ETV Bharat / bharat

ବେସରକାରୀ କର୍ମଚାରୀଙ୍କୁ ମିଳିବ ମାସିକ ୭ ହଜାର ୫୦୦ ପେନସନ୍ ? ୮ କୋଟି ଲୋକ ହେବେ ଉପକୃତ - EPS Pension

author img

By ETV Bharat Odisha Team

Published : Sep 4, 2024, 4:22 PM IST

EPFO Pensioners: ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଅନୁମୋଦନ ପରେ ଘରୋଇ କ୍ଷେତ୍ର ପାଇଁ ପେନସନ ବୃଦ୍ଧି ପାଇଁ ଦାବି ହୋଇଛି। EPS-95 ରାଷ୍ଟ୍ରିୟ ସଂଘର୍ଷ ସମିତି ଘରୋଇ କ୍ଷେତ୍ର ପାଇଁ ସର୍ବନିମ୍ନ ମାସିକ ପେନସନ 7,500 ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦାବି ଉପରେ ବିଚାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅଧିକ ପଢ଼ନ୍ତୁ

EPFO Pensioners
EPFO Pensioners (ETV Bharat Odisha)

ହାଇଦ୍ରାବାଦ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍ (UPS) ଘୋଷଣା କରିବା ପରେ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପେନସନ୍‌ରେ ସୁଧାର ଆଣିବା ପାଇଁ ଜୋରଦାର ଦାବି କରାଯାଉଛି । ତେବେ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କର୍ମଚାରୀ ପେନ୍‌ସନ୍‌ ସ୍କିମ ୧୯୯୫ (EPS-95) ଅଧୀନରରେ ହାରାହାରି ମାସିକ ପେନ୍‌ସନ୍‌ ମାତ୍ର 1450 ଟଙ୍କା ପାଉଛନ୍ତି । ୟୁପିଏସ ଘୋଷଣା ହେବା ପରେ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହାକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ।

ପାନ୍‌ସନ୍‌କୁ ୭୫୦୦ ଟଙ୍କାକୁ ବୃଦ୍ଧି ଦାବି:

ତେବେ ପେନସନ୍‌ଧାରୀଙ୍କ ଏକ ସଂଗଠନ EPS-95 ରାଷ୍ଟ୍ରିୟ ସଂଘର୍ଷ ସମିତିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ସର୍ବନିମ୍ନ ପାନ୍‌ସନ୍‌କୁ ମାସକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ସେପଟେ ଅର୍ଥମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ଆଶ୍ବାସନା ଦେଇଛନ୍ତି ଯେ, ସରକାର ସେମାନଙ୍କ ଦାବିକୁ ଗୁରୁତ୍ବ ଦେଉଛନ୍ତି । ଏହାସହ ଘରୋଇ କ୍ଷେତ୍ରେ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ଇପିଏଫଓର ପ୍ରସ୍ତାବ ଉପରେ ଗମ୍ଭୀର ଭାବରେ ଚିନ୍ତା କରିବେ ବୋଲି ଆଶ୍ବାସନା ଦେଇଛନ୍ତି ଅଆର୍ଥମନ୍ତ୍ରୀ ସୀତାରମଣ ।

ଏହା ମଧ୍ୟ ପଢ଼ନ୍ତୁ...ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆସିଲା ନୂଆ ପେନସନ ଯୋଜନା UPS - Unified Pension Scheme

ଆର୍ଥିକ ନିରାପତ୍ତା ସୁନିଶ୍ଚିତ କରିବାକୁ ସରକାର ପ୍ରତିବଦ୍ଧ:

EPS-95 ରାଷ୍ଟ୍ରିୟ ସଂଘର୍ଷ ସମିତି (NAC) ପ୍ରାୟ 78 ଲକ୍ଷ ଅବସରପ୍ରାପ୍ତ ପେନସନଧାରୀ ଏବଂ ଶିଳ୍ପ କ୍ଷେତ୍ରରେ ୭.୫ କୋଟି କର୍ମଚାରୀଙ୍କୁ ନେଇ ଗଠିତ । NAC କହିଛି ଯେ, ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇ ଅର୍ଥମନ୍ତ୍ରୀ ସୀତାରାମଣ କହିଛନ୍ତି ଯେ, ସରକାର ଇପିଏଫଓ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଛନ୍ତି । ପେନସନଧାରୀଙ୍କ ପାଇଁ ଆର୍ଥିକ ନିରାପତ୍ତା ସୁନିଶ୍ଚିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହାର ସମାଧାନ ହେବ ବୋଲି ଅର୍ଥମନ୍ତ୍ରୀ ନିଶ୍ଚିତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସାମାଜିକ ସୁରକ୍ଷା ଭତ୍ତା ବଢାଇଲେ ମୋହନ ସରକାର; ବୃଦ୍ଧବୃଦ୍ଧାଙ୍କୁ ମିଳିବ ମାସିକ ୩୫୦୦, ଦିବ୍ୟାଙ୍ଗଙ୍କ ପାଇଁ ଏତିକି ଘୋଷଣା - Old age pension hike

ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ:

ଏହାପୂର୍ବରୁ ଅଗଷ୍ଟ ମାସ ଆରମ୍ଭରୁ EPS-95 NACର ପ୍ରତିନିଧିମାନେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଭେଟିଥିଲେ । ସେମାନଙ୍କ ଦାବି ପୂରଣ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ମାଣ୍ଡବ୍ୟ ନିଶ୍ଚିତ କରିଥିଲେ । ଯଦି ସରକାର କମିଟିର ଦାବି ପୂରଣ କରନ୍ତି, ତେବେ ଇପିଏଫ୍ଓ ସହ ଜଡିତ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ ।

ଏହା ମଧ୍ୟ ପଢ଼ନ୍ତୁ...Commercial LPG cylinder: ମାସ ଆରମ୍ଭରୁ ମହଙ୍ଗା ମାଡ, 39 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - LPG price hike

ଇପିଏସ ପେନ୍‌ସନ୍‌ଧାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମେଡିକାଲ କଭରେଜ୍ ଦାବି:

ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି ଦୀର୍ଘ ଦିନରୁ ବେସରକାରୀ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ସଂସ୍କାର ଦାବି କରିଆସୁଛି । କମିଟିର ସଦସ୍ୟମାନେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି । ପେନ୍‌ସନ୍‌ ସଂସ୍କାର ବ୍ୟତୀତ, କମିଟି ଦାବି କରିଛି ଯେ, ଇପିଏସ୍ ସଦସ୍ୟ ଏବଂ ସେମାନଙ୍କ ପତି-ପତ୍ନୀଙ୍କୁ ମଧ୍ୟ ପୂର୍ଣ୍ଣ ମେଡିକାଲ କଭରେଜ୍ ପ୍ରଦାନ କରାଯାଉ । କମିଟିର ଅଧ୍ୟକ୍ଷ ଅଶୋକ ରାଉତ କହିଛନ୍ତି ଯେ, ପେନ୍‌ସନ୍‌ଧାରୀମାନେ ଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ପେନ୍‌ସନ୍‌ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି, କିନ୍ତୁ ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନାହାଁନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...2024-25 ଆର୍ଥିକ ବର୍ଷର ପ୍ରଥମ ୩ ମାସରେ କାହିଁକି କମିଲା GDP ଅଭିବୃଦ୍ଧି ? କହିଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ - RBI Governor Shaktikanta Das

ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍ କ'ଣ:

କେନ୍ଦ୍ର ସରକାର ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)କୁ ଅନୁମୋଦନ ଦେଇଛନ୍ତି । ଯେଉଁମାନେ ୧୦ବର୍ଷ ସେବା କରିଛନ୍ତି ସେମାନେ ୧୦ହଜାର ଟଙ୍କା ପେନସନ ପାଇବେ। ଯଦି କର୍ମଚାରୀଙ୍କ ଚାକିରିବେଳେ ମୃତ୍ୟୁ ହୋଇଥାଏ ତେବେ ସେମାନଙ୍କ ସ୍ତ୍ରୀଙ୍କୁ ୬୦ ପ୍ରତିଶତ ପେନସନ ମିଳିବ । ୟୁପିଏସ ଅନୁସାରେ ଯଦି ଜଣେ କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାମ କରିଛନ୍ତି, ତେବେ ସେ ପେନସନ ଭାବରେ ଅବସର ନେବା ପୂର୍ବରୁ ଗତ ୧୨ ମାସ ମଧ୍ୟରେ ହାରାହାରି ବେତନର ୫୦ ପ୍ରତିଶତ ପାଇବେ । ପେନସନଧାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୬୦ ପ୍ରତିଶତ ପେନସନ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.