ETV Bharat / bharat

ଚୋରି ପାଇଁ ଆସି AC ରୁମରେ ଶୋଇଲା ଚୋର, ନିଦରୁ ଉଠାଇଲା ପୋଲିସ - Thief falls asleep in AC Room - THIEF FALLS ASLEEP IN AC ROOM

Thief falls asleep in AC Room: ଉତ୍ତର ପ୍ରଦେଶ କ୍ୟାପିଟାଲ ସିଟି ଲକ୍ଷ୍ନୌରେ ନିଆରା ଘଟଣା । ଚୋରି କରିବାକୁ ଆସି ଏସି ଚଲାଇ ଶୋଇପଡ଼ିଲା ଚୋର । ନିଦରୁ ଉଠାଇଲା ପୋଲିସ । ଜାଣନ୍ତୁ କଣ ଥିଲା ପୁରା ଘଟଣା

Thief falls asleep in AC Room
Thief falls asleep in AC Room (ETV Bharat)
author img

By ETV Bharat Odisha Team

Published : Jun 3, 2024, 6:48 PM IST

ଲକ୍ଷ୍ନୌ: ସୁନା ଗହଣା, ନଗଦ ଟଙ୍କା ଭଳି ମୂଲ୍ୟବାନ ଜିନିଷ ପଦାର୍ଥ ଚୋରି ପାଇଁ ସ୍ବପ୍ନ ଦେଖିଥିଲା । ଏହି ଲକ୍ଷ୍ୟରେ ଦୁର୍ବୃତ୍ତ ଜଣକ ଡାକ୍ତରବାବୁଙ୍କ ଘରେ ପଶିଥିଲା । ପ୍ରଥମେ ଘରେ ଲାଗିଥିବା ଗିଜର, ଇନଭର୍ଟର ଓ ମୋଟର ଆଦିର ବ୍ୟାଟେରୀ ଖୋଲିଥିଲା । ଭୀଷଣ ଗରମ ଯୋଗୁଁ ଚୋର ଜଣକ ଏସି ଅନ୍‌ କରି କିଛି ସମୟ ବିଶ୍ରାମ ନେବା ପାଇଁ ଚିନ୍ତା କରିଥିଲା । ଆଉ ବିଶ୍ରାମ ନେଉ ନେଉ ଗଭୀର ନିଦ୍ରାରେ ଶୋଇବା ପରେ ଆଖି ଖୋଲିଲା ବେଳକୁ ସ୍ବାଗତ ପାଇଁ ଥିଲା ପୋଲିସ । ଉତ୍ତର ପ୍ରଦେଶ କ୍ୟାପିଟାଲ ସିଟି ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି ନିଆରା ଚୋରି ଘଟଣା ।

ଲକ୍ଷ୍ନୌ ଗାଜିପୁର ଥାନା ଅନ୍ତର୍ଗତ ଇନ୍ଦିରାନଗରର ସେକ୍ଟର 20ରେ ଡକ୍ଟର ସୁନୀଲ ପାଣ୍ଡେ ରୁହନ୍ତି । ତାଙ୍କ ଘର ଅଧିକାଂଶ ସମୟ ବନ୍ଦ ରହିଥାଏ । ରବିବାର ସକାଳେ ଡାକ୍ତର ସୁନୀଲଙ୍କ ନିକଟକୁ ପଡ଼ୋଶୀଙ୍କ ଫୋନକଲ୍‌ ଆସିଥିଲା । ତାଙ୍କ ଘର ଖୋଲା ଥିବା ନେଇ ପଡ଼ୋଶୀ ଜଣକ ଡାକ୍ତରବାବୁଙ୍କୁ ସୂଚିତ କରିଥିଲେ । ଏହାପରେ ଡାକ୍ତର ଜଣକ ସଙ୍ଗେ ସଙ୍ଗେ ଘରେ ପହଞ୍ଚିଥିଲେ ଏବଂ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘର ଡ୍ରଇଙ୍ଗ ରୁମରେ ଶୋଇଥିବା ଦେଖିବାକୁ ପାଇଥିଲେ । ଘରେ ଲାଗିଥିବା ମୋଟର, ଗିଜର, ଇନଭର୍ଟର ବ୍ୟାଟେରୀ ଖୋଲା ପଡିଥିବା ବେଳେ ଘରେ ଏଣେତେଣେ ଜିନିଷ ପଡ଼ିଥିଲା ।

ଏହା ବି ପଢନ୍ତୁ- ଫିଲ୍ମ ଷ୍ଟାଇଲରେ ଆକ୍ରମଣ କରି ସୁନା ଗହଣା ଲୁଟିଲେ ଦୁବୃର୍ତ୍ତ

ଏହାପରେ ଡାକ୍ତର ଚୋରି ହୋଇଥିବା ଜାଣି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଡ୍ରଇଙ୍ଗରୁମରେ ଶୋଇଥିବା ଚୋରକୁ ନିଦରୁ ଉଠାଇଥିଲେ । ଏହି ଚୋର ଜଣକ ଗାଜିପୁର ସମୌଧିପୁର ଅଞ୍ଚଳର କପିଲ ବୋଲି ଜଣାପଡ଼ିଛି । ଶନିବାର ବିଳମ୍ବିତ ରାତିରେ ଚୋର ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଡାକ୍ତରଙ୍କ ଘରେ ପଶିଥିଲା । ଚୋରି କରିବା ପାଇଁ ଆସିଥିବା ବେଳେ ଚୋର ମଦ ପିଇଥିଲା । ଏହାପରେ କିଛି ବ୍ୟାଟେରୀ ଖୋଲିବା ପରେ ସେ ଡ୍ରଇଙ୍ଗରୁମରେ ପହଞ୍ଚିଥିଲା । ଏହାପରେ ଭୀଷଣ ଗରମ ଯୋଗୁଁ ଏସି ଚଲାଇ ସେ ଶୋଇପଡ଼ିଥିଲା ।

ଏହି ପୁରା ଘଟଣାକୁ ନେଇ ଗାଜିପୁର ଇନ୍ସପେକ୍ଟର ବିକାଶ ରାୟ କହିଛନ୍ତି ଯେ ଅଭିଯୁକ୍ତ କପିଲ ଏକ ଚୋର ଗ୍ୟାଙ୍ଗର ସଦସ୍ୟ । ଏହି ଅଞ୍ଚଳରେ ହୋଇଥିବା ଅନେକ ଚୋରି ଘଟଣାରେ ସେ ସାମିଲ ଅଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲକୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.