ETV Bharat / entertainment

ଗଦରକୁ ଟକ୍କର ଦେଇ ଇତିହାସ ରଚିଲା '12th ଫେଲ' - 12th Fail Creates History

author img

By ETV Bharat Odisha Team

Published : Apr 13, 2024, 8:10 AM IST

12th Fail Silver Jublee: ଗଦରକୁ ଟକ୍କର ଦେଲା ବିକ୍ରାନ୍ତ ମାସି ଏବଂ ମେଧା ଶଙ୍କରଙ୍କ ଅଭିନୀତ ଫିଲ୍ମ '12th ଫେଲ' । ମେକର୍ସ ପାଳୁଛନ୍ତି ଫିଲ୍ମର ସିଲଭର ଜୁବଲି । ଅଧିକ ପଢ଼ନ୍ତୁ

ଇତିହାସ ରଚିଲା '12th ଫେଲ'
ଇତିହାସ ରଚିଲା '12th ଫେଲ'

ମୁମ୍ବାଇ: ଇତିହାସ ରଚିଲା '12th ଫେଲ' । ବିକ୍ରାନ୍ତ ମାସି ଏବଂ ମେଧା ଶଙ୍କରଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । ଅକ୍ଟୋବର 27 2023ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ପ୍ରେକ୍ଷାଳୟରେ 25 ସପ୍ତାହ ପୂରଣ କରିଛି । ଫିଲ୍ମ ମେକରସ୍‌ ଫିଲ୍ମର ସିଲଭର ଜୁବଲି ପାଳନ କରୁଛନ୍ତି । 12th ଫେଲ ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ବାରା ନିର୍ମିତ ହୋଇଛି । 12th ଫେଲ, ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ଆଇଆରଏସ ଅଧିକାରୀ ଶ୍ରଦ୍ଧା ଯୋଶୀଙ୍କ ଦମଦାର ଯାତ୍ରା ଉପରେ ପ୍ରସ୍ତୁତ ହୋଇଛି ।

12th ଫେଲ UPSC ପାଇଁ ପ୍ରସ୍ତୁତ ହେଉଥିବା UPSC ଛାତ୍ରମାନଙ୍କ ଜୀବନ, ​​ସେମାନଙ୍କର ଧୌର୍ଯ୍ୟ, କଠିନ ପରିଶ୍ରମ, ମନୋଭାବ ଏବଂ ବନ୍ଧୁତା ଉପରେ ଆଧାରିତ ହୋଇଥିବାରୁ ଏହାକୁ ଏପର୍ଯ୍ୟନ୍ତ ଦର୍ଶକ ପସନ୍ଦ କରୁଛନ୍ତି । କହିରଖୁଛୁ, ଏହାପୂର୍ବରୁ 2001 ମସିହାରେ ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ରୋମାଣ୍ଟିକ-ଡ୍ରାମା ଚଳଚ୍ଚିତ୍ର 'ଗଦର' ଏତେ ଦିନ ଧରି ପ୍ରେକ୍ଷାଳୟରେ ଦର୍ଶକଙ୍କ ମନ କିଣିଥିଲା । ରିଲିଜ୍ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଏବଂ ଭୋପାଳରେ ନିର୍ମାତାମାନେ '12th ଫେଲ'ର ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରିଥିଲେ । ବିଶେଷ କରି ଭୋପାଳରେ ସ୍କ୍ରିନିଂ ସମୟରେ 200 ଛାତ୍ର ସେମାନଙ୍କ ପିତାମାତାଙ୍କ ସହ ବିକ୍ରାନ୍ତ ମାସିଙ୍କ ଫିଲ୍ମ '12th ଫେଲ' ଦେଖିଥିଲେ । ଫିଲ୍ମ ଦେଖିବା ପରେ ସମସ୍ତେ ପସନ୍ଦ କରିଥିବା ବେଳେ ଫିଲ୍ମର ସମୀକ୍ଷା ଭଲ ରହିଥିଲା ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ... ବିକ୍ରାନ୍ତ ମାସିଙ୍କ ପ୍ରଶଂସାରେ ଆନନ୍ଦ ମହିନ୍ଦ୍ରା, କହିଲେ 'ସେ ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ'

ଏହି ଫିଲ୍ମରେ ବିକ୍ରାନ୍ତ ମାସି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ବ୍ୟତିତ ସଞ୍ଜୟ ବିଷ୍ଣୁ, ହରିଶ ଖନ୍ନା ଏବଂ ସୁକୁମାର ଟୁଡୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ପ୍ରଥମ ଦିନରୁ ଫିଲ୍ମ ଭଲ ପ୍ରଦର୍ଶନ କରୁଥିବା ବେଳେ କଙ୍ଗନାଙ୍କ ଫିଲ୍ମ ତେଜସକୁ ପଛରେ ପକାଇଥିଲା । ୧.୧୧ କୋଟି ସହ ଓପେନିଂ କରିଥିବା ବେଳେ ୨ୟ ଦିନରେ ଫିଲ୍ମ ୨.୫୧ କୋଟି, ୩ୟ ଦିନରେ ୩.୧୨ କୋଟି, ୪ର୍ଥ ଦିନ ଏବଂ ୫ମ ଦିନ ଯଥାକ୍ରମେ ୧.୫ ଏବଂ ୧.୭୬ କୋଟି ଆୟ କରିଥିଲା। ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର 56.75 କୋଟି ନେଟ ଏବଂ ସାରା ବିଶ୍ୱରେ 69.64 କୋଟି ଆୟ କରିଛି। ଏହି ଚଳଚ୍ଚିତ୍ର ବିଦେଶରେ 2.08 କୋଟି ଟଙ୍କା ରୋଜଗାର କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.