ETV Bharat / entertainment

ଅବିବାହିତା ଝିଅଙ୍କୁ ବୋଝ କହିଲେ କେବିସିର ଏହି ପ୍ରତିଯୋଗୀ, ବର୍ଷିଲେ ବିଗ ବି - BIG B SLAMS KBC 16 CONTESTANT

author img

By ETV Bharat Odisha Team

Published : Aug 29, 2024, 2:37 PM IST

Amitabh Bachchan KBC 16: ଅନେକ ଦିନର ଅପେକ୍ଷା ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଅମିତାଭ ବଚ୍ଚନଙ୍କ ଶୋ' କେବିସିର 16 । ଏହାରି ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ବିଗ ବି ଜଣେ ପ୍ରତିଯୋଗୀଙ୍କ ଉପରେ ବର୍ଷିଥିବାର ନଜର ଆସିଛନ୍ତି । ସେ କାହିଁକି ଏପରି କରିଛନ୍ତି ? ଜାଣନ୍ତୁ, ସମ୍ପୂର୍ଣ୍ଣ ଘଟଣା,

ଅବିବାହିତା ଝିଅଙ୍କୁ ବୋଝ କହିଲେ କେବିସିର ଏହି ପ୍ରତିଯୋଗୀ, ବର୍ଷିଲେ ବିଗ ବି
ଅବିବାହିତା ଝିଅଙ୍କୁ ବୋଝ କହିଲେ କେବିସିର ଏହି ପ୍ରତିଯୋଗୀ, ବର୍ଷିଲେ ବିଗ ବି (ETV Bharat Odisha)

ହାଇଦ୍ରାବାଦ: ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କ ସୁପରହିଟ୍ କ୍ଲାସିକ୍ କୁଇଜ ଶୋ' 'କୌନ ବନେଗା କରୋଡପତିର ସିଜନ 16' ସହ ଛୋଟ ପରଦାରେ ନଜର ଆସିଛନ୍ତି । ଏହି ସୋ' ଅଗଷ୍ଟ 12ରୁ ଆରମ୍ଭ ହୋଇଥିବା ବେଳେ ସୋନି ଟିଭିରେ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଶୋ'ର ଲାଟେଷ୍ଟ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ବିଗ ବି ଜଣେ ପ୍ରତିଯୋଗୀଙ୍କ ଉପରେ ବର୍ଷିଥିବାର ନଜର ଆସିଛନ୍ତି । ପ୍ରତିଯୋଗୀ ଜଣଙ୍କ ଝିଅଙ୍କୁ ବୋଝ କହିଥିବା ବେଳେ ତାଙ୍କୁ ଏମିତି ଜବାବ ଦେଇଛନ୍ତି ବିଗ ବି ।

ଝିଅଙ୍କୁ ବୋଝ କହିଲେ ପ୍ରତିଯୋଗୀ

ଲାଟେଷ୍ଟ ଏପିସୋଡରେ ବିଗ ବି ଜଣେ ପ୍ରତିଯୋଗୀ ଉପରେ ତାତିଥିବାର ନଜର ଆସିଛନ୍ତି । ବାସ୍ତବରେ କୃଷ୍ଣା ସେଲୁକର ନାମକ ଜଣେ ପ୍ରତିଯୋଗୀ ଅବିବାହିତା ମହିଳାଙ୍କୁ ଏକ ବୋଝ ବୋଲି କହିଥିଲେ । ଯେଉଁଥିପାଇଁ ବିଗ୍ ବି ତାଙ୍କ ଉପରେ କ୍ରୋଧିତ ହୋଇଥିଲେ । ପ୍ରତିଯୋଗୀ କହିଛନ୍ତି ଯେ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ସତ୍ତ୍ୱେ ସେ କରୋନା ଲକଡାଉନ୍ ସମୟରେ ଚାକିରି ହରାଇଥିଲେ । ଅବିବାହିତା ମହିଳାଙ୍କ ଅବସ୍ଥା ସହ ତୁଳନା କରି ସେ କହିଥିଲେ, ''ଯଦି ମୁଁ କହିବି ଯେ ଅବିବାହିତା ଝିଅ ତାଙ୍କ ପରିବାର ପାଇଁ ଏକ ବୋଝ, ତେବେ ଏକ ନିର୍ଦ୍ଦିଷ୍ଟ ବୟସ ହାସଲ କରିବା ପରେ ବେକାର ପୁଅମାନେ ମଧ୍ୟ ସମାନ ବୋଝ ଅଟନ୍ତି ।''

ଏହା ମଧ୍ୟ ପଢନ୍ତୁ: ଆସୁଛି KBC ୧୬, ସୁଟିଂ ଆରମ୍ଭ କଲେ ବିଗ ବି

ଅମିତାଭ ଦେଲେ ଏମିତି ଜବାବ

କୃଷ୍ଣାଙ୍କଠାରୁ ଏହା ଶୁଣି ବିଗ ବି ତାଙ୍କୁ ଅଟକାଇ ଜବାବ ଦେଇଛନ୍ତି । ମୋତେ ଗୋଟିଏ କଥା କହିବାକୁ ଦିଅ । ଝିଅ କଦାପି ବୋଝ ନୁହଁନ୍ତି । ଜଣେ ମହିଳା ମାନେ ଗୌରବ ଅଟନ୍ତି । ଅମିତାଭ ଆଉ ଏକ ଭିଡିଓରେ କହିଛନ୍ତି, ''ପ୍ରାୟତଃ ଯେଉଁ ମହିଳାମାନେ କାମ କରନ୍ତି ନାହିଁ ସେମାନେ ନିଜକୁ ଗୃହିଣୀ କହିବାକୁ ଦ୍ୱିଧା ମନେ କରନ୍ତି । ବିଗ୍ ବି କହିଛନ୍ତି, 'ଗୃହିଣୀ ଅପେକ୍ଷା କେହି ଅଧିକ ପରିଶ୍ରମୀ ନୁହଁ ଏବଂ ସେମାନଙ୍କ ଭଳି କେହି ପରିଶ୍ରମ କରିପାରିବେ ନାହିଁ। ସେ କଠିନ ପରିଶ୍ରମ କରନ୍ତି । ସେ ପୁରା ଘରର ଯତ୍ନ ନିଅନ୍ତି, ସ୍ୱାମୀଙ୍କ ଯତ୍ନ ନିଅନ୍ତି, ଖାଇବା, ପିଇବା ଏବଂ ପିଲାମାନଙ୍କର ଯତ୍ନ ନିଅନ୍ତି ଏବଂ ସ୍ୱାମୀ ଆସିବା ପର୍ଯ୍ୟନ୍ତ ଏବଂ ପିଲାମାନେ ଶୋଇବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ସେମାନଙ୍କ ଭଳି କାମ କେହି କରିପାରିବେ ନାହିଁ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.