ETV Bharat / entertainment

ଓଡ଼ିଶାରେ ହୀରାମଣ୍ଡି ଅଭିନେତ୍ରୀ ସଞ୍ଜୀଦା, 'ଡାଲମା'ର କଲେ ଭୂରି ଭୂରି ପ୍ରଶଂସା - Sanjeeda Shaikh In Bhubaneswar

author img

By ETV Bharat Odisha Team

Published : Aug 3, 2024, 9:20 PM IST

Sanjeeda Shaikh In Bhubaneswar: NIFD ଗ୍ଲୋବାଲ ଭୁବନେଶ୍ୱରର ଡିଜାଇନ ଏକ୍ସଲେନ୍ସ ଏବଂ ଷ୍ଟାର ପାୱାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ହୀରାମଣ୍ଡି ଅଭିନେତ୍ରୀ ସଞ୍ଜୀଦା । ଓଡିଶା ହ୍ୟାଣ୍ଡଲୁମର ପ୍ରଂଶସା ସହ ଡାଲମା ତାଙ୍କର ପ୍ରିୟ ଖାଦ୍ୟ ବୋଲି କହିଛନ୍ତି । ପଢନ୍ତୁ ପୂରା ଖବର

Sanjeeda Shaikh
Sanjeeda Shaikh (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ରାମ୍ପ ୱାକ୍ କଲେ ବଲିଉଡ ଅଭିନେତ୍ରୀ ସଞ୍ଜୀଦା ଶେଖ । ଓଡ଼ିଶାର ଭଲପାଇବା ଓ ସମ୍ମାନ ଆକର୍ଷଣ କରିଥିବା କଥା ସେ କହିଛନ୍ତି ସଞ୍ଜୀଦା । ଏହାସହ ଓଡ଼ିଶାର ଭାତ ଓ ଡାଲମା ତାଙ୍କର ପ୍ରିୟ ବୋଲି କହି ପ୍ରଶଂସା କରିଛନ୍ତି ।

Sanjeeda Shaikh (ETV Bharat Odisha)

ଓଡିଶା ହ୍ୟାଣ୍ଡଲୁମର ପ୍ରଂଶସା:
NIFD ଗ୍ଲୋବାଲ ଭୁବନେଶ୍ୱରର ଡିଜାଇନ ଏକ୍ସଲେନ୍ସ ଏବଂ ଷ୍ଟାର ପାୱାର କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାର ମଡେଲମାନଙ୍କ ସହ ରାମ୍ପ ୱାର୍କରେ ଚାଲି ଓଡିଶା ହ୍ୟାଣ୍ଡଲୁମର ପ୍ରଂଶସା କରିଛନ୍ତି ଅଭିନେତ୍ରୀ ସଞ୍ଜୀଦା ଶେଖ । ଫ୍ୟାଶନ ଏବଂ ଇଣ୍ଟେରିୟର ଡିଜାଇନ ସହ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟତମ ଆକର୍ଷଣ ସାଜିଥିଲେ ବଲିଉଡ ଫ୍ୟାଶନ ଡିଜାଇନର ଏଶ୍ଲେ ରେବେଲୋ । ଏହି ଅବସରରେ ବିଭିନ୍ନ ଡିଜାଇନର ମାନଙ୍କର ଦ୍ୱାରା ପ୍ରସ୍ତୁତ ଡ୍ରେସ ଡିଜାଇନ୍ ସହ ରାମ୍ପ ୱାକରେ ଚାଲିଥିଲେ ମଡେଲ୍ । ଓଡିଶାର ହ୍ୟାଣ୍ଡଲୁମକୁ ପ୍ରୋତ୍ସାହିତ କରିବା ସହ ନୂଆ ଯୁବପିଢିଙ୍କ ପସନ୍ଦର ଡିଜାଇନ ଆଣିବା ପାଇଁ ଚେଷ୍ଟା କରୁଥିବା ଡିଜାଇନର କହିଛନ୍ତି । ଏହି ଅବସରରେ ଅନେକ ଫ୍ୟାସନ ଡିଜାଇନର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ ।

'ଭାତ ଓ ଡାଲମା ପ୍ରିୟ'

ଖାସକରି "ଏଠାକାର ଭାତ ଓ ଡାଲମା ତାଙ୍କ ପ୍ରିୟ ଖାଦ୍ୟ" ବୋଲି କହିଛନ୍ତି ସଞ୍ଜୀଦା । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବଲିଉଡ ଦୀଭା ସଞ୍ଜୀଦା ଶେଖ କହିଛନ୍ତି, "ଭୁବନେଶ୍ୱର ହେଉଛି ମୋ ପ୍ରିୟ, ସବୁବେଳେ ମୋ ହୃଦୟରେ ଥାଏ । ମୁଁ ଓଡି଼ଶା ବା ଭୁବନେଶ୍ୱରର ଲୋକମାନଙ୍କୁ ବେଶ ଭଲପାଏ । ଖାଦ୍ୟ ମତେ ଭଲ ଲାଗୁଥିବା ବେଳେ ଡାଲମା ଆଉ ଭାତ ମୋର ଭାରି ପସନ୍ଦ । ଓଡ଼ିଶାର କଳା, ସଂସ୍କୃତି ମୋତେ ବହୁତ ଆକର୍ଷଣ କରେ ।"

ଏହା ବି ପଢନ୍ତୁ...ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ', ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇସାରିଛି ସାମିଲ - Raayan In Oscars Library

ବୁଣାକାର ଓ ଡିଜାଇନରଙ୍କୁ ସଞ୍ଜୀଦାଙ୍କ ପ୍ରଶଂସା:

"ଏଠାକାର ବୁଣାକାର ବା ଡିଜାଇନର ବେଶ ପ୍ରତିଭାବାନ । ମୋ ପାଇଁ ସେମାନେ ପରିଶ୍ରମ କରି ଯେଉଁ ଡିଜାଇନ ପ୍ରସ୍ତୁତ କରୁଛନ୍ତି ତାହା କେବଳ ସୁନ୍ଦର ନୁହେଁ, ଓଡ଼ିଶାର ବୁଣାକାରଙ୍କ ଭଲପାଇବା ଓ କାରୁକାର୍ଯ୍ୟର ନିପୁଣତା ଦେଖାଯାଉଥିଲା । ଯାହା ସେମାନଙ୍କ ସଫଳତାର କାହାଣୀ କହୁଥିଲା । ଏହା କଳାପ୍ରତି ଥିବା ତାଙ୍କର ଆତ୍ମବିଶ୍ଵାସକୁ ପ୍ରତିପାଦିତ କରୁଥିଲା । ଓଡିଶା ବହୁତ ସୁନ୍ଦର, ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ଅଛି । ଏହି ରାଜ୍ୟକୁ ମୁଁ ବୁଲିବା ପାଇଁ ନିଶ୍ଚୟ ପୁଣି ସମୟ ବାହାର କରିକି ଆସିବି, ଜଗନ୍ନାଥଙ୍କୁ ବି ଦର୍ଶନ କରିବି । ଗ୍ରହଣୀୟତା ଓ ଭଲପାଇବା ଯେଉଁଠି ମିଳେ ସେଠାକୁ ଆସିବାକୁ ମୁଁ ପସନ୍ଦ କରେ କାରଣ ସେଇଠି ସମ୍ମାନ ଥାଏ" ବୋଲି କହିଛନ୍ତି ଅଭିନେତ୍ରୀ ସଞ୍ଜୀଦା ଶେଖ ।

ସଞ୍ଜୀଦାଙ୍କ କ୍ୟାରିୟର:

ନିଜ କ୍ୟାରିୟରକୁ ନେଇ ସଞ୍ଜୀଦା କହିଛନ୍ତି, "ହୀରମଣ୍ଡି ସିନେମା ରିଲିଜ ହୋଇଛି । ଏହାର ସଫଳତାର ସ୍ୱାଦକୁ ମୁଁ ଏବେ ଅନୁଭବ କରୁଛି। ଆଉ ଏକ ପ୍ଲାନିଂ ସିନେମା ନେଇ ପୁଣି ଆସିବି ଆଉ ଆପଣଙ୍କର ମନୋରଞ୍ଜନ କରିବି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.