ETV Bharat / bharat

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି, ବଢିଲା ଆଖୁର ମୁଲ୍ୟ - କେନ୍ଦ୍ର କ୍ୟାବିନେଟ

Union Cabinet Decision: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୪-୨୫ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ (ଏଫଆରପି)କୁ ୧୦.୨୫% ଚିନି ରିକଭରି ହାର ସହିତ କ୍ବିଣ୍ଟାଲ ପିଛା ୩୪୦ ଟଙ୍କାକୁ ଅନୁମୋଦନ କରିଛି । ଅଧିକ ପଢନ୍ତୁ

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି, ବଢିଲା ଆଖୁର ମୁଲ୍ୟ

author img

By ETV Bharat Odisha Team

Published : Feb 22, 2024, 5:23 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୪-୨୫ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ (ଏଫଆରପି)କୁ ୧୦.୨୫% ଚିନି ରିକଭରି ହାର ସହିତ କ୍ବିଣ୍ଟାଲ ପିଛା ୩୪୦ ଟଙ୍କାକୁ ଅନୁମୋଦନ କରିଛି । ଏହା ଆଖୁର ଐତିହାସିକ ମୂଲ୍ୟ ଯାହା ଚଳିତ ଋତୁ ୨୦୨୩-୨୪ ପାଇଁ ଆଖୁର ଏଫଆରପି ଠାରୁ ପ୍ରାୟ ୮% ଅଧିକ ଅଟେ । ସଂଶୋଧିତ ଏଫଆରପି ୧ ଅକ୍ଟୋବର ୨୦୨୪ରୁ ଲାଗୁ ହେବ ।

ଆଖୁର ଏ୨+ଏଫଏଲ ମୂଲ୍ୟ ଠାରୁ ୧୦୭% ଅଧିକ ମୂଲ୍ୟରେ ନୂଆ ଏଫଆରପି ଆଖୁ ଚାଷୀଙ୍କ ସମୃଦ୍ଧି ସୁନିଶ୍ଚିତ କରିବ। ଭାରତ ବିଶ୍ବରେ ସର୍ବାଧିକ ଆଖୁର ମୂଲ୍ୟ ଦେଇ ସାରିଥିବା ବେଳେ ଭାରତ ସରକାର ଭାରତର ଘରୋଇ ଉପଭୋକ୍ତାଙ୍କୁ ବିଶ୍ବର ସବୁଠାରୁ ଶସ୍ତା ଚିନି ସୁନିଶ୍ଚିତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଦ୍ବାରା ୫ କୋଟିରୁ ଅଧିକ ଆଖୁ ଚାଷୀ ଏବଂ ଚିନି କ୍ଷେତ୍ର ସହ ଜଡିତ ଲକ୍ଷ ଲକ୍ଷ ଲୋକ ଉପକୃତ ହେବାକୁ ଯାଉଛନ୍ତି । କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ମୋଦି କି ଗ୍ୟାରେଣ୍ଟିକୁ ପୂରଣ କରିବା ପୁଣି ଥରେ ସୁନିଶ୍ଚିତ ହୋଇଛି ।

ଅଧିକ ପଢନ୍ତୁ- ବଢିଲା ଅମ୍ବ୍ରେଲା ଯୋଜନା ସମୟସୀମା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଏହି ଅନୁମୋଦନ ପରେ ଚିନି କଳ ଗୁଡ଼ିକ ଆଖୁର ଏଫଆରପି କୁଇଣ୍ଟାଲ ପିଛା ୩୪୦ ଟଙ୍କା ହିସାବରେ ୧୦.୨୫% ଆଦାୟ କରିବେ। ପ୍ରତି ୦.୧% ବୃଦ୍ଧି ସହିତ କୃଷକମାନଙ୍କୁ ୩.୩୨ ଟଙ୍କା ଅତିରିକ୍ତ ମୂଲ୍ୟ ମିଳିବ ଏବଂ ରିକଭରି ୦.୧% ହ୍ରାସ କଲେ ସମାନ ରାଶି କଟାଯିବ । ତେବେ ଆଖୁର ସର୍ବନିମ୍ନ ମୂଲ୍ୟ କ୍ବିଣ୍ଟାଲ ପିଛା ୩୧୫.୧୦ ଟଙ୍କା ରହିଛି, ଯାହା କି ୯.୫% ଆଦାୟ ହେଉଛି। ଯଦିଓ ଚିନି ଆଦାୟ କମ ହୁଏ, ତେବେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୩୧୫.୧୦ ଟଙ୍କା ରେ ଏଫଆରପି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

କୃଷକମାନେ କିଭଳି ସେମାନଙ୍କ ଫସଲର ସଠିକ ମୂଲ୍ୟ ଠିକ ସମୟରେ ପାଇପାରିବେ ସେଥିପାଇଁ ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ପୂର୍ବ ଚିନି ଋତୁ ୨୦୨୨-୨୩ ର ୯୯.୫% ଏବଂ ଅନ୍ୟ ସମସ୍ତ ଚିନି ଋତୁର ୯୯.୯% ଆଖୁ ବକେୟା ଚାଷୀଙ୍କୁ ପ୍ରଦାନ କରାଯାଇଛି । ଯାହା ଚିନି କ୍ଷେତ୍ର ଇତିହାସରେ ସର୍ବନିମ୍ନ ଆଖୁ ବକେୟା ରହିଛି। ସରକାରଙ୍କ ସମୟୋଚିତ ନୀତିଗତ ହସ୍ତକ୍ଷେପ ଯୋଗୁଁ ଚିନି କଳ ଗୁଡ଼ିକ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ୨୦୨୧-୨୨ ପରଠାରୁ ସରକାର ସେମାନଙ୍କୁ କୌଣସି ଆର୍ଥିକ ସହାୟତା ଦେଉ ନାହାନ୍ତି। ତଥାପି କେନ୍ଦ୍ର ସରକାର କୃଷକମାନଙ୍କୁ ଆଖୁର ‘ନିଶ୍ଚିତ ଏଫଆରପି ଏବଂ ନିଶ୍ଚିତ କ୍ରୟ' ସୁନିଶ୍ଚିତ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.