ETV Bharat / entertainment

ପୁଣି ଓଲିଉଡ କଳି: ସୋସିଆଲ ମିଡିଆରେ ବୁଦ୍ଧାଦିତ୍ୟଙ୍କୁ ଟାର୍ଗେଟ୍, ପ୍ରଯୋଜକ ପ୍ରୀତମଙ୍କ ନାଁରେ ଏତଲା - Ollywood Controversy - OLLYWOOD CONTROVERSY

Ollywood Controversy: ପ୍ରଯୋଜକ ପ୍ରୀତମ ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ସୋସିଆଲ ମିଡିଆରେ ବୁଦ୍ଧାଦିତ୍ୟଙ୍କ ନାଁରେ ଖରାପ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Ollywood Controversy
Ollywood Controversy
author img

By ETV Bharat Odisha Team

Published : Apr 10, 2024, 8:15 PM IST

Ollywood Controversy

କଟକ: ପଦାରେ ପଡି଼ଲା ଆଉ ଏକ ଓଲିଉଡ କଳି। ସୋସିଆଲ ମିଡିଆରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ବିଭିନ୍ନ ଖରାପ ମନ୍ତବ୍ୟ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରଯୋଜକ ପ୍ରୀତମ ସାହୁଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ସେ କହିଛନ୍ତି, "ସୋସିଆଲ ମିଡ଼ିଆ ଗ୍ରୁପରେ ମୋ ସମ୍ମାନ ହାନି ହେଲା ଭଳି କଥା ଲେଖିଛନ୍ତି ପ୍ରୀତମ। ଉଦ୍ଦେଶ୍ୟମୂଳକ ଭାବେ ମୋ ସମ୍ମାନ ଓ ପ୍ରତିଷ୍ଠା ହାନି କଲା ଭଳି ମନ୍ତବ୍ୟ ରଖିଛନ୍ତି । ଅତୀତରେ ସିନେମା 'ପ୍ରଥା' ପାଇଁ ପ୍ରଯୋଜିକା ସନଲିସାଙ୍କ ସମର୍ଥନରେ ଭୁବନେଶ୍ବରରେ ମୁଁ ଧାରଣାରେ ବସିଥିଲି। ଏହି ଘଟଣାପରଠାରୁ ପ୍ରୀତମ ଏ ପ୍ରକାର ଅନ୍ତବ୍ୟ ରଖି ଆସୁଛନ୍ତି।"

ସେହି ହ୍ୱାଟ୍ସଆପ ଗ୍ରୁପରେ ବହୁ ବରିଷ୍ଠ କଳାକାର ଥିବା ସତ୍ତ୍ୱେ କେହି ଘଟଣାକୁ ନେଇ ମୁହଁ ଖୋଲିଲେ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ବୁଦ୍ଧାଦିତ୍ୟ। ଏହାପରେ ବିଡାନାସୀ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ବୁଦ୍ଧାଦିତ୍ୟ। ସେ ଆହୁରି କହିଛନ୍ତି, "ଥାନାଧିକାରୀ ଆମ ଦୁଇ ଜଣଙ୍କୁ ଡାକିଥିଲେ। ପ୍ରୀତମ ସୋସିଆଲ ମିଡିଆରେ ନିଜର ଭୁଲ ସ୍ୱୀକାର କରନ୍ତୁ। ଯେଉଁ କଳାକାରଙ୍କ ସହିତ ଏଭଳି ଘଟୁଛି ସେମାନେ ଗଣମାଧ୍ୟମରେ ଆଗରେ ମୁହଁ ଖୋଲିବା ଉଚିତ। ବିଡାନାସୀ ଥାନାରେ ଏନେଇ ମୁଁ ଲିଖିତ ଅଭିଯୋଗ କରିଛି। ବର୍ତ୍ତମାନ ଓଡ଼ିଆ ସିନେମା ବେଶ ଆଗକୁ ଯାଇଥିବାବେଳେ ଏଭଳି ଘଟଣା ଯୋଗୁ ଏହା ଓଲିଉଡ ଉପରେ ପ୍ରଶ୍ନ ଉଠାଇବ । ପ୍ରଯୋଜକ ପ୍ରୀତମ ସାହୁ ତାଙ୍କ ସହ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହାଶ୍ବେତା ରାୟଙ୍କ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମରେ ଅପମାନ ସୂଚକ ମନ୍ତବ୍ୟ ଦେଇ ଆସୁଛନ୍ତି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ।

ଏହା ମଧ୍ୟ ପଢନ୍ତୁ...'ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବି'ରେ ସନଲିସାଙ୍କ ଧାରଣା, ସମର୍ଥନ କଲେ ବୁଦ୍ଧାଦିତ୍ୟ

ବିଶେଷ କରି ତାଙ୍କ ଅଭିନୟ ଦକ୍ଷତା ନେଇ ସାମାଜିକ ଗଣମାଧ୍ୟମରେ ତାତ୍ସଲ୍ୟ କରୁଥିବା ନେଇ ସାମ୍ବାଦିକ ସମିଳନୀ ଅଭିଯୋଗ କରିଛନ୍ତି ବୁଦ୍ଧାଦିତ୍ୟ। ଓଡ଼ିଆ ସିନେମା 'ପ୍ରଥା'କୁ ରାଜ୍ୟର କିଛି ପ୍ରାନ୍ତରେ ବ୍ୟାନ କରାଯିବା ପରେ ସେ ସିନେମାର ପ୍ରଯୋଜିକା ସନଲିସା ପଟେଲଙ୍କ ସମର୍ଥନରେ ବାହାରିଥିଲେ । ଏହାପରେ ପ୍ରଯୋଜକ ପ୍ରୀତମ ସାହୁ ତାଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଇଚାଲିଥିବା ନେଇ ଅଭିଯୋଗ ଆଣିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ସେପଟେ ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ସମ୍ପର୍କରେ ପ୍ରୀତମ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଓଲିଉଡରେ ପୁଣି ଥରେ ଏକ ନୂଆ ବିବାଦ ଉପୁଜିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.