ETV Bharat / entertainment

ରାମ ଚରଣକୁ 'ଇଡଲି' କହିଲେ କିଙ୍ଗ ଖାନ; ଟ୍ରୋଲ କଲେ ଫ୍ୟାନ୍ସ, ଅଧାରୁ ପାର୍ଟି ଛାଡିଲେ ମେକଅପ୍‌ ଆର୍ଟିଷ୍ଟ

author img

By ETV Bharat Odisha Team

Published : Mar 5, 2024, 12:32 PM IST

SRK Idly Vada comments on Ram Charan: ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ରାମ ଚରଣକୁ 'ଇଡଲି ବଡା' କହି ମଞ୍ଚକୁ ଡାକିଥିଲେ ଶାହାରୁଖ ଖାନ । ଯାହାକୁ ନେଇ ବର୍ତ୍ତମାନ କିଙ୍ଗ ଖାନ୍‌ ଟ୍ରୋଲର ଶିକାର ହୋଇଛନ୍ତି । ରାମ ଚରଣଙ୍କ ମେକଅପ୍‌ ଆର୍ଟିଷ୍ଟ ଏନେଇ ଶାହାରୁଖଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

ରାମ ଚରଣକୁ 'ଇଡଲି' କହିଲେ କିଙ୍ଗ ଖାନ; ଟ୍ରୋଲ କଲେ ଫ୍ୟାନ୍ସ, ଅଧାରୁ ପାର୍ଟି ଛାଡିଲେ ମେକଅପ ଆର୍ଟିଷ୍ଟ

ହାଇଦ୍ରାବାଦ: ଟ୍ରୋଲ ହେଲେ ଶାହାରୁଖ ଖାନ । ରାମ ଚରଣଙ୍କୁ 'ଇଡଲି ବଡା' ସମ୍ୱୋଧନ କରି ମଞ୍ଚକୁ ଡାକିଥିଲେ ଶାହାରୁଖ ଖାନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ଏନେଇ କିଙ୍ଗ ଖାନଙ୍କୁ ଟ୍ରୋଲ କରୁଛନ୍ତି । ରାମ ଚରଣଙ୍କ ମେକଅପ୍‌ ଆର୍ଟିଷ୍ଟ ଜେବା ହାସନଙ୍କ ସମେତ ଫ୍ୟାନ୍ସ ଶାହାରୁଖଙ୍କ ଏପରି ବ୍ୟବହାରକୁ ନିନ୍ଦା କରିବା ସହ ଅଭିନେତାଙ୍କ ଉପରେ ଖୁବ ବର୍ଷିଛନ୍ତି । ମେକଅପ୍‌ ଆର୍ଟିଷ୍ଟ ଏନେଇ ପାର୍ଟି ଅଧାରୁ ଛାଡ଼ି ଆସିଥିବା ବେଳେ ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଶାହାରୁଖଙ୍କ ଉପରେ ବର୍ଷିଛନ୍ତି ।

ଜେବା ହାସନଙ୍କ ପୋଷ୍ଟ
ଜେବା ହାସନଙ୍କ ପୋଷ୍ଟ

ସୂଚନା ଅନୁସାରେ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ବଲିଉଡର ୩ ଖାନ ଆମୀର ଖାନ, ସଲମାନ ଖାନ ଏବଂ ଶାହାରୁଖ ଖାନ ଏକାଠି ଓସ୍କାର ବିଜେତା ଗୀତ 'ନାଟୁ ନାଟୁ' ଉପରେ ଦମଦାର ପ୍ରଦର୍ଶନ କରି ମଞ୍ଚରେ ନିଆଁ ଲଗାଇଥିଲେ । ଏହାପରେ ସେ ରାମ ଚରଣଙ୍କୁ ଏହି ଗୀତ ପାଇଁ ମଞ୍ଚକୁ ଡାକିଥିଲେ । ଶାହାରୁଖ ଏହି ସମୟରେ ତାଙ୍କୁ 'ଇଡଲି ବଡା' ସମ୍ୱୋଧନ କରି ମଞ୍ଚକୁ ଡାକିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ଏନେଇ କିଙ୍ଗ ଖାନଙ୍କୁ ଟ୍ରୋଲ କରୁଛନ୍ତି ।

ରାମ ଚରଣଙ୍କ ମେକଅପ ଆର୍ଟିଷ୍ଟ ଜେବା ହାସନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶାହାରୁଖଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, "ଇଡଲି ବଡା ରାମ ଚରଣ, ଆପଣ କେଉଁଠାରେ ଅଛନ୍ତି ? ଏହା ପରେ ମୁଁ ସେଠାରୁ ଚାଲିଗଲି । ରାମ ଚରଣଙ୍କ ପରି ତାରକାଙ୍କ ପ୍ରତି ଏପରି ଅପମାନ କରିବା ଉଚିତ ନୁହେଁ ।" ଶାହରୁଖ ଖାନଙ୍କ ଏହି ବିବୃତ୍ତିରେ ଜେବା ହାସିନ ତାତିଥିବା ବେଳେ ସେ ଅଧାରୁ ଅମ୍ୱାନୀଙ୍କ ପାର୍ଟି ଛାଡ଼ି ଚାଲିଆସିଥିଲେ । ସେହିପରି ଏକ୍ସରେ ଜଣେ ଫ୍ୟାନ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଶାହାରୁଖ ଖାନଙ୍କୁ ଲଜ୍ଜା । ରାମ ଚରଣଙ୍କୁ "ଇଡଲି" ବୋଲି କହି ଶାହାରୁଖ ଖାନ ସାଉଥ ଭାରତୀୟଙ୍କୁ ନିନ୍ଦା କରିଛନ୍ତି । ଏହା ଅପମାନଜନକ ଅଟେ ।"

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଏକାଠି ନାଚିଲେ ତିନି ଖାନ ସଲମାନ-ଶାହାରୁଖ-ଆମୀର

ସୂଚନା ଥାଉ କି, ଏହି ବିବାହ ଉତ୍ସବରେ ବଲିଉଡ, ହଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ବହୁ ବଡ ତାରକା ସାମିଲ ହୋଇଥିଲେ । ଗୁଜରାଟ ଜାମନଗରରେ ୩ ଦିନ ଧରି ଚାଲିଥିବା ଏହି ବିବାହ ଉତ୍ସବରେ ସମସ୍ତ ସେଲିବ୍ରିଟି ନିଜ ନିଜ ଦମଦାର ପ୍ରଦର୍ଶନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମୟରେ ଶାହାରୁଖ ଖାନ ରାମ ଚରଣଙ୍କୁ 'ଇଡଲି ବଡା' କହି ମଞ୍ଚକୁ ଡାକିଥିଲେ । ଯାହାକୁ ନେଇ ସେ ଏବେ ଟ୍ରୋଲର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.