ETV Bharat / entertainment

ମଲାଇକାଙ୍କ ପରିବାର ଉପରେ ଦୁଃଖର କଳାବାଦଲ, ଦୁଃଖଦ ସମୟରେ ସାଥ୍‌ ଦେଲେ ଖାନ ପରିବାର - Khan Family At Malaika House

author img

By ETV Bharat Odisha Team

Published : Sep 11, 2024, 4:52 PM IST

Malaika Arora Father Death: ମଲାଇକା ଆରୋରାଙ୍କ ବାପା ଅନୀଲ ମେହେତାଙ୍କ ଦେହାନ୍ତ ଖବର ସମଗ୍ର ଆରୋରା ପରିବାରକୁ ଚକିତ କରିଛି । ଏପରି ଦୁଃଖଦ ଖବର ଶୁଣି ମଲାଇକାଙ୍କ ଘରେ ପହଞ୍ଚିଛନ୍ତି ଅରବାଜ ଖାନ ଏବଂ ତାଙ୍କ ପରିବାର । ଅଧିକ ପଢନ୍ତୁ

ମଲାଇକାଙ୍କ ବାପାଙ୍କ ଦେହାନ୍ତ; ଏକ୍ସ ସ୍ତ୍ରୀଙ୍କ ଘରେ ପହଞ୍ଚିଲେ ଅରବାଜ ଖାନ ଓ ପରିବାର
ମଲାଇକାଙ୍କ ବାପାଙ୍କ ଦେହାନ୍ତ; ଏକ୍ସ ସ୍ତ୍ରୀଙ୍କ ଘରେ ପହଞ୍ଚିଲେ ଅରବାଜ ଖାନ ଓ ପରିବାର (ETV Bharat Odisha)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ବାଦଲ । ଆଜି ସକାଳେ ଅଭିନେତ୍ରୀଙ୍କ ବାପା ଅନୀଲ ମେହେତାଙ୍କ ଦେହାନ୍ତ ହୋଇଛି । ଅନୀଲ ଆରୋରା ଜୀବନ ହାରିଛନ୍ତି । ହେଲେ ଅନୀଲ ମେହେତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନା ପ୍ରକୃତରେ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ସେନେଇ ପ୍ରଶ୍ନବାଚୀ ଥିବା ବେଳେ ବର୍ତ୍ତମାନ ମୁମ୍ବାଇ ପୋଲିସ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛି । ସେପଟେ ଏପରି ଦୁଃଖଦ ସମୟରେ ପୂର୍ବତନ ବୋହୂ ମଲାଇକାଙ୍କ ସହ ଛିଡା ହୋଇଛନ୍ତି ପୁରା ଖାନ ପରିବାର । ଏହି ଖବର ଶୁଣିବା ପରେ ଅରବାଜ ଖାନ ଏବଂ ତାଙ୍କ ଫ୍ୟାମିଲି ମଲାଇକାଙ୍କ ଘରେ ପହଞ୍ଚିଛନ୍ତି ।

ଜୀବନ ହାରିଛନ୍ତି ଅନୀଲ ଆରୋରା

ମୁମ୍ୱାଇ ଜୋନ-9 ଡିସିପି ରାଜ ତିଲକ ରୋଶନ କହିଛନ୍ତି, ''ଅନୀଲ ମେହେତାଙ୍କ ମୃତଦେହ ମିଳିଛି । ସେ ଷଷ୍ଠ ମହଲାରେ ରହୁଥିଲେ । ଆମେ ବିସ୍ତୃତ ଭାବରେ ଯାଞ୍ଚ କରୁଛୁ, ଆମର ଟିମ ଏଠାରେ ଉପସ୍ଥିତ ରହିଛନ୍ତି । ଆମେ ସବୁ ଦିଗରୁ ବିସ୍ତୃତ ଭାବରେ ଯାଞ୍ଚ କରୁଛୁ । ଆମର ଟିମ ଏବଂ ଫୋରେନସିକ୍ ଟିମ୍ ଏଠାରେ ଉପସ୍ଥିତ ଅଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଆମେ ସମସ୍ତ ବିବରଣୀ ଉପରେ କାର୍ଯ୍ୟ କରୁଛୁ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ପରି ଜଣାପଡିଛି । ଘଟଣାର ଆମେ ଅଧିକ ତଦନ୍ତ ଜାରି ରଖିଛୁ ।''

ମଲାଇକାଙ୍କ ଘରେ ପହଞ୍ଚିଲେ ଖାନ ପରିବାର

ସେପଟେ ମଲାଇକାଙ୍କ ବାପାଙ୍କ ଦେହାନ୍ତ ଖବର ଶୁଣି ପୂର୍ବତନ ସ୍ୱାମୀ ଅରବାଜ ଖାନ ଏବଂ ପୁରା ଖାନ ପରିବାର ତାଙ୍କ ଘରକୁ ପହଞ୍ଚିଛନ୍ତି । ପ୍ରଥମେ ଅରବାଜ ଖାନ ମଲାଇକାଙ୍କ ଘରେ ପହଞ୍ଚିଥିବା ବେଳେ ପରେ ପୁଅଙ୍କ ସହ ସୋହେଲ ଖାନ, ସଲିମ ଖାନ, ସୁଶୀଲା ଚରକ ଏବଂ ମଲାଇକା ଓ ଅରବାଜଙ୍କ ପୁଅ ଅରହାନ ଖାନ ମଲାଇକା ଘର ବାହାରେ ନଜର ଆସିଛନ୍ତି । ପରେ ପରେ ସୈଫ ଅଲ୍ଲି ଖାନ, କରୀନା କପୁର ଖାନ ଏବଂ ଅନ୍ୟନ୍ୟା ପାଣ୍ଡେଙ୍କ ଚଙ୍କି ପାଣ୍ଡେ ମଧ୍ୟ ମଲାଇକାଙ୍କ ଘରେ ପହଞ୍ଚିଛନ୍ତି । କହିରଖୁଛୁ କି, ପୂର୍ବରୁ ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର ମଧ୍ୟ ମଲାଇକାଙ୍କ ଘରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚରମ ନିଷ୍ପତ୍ତି ନେଲେ ମଲାଇକାଙ୍କ ବାପା ଅନୀଲ ଆରାରୋ, କାରଣ ଅସ୍ପଷ୍ଟ

ଅନୀଲ ମେହେତାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ଆଜି ସକାଳ 9 ଟା ସମୟରେ ବାନ୍ଦ୍ରା ସ୍ଥିତ ଘରେ ଜୀବନ ହାରିଛନ୍ତି ଅନୀଲ ମେହେତା । ତେବେ ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ଅସ୍ପଷ୍ଟ । ମୁମ୍ବାଇ ପୋଲିସ କହିଛି ଯେ ଘଟଣାସ୍ଥଳରେ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ତେବେ ସେ କେଉଁ କାରଣରୁ ଏଭଳି ନିଷ୍ପତ୍ତି ନେଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଏଣୁ ତଦନ୍ତ ପରେ ହିଁ କାରଣ ଜଣାପଡିବ ବୋଲି କହିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଆରପାରିରେ ମଲାଇକା ଆରୋରାଙ୍କ ବାପା, ରୁମର୍‌ ଗାର୍ଲଫ୍ରେଣ୍ଡଙ୍କ ଘରେ ପହଞ୍ଚିଲେ ଅର୍ଜୁନ କପୁର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.