ETV Bharat / bharat

କେନ୍ଦ୍ରୀୟ ବଜେଟରେ ନିର୍ବାଚନୀ ଫଳାଫଳର ଝଲକ, ହାତଖୋଲା ପ୍ୟାକେଜ ନେଲେ ନୀତିଶ-ଚନ୍ଦ୍ରବାବୁ ! - Union budget 2024

author img

By ETV Bharat Odisha Team

Published : Jul 23, 2024, 5:53 PM IST

Union budget 2024: ନୀତିଶ ଓ ଚନ୍ଦ୍ରବାବୁଙ୍କ ଦାବିକୁ ପରୋକ୍ଷରେ ପୂରଣ କଲେ ମୋଦି । ଆନ୍ଧ୍ର ଓ ବିହାରକୁ ବଜେଟରେ ଅନୁଦାନ ଅଜାଡିଦେଲେ । ବିଜେପି ସରକାରର ତୃତୀୟପାଳିର କିଙ୍ଗମେକର ହେଉଛନ୍ତି ଉଭୟ ଦଳ । କିଏ ପାଇଲେ, କେତେ ପଢନ୍ତୁ ଅଧିକ

କେନ୍ଦ୍ରୀୟ ବଜେଟରେ ନିର୍ବାଚନୀ ଫଳାଫଳର ଛାପ, ହାତଖୋଲା ପ୍ୟାକେଜ ନେଲେ ନୀତିଶ-ଚନ୍ଦ୍ରବାବୁ
କେନ୍ଦ୍ରୀୟ ବଜେଟରେ ନିର୍ବାଚନୀ ଫଳାଫଳର ଛାପ, ହାତଖୋଲା ପ୍ୟାକେଜ ନେଲେ ନୀତିଶ-ଚନ୍ଦ୍ରବାବୁ (ETV Bharat Odisha)

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ଦୁଇ ପ୍ରମୁଖ ସହଯୋଗୀ ଦଳର ସମର୍ଥନରେ କେନ୍ଦ୍ରରେ କ୍ଷମତାର ତୃତୀୟ ପାଳି ଆରମ୍ଭ କରିଛି । ଏକକ ବହୁମତଠାରୁ ପଛରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି (ଟିଡିପି) ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବାଧୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ।

ତେବେ ଆଜି ମୋଦି ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ନିର୍ବାଚନୀ ଫଳାଫଳର ଛାପ ସହ ଉଭୟ ନେତାଙ୍କ ଦବଦବା ସ୍ପଷ୍ଟ ଦେଖିବାକୁ ମିଳିଛି । ବଜେଟରେ ହାତଖୋଲା ଅନୁଦାନ ପାଇଛନ୍ତି ଉଭୟ ରାଜ୍ୟ । ବିହାରକୁ ଭିତ୍ତିଭୂମି ଓ ବନ୍ୟା ନିୟନ୍ତ୍ରଣ ପାଇଁ ମିଳିଛି ପ୍ରାୟ 59ହଜାର କୋଟିର ଅନୁଦାନ । ସେହିପରି ଚନ୍ଦ୍ରବାବୁ ମଧ୍ୟ ରେକର୍ଡ ପରିମାଣାର ଅନୁଦାନ ହାତେଇଛନ୍ତି । ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ସହ ଆନ୍ଧ୍ର ହାତେଇଛି 15 ହଜାର କୋଟିର ଅନୁଦାନ ରାଶି ।

କେତେ ପାଇଲେ ନୀତିଶ ?

ଦୀର୍ଘବର୍ଷ ଧରି ବିହାରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ମୋଦି ସରକାର ଗ୍ରହଣ କରୁନଥିଲା । ମାତ୍ର ବଜେଟରେ ଅନୁଦାନ ରାଶିକୁ ଦେଖିଲେ, ଅଘୋଷିତ ଭାବେ ନୀତିଶଙ୍କ ଦାବି ପୂରଣ ହୋଇଥିବା ପରି ଅନୁମାନ ହେଉଛି । ବିହାରରେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ଓ ବନ୍ୟା ନିୟନ୍ତ୍ରଣ ବାବଦକୁ ମିଳିଛି ମୋଟ 59 ହଜାର କୋଟିର ପ୍ରକଳ୍ପ । ପାଟନା-ପୁନିଆ ଏକ୍ସପ୍ରେସଓ୍ବେ, ବକ୍ସରରେ ଗଙ୍ଗାନଦୀ ଉପରେ 2 ଲେନ ବିଶିଷ୍ଟ ଦୁଇଟି ପୋଲ ନିର୍ମାଣ, ଗୟାରେ ଇଣ୍ଡଷ୍ଟ୍ରିଆଲ ହବ, ଭାଗଲପୁରରେ 2400 ମେଗାଓ୍ବାଟର ବୃହତ୍ତ ପାଓ୍ବାର ପ୍ରୋଜେକ୍ଟ, ଏକାଧିକ ନୂଆ ବିମାନ ବନ୍ଦର, ମେଡିକାଲ କଲେଜ ଓ କ୍ରୀଡା ଭିତ୍ତିଭୂମି ପ୍ରମୁଖ ଏହି ଅନୁଦାନ ରାଶି ମଧ୍ୟରେ ରହିଛି । ଯାହାର ମୋଟ ବ୍ୟବବରାଦ ରହିଛି ପ୍ରାୟ 59 ହଜାର କୋଟି ।

ଆନ୍ଧ୍ରକୁ କେତେ ?

ସେହିପରି ଆନ୍ଧ୍ର ପ୍ରଦେଶର ପ୍ରସ୍ତାବିତ ରାଜଧାନୀ ଅମରାବତୀ ଟାଉନସିପର ଭିତ୍ତିଭୂମି ପାଇଁ 15ହଜାର କୋଟିର ଅର୍ଥରାଶି ମଞ୍ଜୁର କରାଯାଇଛି । ଆନ୍ଧ୍ର ପୁନର୍ଗଠନ ଅଧିନିୟମ ଅନୁସାରେ, କେନ୍ଦ୍ର ସରକାର ରାଜ୍ୟକୁ ସହାୟତା ଯୋଗାଇ ଦେବାକୁ ବଜେଟରେ ଅଣ୍ଟା ଭିଡିଛନ୍ତି । ଓଡିଶା-ଆନ୍ଧ୍ର ମଧ୍ୟରେ ଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ମଧ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ବଜେଟରେ ବ୍ୟୟବରାଦ ହୋଇଛି । ଏହା ସହ ବିଶାଖାପାଟନମ-ଚେନ୍ନାଇ ଅର୍ଥନୈତିକ କରିଡର ମଧ୍ୟ ପ୍ରତିଷ୍ଠା ହେବ । ଫଳରେ ସୀମାନ୍ଧ୍ରରେ ଯୋଗାଯୋଗ, ପରିବହନ, ଶିଳ୍ପ ଓ ବାଣିଜ୍ୟ ପାଇଁ ମାର୍ଗ ପ୍ରଶସ୍ତ କରିବାକୁ ବଜେଟରେ ବିଶେଷ ଧ୍ୟାନ ଦେଇଛି ନିର୍ମଳାଙ୍କ ଟିମ । ସେହିପରି ହାଇଦ୍ରାବାଦ-ବେଙ୍ଗାଲୁରୁ ମଧ୍ୟରେ ଦ୍ବିତୀୟ ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା ହେବ । ଯାହା ସର୍ବାଧିକ ଆନ୍ଧ୍ର ମଧ୍ୟ ଦେଇ ଅତିକ୍ରମ କରିବ । ଏଥିରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ-ଆନ୍ଧ୍ର ବିଶେଷ ଭାବେ ଲାଭବାନ ହେବେ ।

ଓଡିଶାରେ ବିଜେପି ସରକାର ଗଢିଲା, ବଜେଟରେ ଅନୁଦାନ କମିଲା:-

ଓଡିଶାରେ ବିଜେପି ଏଥର ଏକକ ବହୁମତରେ ସରକାର ଗଠନ କରିବା ସହ ଲୋକସଭାରେ ମଧ୍ୟ ଐତିହାସିକ ବିଜୟ ଲାଭ କରିଛି । ରାଜ୍ୟରେ ଦଳ 21 ସଂସଦୀୟ ଆସନରୁ 20ଟିରେ କ୍ଲିନସ୍ବିପ କରିଛି । ଓଡିଶା ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଥିବାରୁ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଶାସନରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରାଯାଇ ଆସୁଥିଲା । ହେଲେ ଏଥର ବଜେଟରେ ଓଡ଼ିଶାକୁ କୌଣସି କ୍ଷେତ୍ରରେ ସ୍ବତନ୍ତ୍ର ପ୍ୟାକେଜ ମିଳିନି । କେବଳ ପୂର୍ବୋଦୟ ଅଭିଯାନରେ ଓଡ଼ିଶା ସାମଗ୍ରିକ ବ୍ୟୟବରାଦ ପାଇଛି । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ କିଛି ଅନୁଦାନ ପାଇଛି ରାଜ୍ୟ । ଯାହାକୁ ନେଇ ରାଜ୍ୟରେ ବିରୋଧୀ ବିଜେଡି ଶାସକ ବିଜେପିକୁ ଟାର୍ଗେଟ କରିଛି । ବିଧାନସଭା ବଜେଟ ଅଧିବେଶନରେ କେନ୍ଦ୍ରୀୟ ଅବହେଳା ଅଭିଯୋଗର ତାତି ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ବଜେଟ 2024: ପ୍ରତିରକ୍ଷାରେ ସର୍ବାଧିକ, ସ୍ବାସ୍ଥ୍ୟ-ସାମାଜିକ କଲ୍ୟାଣରେ କମ୍, କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ, ଜାଣନ୍ତୁ ହାଇଲାଇଟ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.