ETV Bharat / bharat

ଡାକ୍ତରଙ୍କ ଦୋସା ପ୍ରେମ: ଅପରେସନ ଅଧାରୁ ଖାଇବାକୁ ଚାଲିଗଲେ, ମହିଳାଙ୍କୁ ଆଙ୍ଗୁଳି ହୋଇଗଲା ବଙ୍କା - Uttar Pradesh Doctor Negligence

author img

By ETV Bharat Odisha Team

Published : Apr 27, 2024, 11:49 AM IST

Doctor Dosa Love: ଡାକ୍ତରଙ୍କ ଦୋସା ପ୍ରେମ ଯୋଗୁ ମହିଳା ହଟ୍ଟହଟ୍ଟା । ଅପରେସନ ଅଧାରୁ ଦୋସା ଖାଇବାକୁ ଚାଲିଗଲେ ଡାକ୍ତର । ୨ ଘଣ୍ଟା ପରେ ଫେରି ପୁଣି କଲେ ଅପରେସନ । ମହିଳାଙ୍କୁ ଆଙ୍ଗୁଳି ହୋଇଗଲା ବଙ୍ଗା । ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଲେ ନିବେଦନ । ଅଧିକ ପଢନ୍ତୁ

Doctor Dosa Love
Doctor Dosa Love

ଲକ୍ଷ୍ମୌ: ଅପରେସନ ସମୟରେ ଡାକ୍ତରମାନଙ୍କ ଅବହେଳା ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଏଭଳି ଖବର ରହିଛି ଯେଉଁଥିରେ ଡାକ୍ତରଙ୍କ ମାନଙ୍କ ଚରମ ଅବହେଳା ଦେଖିବାକୁ ମିଳିଛି । ଅପରେସନ ସମୟରେ ପେଟରେ ଗଜ, କଇଁଚି ଆଦି ଡାକ୍ତରମାନେ ଛାଡିଦେଇଥିବା ଭଳି ଖବର ଅନେକ ଥର ସାମ୍ନାକୁ ଆସିଛି । ହେଲେ ଉତ୍ତରପ୍ରଦେଶ ଲକ୍ଷ୍ମୌ ଅଞ୍ଚଳରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଦୋସା ପ୍ରେମରେ ଜଣେ ଡାକ୍ତର ଅଧାରୁ ଅପରେସନ ଛାଡି ଚାଲିଯାଇଥିବା ନେଇ ଜଣେ ମହିଳା ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ତାଙ୍କ ଆଙ୍ଗୁଳି ବଙ୍କା ହୋଇଯାଇଥିବା କହିଛନ୍ତି ମହିଳା ଜଣକ ।

ଉତ୍ତରପ୍ରଦେଶ ଝାନ୍ସୀ ଜିଲ୍ଲାରେ ରହୁଥିବା କାଜଲ ଶର୍ମା ଡାକ୍ତରଙ୍କ ଏହି ଚିକିତ୍ସା ଅବହେଳା ନେଇ ଅଭିଯୋଗ ଆଣିଛନ୍ତି । କାଜଲଙ୍କ କହିବାନୁଯାୟୀ, ଘରେ ପଡିଯିବା ଫଳରେ ତାଙ୍କ ହାତରେ ଆଘାତ ଲାଗି ଏକ ଆଙ୍ଗୁଳିର ହାଡ ଭାଙ୍ଗିଯାଇଥିଲା । ହାତର ଚିକିତ୍ସା କରିବା ପାଇଁ ସେ ସହରର ଏକ ହସ୍ପିଟାଲକୁ ଯାଇଥିଲେ । ତାଙ୍କୁ ଅପରେସନ କରିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ଏହାପରେ ଡିସେମ୍ବର ୨୨ ତାରିଖରେ ହାତର ଅପରେସନ କରିବା ପାଇଁ ଯେତେବେଳେ ହସ୍ପିଟାଲରେ ପହଞ୍ଚିଥିଲେ ସେହି ଡାକ୍ତରଙ୍କ ବଦଳରେ ତାଙ୍କ ଡାକ୍ତର ପୁଅ ଏହି ଅପରେସନ କରିବେ ବୋଲି ଜାଣିବାକୁ ପାଇଥିଲେ । ତେବେ ଅପରେସନ ଆରମ୍ଭ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. କାର୍ଯ୍ୟାନୁଷ୍ଠାନକୁ ନାହିଁ ଭୟ, କ୍ୟାପିଟାଲ ହସ୍ପିଟାଲର ସୁପରସ୍ପେଶିଆଲିଟି ବହିର୍ବିଭାଗ ଉପରେ ଦଲାଲଙ୍କ ନଜର - Bhubaneswar Capital Hospital

ଯେହେତୁ କେବଳ ତାଙ୍କର ହାତର ଅପରେସନ କରିବାର ଥିଲା ତେଣୁ ସେ ସବୁ ଶୁଣି ପାରୁଥିଲେ ଓ ଦେଖିପାରୁଥିଲେ । ଅପରେସନ ମଝିରେ ଡାକ୍ତରଙ୍କୁ ଭୋକ ଲାଗୁଥିବା କହିବା ସହ ସେ ମସଲା ଦୋସା ଖାଇବାକୁ ଯାଉଛନ୍ତି ଓ ଆସିଲେ ଆଉ ବାକି ଅପରେସନ କରିବେ ବୋଲି କହି ଚାଲିଯାଇଥିଲେ ଡାକ୍ତର । ଏହାପରେ ଯୁବତୀ ଜଣକ ସେହିଭଳି ଭାବେ ଅପରେସନ ଥିଏଟରରେ ଶୋଇ ରହିଥିଲେ । ପାଖାପାଖି ୨ ଘଣ୍ଟା ପରେ ଡାକ୍ତର ଜଣକ ଆସି ପୁଣି ଅପରେସନ କରିଥିଲେ ।

ମହିଳାଜଣକ ଅଭିଯୋଗ ଅନୁଯାୟୀ, ଡାକ୍ତରଙ୍କ ଏହି ଅବହେଳା ଯୋଗୁ ତାଙ୍କ ଆଙ୍ଗୁଳି ବଙ୍କା ହୋଇଯାଇଥିଲା । ଏହାପରେ ଡାକ୍ତରଙ୍କୁ ଭେଟିବାକୁ ଚାହିଁଲେ ସେ ତାଙ୍କୁ ଭେଟିବା ପାଇଁ ମନା କରିଦେଇଥିଲେ । ଯୁବତୀଙ୍କୁ ପୁଣି ଗୁଡଗାଓଁରେ ଏକ ହସ୍ପିଟାଲ ହସ୍ପିଟାଲରେ ନିଜ ଆଙ୍ଗୁଳିର ଚିକିତ୍ସା କରିବାକୁ ପଡିଥିଲା । ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଏବେ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବା ନେଇ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.