ETV Bharat / bharat

ଆଜି ପ୍ରୋମିଜ ଡେ', ସାଥୀଙ୍କୁ ମନର କଥା କହି ସମ୍ପର୍କକୁ କରନ୍ତୁ ମଜବୁତ

Promise Day: ଭାଲେଣ୍ଟାଇନ ଡେ'ର ୫ମ ଦିନକୁ ପ୍ରୋମିଜ ଡେ' ଭାବେ ପାଳନ କରାଯାଏ । ସମ୍ପର୍କରେ ନିବିଡତା ଏବଂ ସ୍ଥାୟିତ୍ବ କରିବା ଲାଗି ପ୍ରେମୀ ଯୁଗଳ ଆଜିର ଦିନରେ ପରସ୍ପରକୁ ବିଭିନ୍ନ ପ୍ରକାରର ପ୍ରତିଶୃତି ଦେଇଥାନ୍ତି । ଏହି ଅବସରରେ ଏହି ୫ଟି ପ୍ରତିଶୃତି ସହ ଆପଣ ମଧ୍ୟ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ କରାନ୍ତୁ ।

author img

By ETV Bharat Odisha Team

Published : Feb 11, 2024, 3:45 PM IST

ଆଜି ପ୍ରୋମିଜ ଡେ', ସାଥୀଙ୍କୁ ମନର କଥା କହି ସମ୍ପର୍କକୁ କରନ୍ତୁ ମଜବୁତ
ଆଜି ପ୍ରୋମିଜ ଡେ', ସାଥୀଙ୍କୁ ମନର କଥା କହି ସମ୍ପର୍କକୁ କରନ୍ତୁ ମଜବୁତ

ହାଇଦ୍ରାବାଦ: ପ୍ରେମସମ୍ପର୍କକୁ ନିବିଡ଼ କରାଏ ପ୍ରତିଶୃତି । ଆଜି ହେଉଛି ଭାଲେଣ୍ଟାଇନ ସପ୍ତାହର ୫ମ ଦିନ । ଯାହାକୁ ପ୍ରତିଶୃତିର ଦିନ ବା ପ୍ରୋମିଜ ଡେ' ଭାବେ ପାଳନ କରାଯାଏ । ଏହି ଦିନ ସମ୍ପର୍କରେ ସୁଧାର ଆଣିବାର ସୁଯୋଗ ଦେଇଥାଏ । ତେବେ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଦିନ ଉତ୍ସର୍ଗୀକୃତ କରାଯାଇଥିବା ବେଳେ ପ୍ରେମୀଯୁଗଳ ପରସ୍ପରକୁ ବିଭିନ୍ନ ପ୍ରକାର ପ୍ରତିଶୃତି ଦେବା ସହ ନିଜର ମନର କଥା କହିଥାନ୍ତି ।

ପ୍ରେମ ସପ୍ତାହର ପ୍ରଥମ ଦିନ ରୋଜ ଡେ'ରୁ ଆରମ୍ଭ ହୋଇଥିବା ବେଳେ ଏହି ସିରିଜ ପ୍ରପୋଜ ଡେ', ଚକୋଲେଟ ଡେ', ଟେଡି ଡେ' ଦେଇ ଫେବୃଆରୀ ୧୪ ଯାଏଁ ଚାଲିବ । ତେବେ ଏହି ସାତ ଦିନିଆ ପ୍ରେମ ଦିବସ ଭିତରୁ ପ୍ରାୟ ପ୍ରେମ ପକ୍ଷୀଙ୍କ ପାଇଁ ଏହି ପ୍ରତିଜ୍ଞା ଦିବସ ବିଶେଷ ହୋଇଥାଏ । ଏହି ଦିନ ପ୍ରେମୀ ଯୁଗଳ ମାନେ ସାତ ଜନ୍ମ ଯାଏଁ ସାଥୀ ହୋଇ ରହିବା ପାଇଁ ପରସ୍ପରକୁ ପ୍ରତିଜ୍ଞା ଦେଇଥାଆନ୍ତି । କେବଳ ପ୍ରେମିକ ପ୍ରେମିକା ନୁହନ୍ତି ସ୍ୱାମୀ- ସ୍ତ୍ରୀ, ସାଙ୍ଗସାଥୀ ସମସ୍ତେ ସଂପର୍କକୁ ଜୀବନ ତମାମ ଦୃଢ଼ ରଖିବା ପାଇଁ ଶପଥ ନିଅନ୍ତି । ତେବେ ଆଜିର ଏହି ଖାସ୍ ଦିନରେ ଏହି ୫ଟି ପ୍ରତିଜ୍ଞା ସହ ଆପଣ ମଧ୍ୟ ଆପଣଙ୍କ ସମ୍ପର୍କକୁ ମଜବୁତ କରାନ୍ତୁ ।

ପ୍ରଥମ ପ୍ରତିଶୃତି

ସଂପର୍କରେ, ଯେତେବେଳେ ପ୍ରେମୀ ଯୁଗଳ ପରସ୍ପର ଉପରେ ଅଧିକାର ଦେଖାନ୍ତି ଏବଂ ପରସ୍ପରର ଇଚ୍ଛା ପୂରଣ କରିବା ସେମାନଙ୍କର କର୍ତ୍ତବ୍ୟ ବୋଲି ଭାବନ୍ତି, ତେବେ ଏଠାରୁ ସମ୍ପର୍କରେ ବିଶ୍ବାସ ଏବଂ ନିବିଡ଼ତା, ପରସ୍ପର ପ୍ରତି ଭଲପାଇବା ଏବଂ ସମ୍ମାନ ବଢିଥାଏ । କାରଣ ସମ୍ପର୍କରେ ବିଶ୍ବାସ, ଭଲପାଇବା ଏବଂ ସମ୍ମାନ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ । ଏଭଳି ପରିସ୍ଥିତିରେ ସାଥୀଙ୍କୁ ପ୍ରତିଜ୍ଞା କରିବା ଦରକାର ଯେ ତୁମେ ତାଙ୍କ ସମସ୍ତ ସୁଖ ପୂରଣ କରିବାର ଦାୟିତ୍ବ ନେବ ଏବଂ ତାଙ୍କୁ ଯଥାସମ୍ଭବ ଖୁସିରେ ରଖିବାକୁ ଚେଷ୍ଟା କରିବ ।

ଦ୍ୱିତୀୟ ପ୍ରତିଶୃତି

ତୁମେ ପ୍ରତିଜ୍ଞା କର ଯେ ତୁମେ ସାଥୀକୁ କେବେ ବି ବଦଳାଇବାକୁ ଚେଷ୍ଟା କରିବ ନାହିଁ । ସେ ଯେପରି ତୁମେ ତାଙ୍କୁ ଠିକ୍ ସେହିପରି ପସନ୍ଦ କରିବ ଏବଂ ଆପଣାଇବ । ପ୍ରାୟତଃ କିଛି ଲୋକ ନିଜ ସାଥୀକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବାକୁ ଚାହିଁଥାନ୍ତି ଏବଂ ନିଜ ପସନ୍ଦ ଏବଂ ନାପସନ୍ଦକୁ ନିଜ ଅନୁସାରେ ନିଜ ସାଥୀଙ୍କୁ ଆପଣାଇବାକୁ ବାଧ୍ୟ କରିଥାନ୍ତି । ଯଦି ଏପରି ହୁଏ, ତେବେ ଏହା ସମ୍ପର୍କରେ ଫାଟ ସୃଷ୍ଟି କରିବା ଆରମ୍ଭ କରାଇଥାଏ ।

ତୃତୀୟ ପ୍ରତିଶୃତି

ସୁଖ ହେଉ କିମ୍ବା ଦୁଃଖ ହେଉ କୌଣସି ପରିସ୍ଥିତିରେ ପରସ୍ପରର ହାତ ଛାଡିବା ଉଚିତ ନୁହେଁ । ଏହା ଦ୍ବାରା ସମ୍ପର୍କରେ ଘନିଷ୍ଠତା ଏବଂ ଭଲପାଇବା ବଢିଥାଏ । ଏଣୁ ଆଜିର ଦିନରେ ତୁମେ ପ୍ରତିଜ୍ଞା କରିବା ଦରକାର ଯେ ତୁମେ ଯେକୌଣସି ପରିସ୍ଥିତିରେ ତୁମ ସାଥୀଙ୍କୁ ସମର୍ଥନ କରିବ । ତୁମେ ସବୁବେଳେ ଏକ ଟିମ ପରି କାମ କରିବ । ନିଜ ସାଥୀଙ୍କୁ କେବେବି ଏକା ଅନୁଭବ କରିବାକୁ ଦେବ ନାହିଁ ଏବଂ ସାଥୀଙ୍କ ପ୍ରତ୍ୟେକ ମୁହୂର୍ତ୍ତରେ ସାଥ୍ ଦେବ । ଏଥିସହ ନିଜ ସାଥୀଙ୍କୁ ସର୍ବଦା ସମୟ ଦେବ ।

ଚତୁର୍ଥ ପ୍ରତିଶୃତି

ସମ୍ପର୍କରେ ସ୍ବାଧୀନତା ରହିବା ବହୁତ ଜରୁରୀ ଅଟେ । ସମସ୍ତଙ୍କୁ ନିଜସ୍ବ ନିଷ୍ପତ୍ତି ନେବା ଅଧିକାର ରହିଥାଏ । ନହେଲେ ସମ୍ପର୍କରେ ଜଟିଳତା ଦେଖାଦେଇଥାଏ ଏବଂ ଅଳ୍ପ ଦିନ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଏ । ଏହି କାରଣରୁ ଆଜିର ଦିନରେ ତୁମେ ପ୍ରତିଜ୍ଞା କର ଯେ ତୁମେ ତୁମ ସାଥୀଙ୍କୁ ସର୍ବଦା ସ୍ବାଧୀନତା ଦେବ ଏବଂ ସେମାନଙ୍କୁ ମଧ୍ୟ ନିଜ ନିଷ୍ପତ୍ତି ନେବାକୁ ଉତ୍ସାହିତ କରିବ । ଯଦି ତୁମର ସାଥୀ ଜୀବନରେ କିଛି ହାସଲ କରିବାକୁ ଚାହାଁନ୍ତି, ତେବେ ତୁମେ ଏହାକୁ ହାସଲ କରିବାରେ ସାହାଯ୍ୟ କରିବ ।

​ଏହା ମଧ୍ୟ ପଢନ୍ତୁ: କଥା ଦେଉଛି କେବେ ଛାଡିବିନି ହାତ ତୁମର

ପଞ୍ଚମ ପ୍ରତିଶୃତି

ସନ୍ଦେହ ସମ୍ପର୍କକୁ ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଅନେକ କୁହନ୍ତି ଯେ, ସମ୍ପର୍କରେ ସର୍ବଦା ପ୍ରେମ, ବିଶ୍ବାସର ଡୋରିରେ ତିଷ୍ଠି ଥାଏ । ତେଣୁ ଏଥିରେ ଥରେ ସନ୍ଦେହ ଆସିଗଲେ, ଏହି ଡୋରି ଯୋଡିବାରେ ବହୁତ କଷ୍ଟକର ହୋଇଥାଏ । ଏପରି ପରିସ୍ଥିତିରେ ନିଜ ସାଥୀକୁ ପ୍ରଥମ ପ୍ରାଥମିକତା ଦେବା ଦରକାର । କେବଳ ଏତିକି ନୁହେଁ, ତୁମେ ତୁମର ସାଥୀଙ୍କୁ ପ୍ରତିଶୃତି ଦେବା ଉଚିତ ଯେ ଯାହା ହେଉନା କାହିଁକି, ପରସ୍ପର ପ୍ରତି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ଜୀବନ ବିତାଇବ। ପରିସ୍ଥିତି ଯାହା ହେଉନ ନା କାହିଁକି ପରସ୍ପରର ପ୍ରତି କେବେ ସନ୍ଦେହ କରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.