ETV Bharat / business

ପଛରେ ପଡିଲା ହଂକଂ; ବିଶ୍ବର ଚତୁର୍ଥ ବୃହତମ ଷ୍ଟକ୍ ମାର୍କେଟ ହେଲା ଭାରତ - ଷ୍ଟକ୍ ମାର୍କେଟ

World's Fourth Largest Stock Market: ପ୍ରଥମ ଥର ପାଇଁ ଭାରତର ଷ୍ଟକ୍ ମାର୍କେଟ ହଂକଂକୁ ଅତିକ୍ରମ କରିଛି । ଏହାସହ ଭାରତର ଷ୍ଟକ ମାର୍କେଟ ବିଶ୍ବର ଚତୁର୍ଥ ବୃହତ୍ତମ ଇକ୍ବିଟି ବଜାର ଭାବରେ ଉଭା ହୋଇଛି । ଅଧିକ ପଢ଼ନ୍ତୁ

ହଂକଂକୁ ଅତିକ୍ରମ କଲା ଭାରତ
ହଂକଂକୁ ଅତିକ୍ରମ କଲା ଭାରତ
author img

By ETV Bharat Odisha Team

Published : Jan 23, 2024, 7:40 PM IST

ମୁମ୍ବାଇ: ହଂକଂକୁ ଅତିକ୍ରମ କଲା ଭାରତ । ପ୍ରଥମ ଥର ପାଇଁ ଭାରତର ଷ୍ଟକ୍ ମାର୍କେଟ ହଂକଂକୁ ଅତିକ୍ରମ କରିଛି । ଏହାସହ ଭାରତର ଷ୍ଟକ ମାର୍କେଟ ବିଶ୍ବର ଚତୁର୍ଥ ବୃହତ୍ତମ ଇକ୍ବିଟି ବଜାର ଭାବରେ ଉଭା ହୋଇଛି । ସୋମବାର ସେୟାର ବଜାର କାରବାର ବନ୍ଦ ହେବା ସହ ଭାରତୀୟ ଷ୍ଟକ ମାର୍କେଟ ଏକ୍ସଚେଞ୍ଜରେ ତାଲିକା ଭୁକ୍ତ ସେୟାର ଗୁଡିକର ମୋଟ ମୂଲ୍ୟ 4.33 ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।

ତେବେ ଷ୍ଟକ ମାର୍କେଟ ଏକ୍ସଚେଞ୍ଜରେ ହଂକଂକୁ ଅତିକ୍ରମ କରି ଭାରତୀୟ ଷ୍ଟକ ମାର୍କେଟ ଚତୁର୍ଥ ସ୍ଥାନକୁ ଆସି ଏକ ମାଇଲ ଷ୍ଟୋନ ସ୍ଥାପନ କରିଛି । ଏହାସହ ବିଶ୍ବର ଚତୁର୍ଥ ବୃହତ୍ତମ ଷ୍ଟକ ମାର୍କେଟ ଭାବରେ ସ୍ଥାନ ପାଇଛି । ତେବେ ହଂକଂ ଷ୍ଟକ ଏକ୍ସଚେଞ୍ଜ ହେଉଛି 4.29 ଟ୍ରିଲିୟନ ଆମେରିକୀୟ ଡଲାର । ଅନ୍ୟପକ୍ଷେ 50.86 ଟ୍ରିଲିୟନ ଆମେରିକୀୟ ଡଲାର ମାର୍କେଟ କ୍ୟାପ ସହ ଆମେରିକା ବିଶ୍ବର ପ୍ରଥମ ସ୍ଥାନରେ ରହିଛି ।

ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ, 5 ଡିସେମ୍ବର 2023 ରେ ପ୍ରଥମ ଥର ପାଇଁ ଭାରତର ଷ୍ଟକ୍ ମାର୍କେଟର ପୁଞ୍ଜିକରଣ 4 ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲା । ଯାହା ପ୍ରାୟ ଚାରି ବର୍ଷ ମଧ୍ୟରେ ଆସିଥିବାର ଜଣାଯାଇଛି । ଫରେନ ଇନଷ୍ଟିଚ୍ୟୁଟ ନିବେଶକ, ଷ୍ଟ୍ରଙ୍ଗ କର୍ପୋରେଟ ୟର୍ଣ୍ଣିଂ ଏବଂ ଘରୋଇ ମାଇକ୍ରୋଇକୋନୋମିକ ଫଣ୍ଡାମେଣ୍ଟାଲ ବୃଦ୍ଧି ପାଉଥିବାରୁ ଭାରତର ଇକ୍ବିଚି ବୃଦ୍ଧି ପାଉଛି । ବିଶ୍ବର ନିବେଷକଓ କମ୍ପାନୀ ଗୁଡ଼ିକ ଭାରତରେ ପୁଞ୍ଜି ନିବେଶ କରୁଥିବାରୁ ଭାରତ ନିଜକୁ ଚୀନର ବିକଳ୍ପ ଭାବରେ ବିଶ୍ବରେ ନିଜକୁ ଛିଡ଼ା କରିଛି ।

ଏହା ମଧ୍ୟ ପଢ଼ନ୍ତୁ.....ସେୟାର ବଜାର କାରବାରରେ ରେକର୍ଡ, ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ ଓ ନିଫ୍ଟି

ଏହା ମଧ୍ୟ ପଢ଼ନ୍ତୁ.....ସେୟାର ବଜାରରେ ରେକର୍ଡ, 73 ହଜାର ଡେଇଁଲା ସେନସେକ୍ସ

ତେବେ ମାର୍କେଟ କ୍ୟାପ ମାମଲାରେ ଭାରତ ହଂକଂକୁ ପଛରେ ପକାଇଥିଲେ ମଧ୍ୟ ବାଣିଜ୍ୟ ସପ୍ତାହର ଦ୍ବିତୀୟ ଦିନରେ 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସ ପାଖାପାଖି 1379 ପଏଣ୍ଟ ହ୍ରାସ ହେବା ସହ 72039 ପଏଣ୍ଟରେ କାରବାର କରିଥିଲା । ସେହିପରି ସେୟାର ବଜାର ଆଜି 1053.10 ପଏଣ୍ଟ ଅର୍ଥାତ 1.47 ପ୍ରତିଶତ ହ୍ରାସ ହେବା ସହ 70,370.55 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିପର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ମଧ୍ୟ 333.00 ପଏଣ୍ଟ ଅର୍ଥାତ 1.54 ପ୍ରତିଶତ ହ୍ରାସ ହେବା ସହ 21,238.80 ପଏଣ୍ଟରେ କାରବାର ଶେଷ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.