ETV Bharat / bharat

ତିରୁପତି ଲଡୁ ବିବାଦ; ତଦନ୍ତ ପାଇଁ ଗଠନ ହେଲା SIT, ସୁଦ୍ଧିକରଣ ପାଇଁ ମନ୍ଦିରରେ ଶାନ୍ତି ହୋମ ଆରମ୍ଭ - Tirupati laddu controversy

author img

By ETV Bharat Odisha Team

Published : 2 hours ago

Updated : 2 hours ago

AP Govt forms SIT: ତିରୁପତି ଲଡୁ ବିବାଦର ତଦନ୍ତ କରିବାକୁ ଗଠନ ହେଲା ଏସଆଇଟି । ମନ୍ଦିରର ପବିତ୍ରତାକୁ ଫେରାଇ ଆଣିବାକୁ ଶାନ୍ତି ହୋମର ଆୟୋଜନ । ଅଧିକ ପଢନ୍ତୁ

Tirupati laddu row
Tirupati laddu row (ETV BHARAT ODISHA)

ଅମରାବତୀ: ତିରୁପତି ବାଲାଜୀ ମନ୍ଦିରରେ ଲଡୁରେ ପଶୁ ଚର୍ବି ମିଶ୍ରଣକୁ ନେଇ ତେଜୁଛି ବିବାଦ । ଏହି ଖବର ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିବା ଥିବା ବେଳେ ଘୃଣ୍ୟକାର୍ଯ୍ୟ ପଛରେ ଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ମାମଲାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ ପାଦେ ଆଗେଇଛି ଚନ୍ଦ୍ରବାବୁ ନାଇଡୁ ସରକାର । ଗଠନ ହୋଇଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସଆଇଟି) । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ । ଅନ୍ୟପଟେ ମନ୍ଦିରର ପବିତ୍ରତାକୁ ଫେରାଇ ଆଣିବାକୁ ଆଜି ଶାନ୍ତି ହୋମର ଆୟୋଜନ କରାଯାଇଛି ।

  • ଲଡୁ ବିବାଦର ତଦନ୍ତ କରିବ SIT:

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି,'' ତିରୁପତି ଲଡୁ ବିବାଦକୁ ନେଇ ଆଇଜିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏକ ‘ଏସଆଇଟି’ ଗଠନ କରାଯାଇଛି । ଭଗବାନଙ୍କ ଲଡୁରେ ପଶୁ ଚର୍ବି ମିଶିବା ପଛରେ କାହାର ହାତ ରହିଛି, ସେନେଇ ଏହି ଏସଆଇଟି ତଦନ୍ତ କରିବ । ରିପୋର୍ଟ ଆସିବା ପରେ ଯେଉଁମାନେ ଏଥିରେ ସାମିଲ ଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ମଧ୍ୟ କଡା ପଦକ୍ଷେପ ନିଆଯିବ । ଧାର୍ମିକ ସମନ୍ୱୟର ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ଏକ ସ୍ୱତନ୍ତ୍ର ଆଇନ ମଧ୍ୟ ଅଣାଯିବ । ''

Tirupati laddu row
Tirupati laddu row (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-NDDB ଲ୍ୟାବ ରିପୋର୍ଟରେ ପ୍ରମାଣିତ, ତିରୁପତି ମନ୍ଦିର ପ୍ରସାଦରେ ମିଶୁଥିଲା ପଶୁ ଚର୍ବି: ଟିଡିପି - ANIMAL FAT IN TIRUPATI LADDUS

ଏହା ମଧ୍ୟ ପଢନ୍ତୁ-ତିରୁପତି ବାଲାଜୀ ପ୍ରସାଦ ବିବାଦ; ଜାଣନ୍ତୁ ଲଡୁରେ ବ୍ୟବହୃତ ଘିଅ ଦାମ କେତେ ? - SRIVARI LADDU PRASADAM

  • ମନ୍ଦିରରୁ ଅପବିତ୍ରତା ଦୂର ପାଇଁ ଶାନ୍ତି ହୋମର ଆୟୋଜନ:

ଭଗବାନଙ୍କୁ ଅର୍ପଣ ହେଉଥିବା ପ୍ରସାଦରେ ଗୋମାଂସ ଚର୍ବି, ଘୁଷୁରୀ ଚର୍ବି ଓ ମାଛ ତେଲ ମିଶ୍ରଣ ଅଭିଯୋଗ ଆସିବା ପରେ ଦେଶର କୋଟି କୋଟି ଭକ୍ତଙ୍କୁ ଏହା ଆଘାତ ଦେଇଛି । ମନ୍ଦିରରେ ଏପରି କାର୍ଯ୍ୟ ହୋଇଥିବାରୁ ଅପବିତ୍ରତାକୁ ଦୂର କରିବାକୁ ଆଜି ତିରୁମାଲା ମନ୍ଦିରରେ ଶାନ୍ତି ହୋମର ଆୟୋଜନ କରାଯାଇଛି । ଏଣ୍ଡୋମେଣ୍ଟ ବିଭାଗ ସମସ୍ତ ମନ୍ଦିରରେ ହୋମ ପରିଚାଳନା କରିବ ଏବଂ ଗୁଣାତ୍ମକ ମାନ ମଧ୍ୟ ଯାଞ୍ଚ କରିବ ବୋଲି ଆଗାମ ପରାମର୍ଶଦାତା ପରିଷଦର ନିଷ୍ପତ୍ତି ହୋଇଥିବା କହିଛନ୍ତି ସିଏମ । 4ଘଣ୍ଟା ଧରି ଶାନ୍ତି ହୋମ କରାଯିବ ।

ଏହା ମଧ୍ୟ ପଢନ୍ତୁ-TTDର ଚାଞ୍ଚଲ୍ୟକର ବୟାନ, 'ଲଡୁରେ ବ୍ୟବହୃତ ଘିଅ ଗୁଣବତ୍ତାରେ ହୋଇଛି ସାଲିସ' - Tirupati Laddu Row

YSRCP ସରକାର ସମୟରେ ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ମିଶୁଥିବା ସେପ୍ଟେମ୍ବର 19 ତାରିଖରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ଅମରାବତୀରେ NDA ର ଏକ ବିଧାୟକ ଦଳ ବୈଠକରେ ସେ କହିଥିଲେ," ପୂର୍ବ YSRCP ଜଗନ୍ ସରକାରଙ୍କ କାର୍ଯ୍ୟକାଳରେ ତିରୁପତି ବାଲାଜୀ ମନ୍ଦିରରେ ନିର୍ମିତ ଲଡୁ ପ୍ରସାଦରେ ନିମ୍ନମାନର ସାମଗ୍ରୀ ଏବଂ ପଶୁ ଚର୍ବି ବ୍ୟବହାର କରାଯାଇଥିଲା । ତିରୁପତି ବାଲାଜୀ ମନ୍ଦିର ଲଡୁ ପ୍ରସାଦକୁ ପ୍ରଭୁ ଶ୍ରୀଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଇଥିଲା । ଯାହା NDDB ଲ୍ୟାବ ରିପୋର୍ଟରୁ ଜଣାପଡ଼ିଛି । ତିରୁମାଲା ଲଡ଼ୁ ମଧ୍ୟ ନିମ୍ନମାନ ସାମଗ୍ରୀରେ ତିଆରି କରାଯାଇଥିଲା । ସେହି ସମୟରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ଶୁଦ୍ଧ ଘିଅ ବ୍ୟବହାର କରାଯାଉଛି ଏବଂ ପ୍ରସାଦ ପାଇଁ ଉନ୍ନତମାନର ସାମଗ୍ରୀ ବ୍ୟବହାର କରାଯାଉଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.