟର

ଅଗଷ୍ଟ 27 ରେ, ଦେବରା ପାର୍ଟ-1 ନିର୍ମାତା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ ଜୁନିଅର ଏନଟିଆରଙ୍କୁ ଡବଲ୍ ରୋଲ ଲୁକରେ ଦେଖିବାକୁ ମିଳିଛି । ଏହି ପୋଷ୍ଟର ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, 'ଏକ ମାସ ମଧ୍ୟରେ, ତାଙ୍କର ଆଗମନ ଏକ ଅବିସ୍ମରଣୀୟ ବଡ଼ ପରଦା ଅନୁଭୂତି ସହିତ ବିଶ୍ୱକୁ ଚକିତ କରିବ । ଆସନ୍ତା 27 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ଫିଲ୍ମକୁ ଉପଭୋଗ କରନ୍ତୁ ।

ଜାହ୍ନବୀ କପୁରଙ୍କ ପୋଷ୍ଟ
ଜାହ୍ନବୀ କପୁରଙ୍କ ପୋଷ୍ଟ (instagram)

ଦୁଇଟି ଭିନ୍ନ ଲୁକରେ ଜୁନିଅର ଏନଟିଆର

ଗୋଟିଏ ଫଟୋରେ ଅଭିନେତା ଲମ୍ବା କେଶରେ ରହସ୍ୟମୟ ଚେହେରା ସହ ନଜର ଆସିଥିବା ବେଳେ ଦ୍ୱିତୀୟ ଫଟୋରେ ତାଙ୍କୁ ଆକ୍ରମଣାତ୍ମକ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟରରେ ଅଭିନେତାଙ୍କ ନୂଆ ଅବତାର ପ୍ରଶଂସକଙ୍କ ଉତ୍ସାହ ସ୍ତରକୁ ବଢାଇଦେଇଛି । ଫ୍ୟାନ୍ସ ଏହି ପୋଷ୍ଟରକୁ ଲାଇକ କରିବା ସହ ଫାୟାର ଏବଂ ହାର୍ଟ ଇମୋଜି ଦେଇଛନ୍ତି । ଏହି ପୋଷ୍ଟରକୁ ଫିଲ୍ମର ହିରୋଇନ୍ ଜାହ୍ନବୀ କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୋଆରେ ଆରମ୍ଭ 'ଦେବରା' ସୁଟିଂ, ଏହି ଲୁକରେ ନଜର ଆସିଲେ ଏନଟିଆର

'ଦେବରା' ବିଷୟରେ କହିବାକୁ ଗଲେ, ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ 'ଦେବରା' ଘୋଷଣା କରିଥିଲେ । ଦୁଇଟି କିସ୍ତିରେ ଫିଲ୍ମ ପରଦାକୁ ଆସିବ । ଏହି ଫିଲ୍ମରେ ସୈଫ ଏବଂ ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ Jr. ଏନଟିଆରଙ୍କ ସ୍କ୍ରିନ୍‌ ସେୟାର କରିବେ। ସେପ୍ଟେମ୍ୱର 27ରେ ରିଲିଜ ହେବ ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.