ETV Bharat / bharat

ଭାରତ ଜ୍ବାଇଁ ଆମେରିକା ଉପରାଷ୍ଟ୍ରପତି, ଚର୍ଚ୍ଚାରେ ଉଷା ଚିଲୁକୁରି - USHA CHILUKURI

ଆମେରିକାରେ ଟ୍ରମ୍ପ ଯୁଗ ଆରମ୍ଭ । ଚର୍ଚ୍ଚାରେ ଉପରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଉଷା ଚିଲୁକୁରି । କାହିଁକି ତାଙ୍କୁ ନେଇ ଚର୍ଚ୍ଚା । ଜାଣନ୍ତୁ

USHA CHILUKURI
USHA CHILUKURI (ETV Bharat)
author img

By ETV Bharat Odisha Team

Published : Nov 6, 2024, 9:02 PM IST

ହାଇଦ୍ରାବାଦ: ଆମେରିକାରେ ପୁଣି ଟ୍ରମ୍ପ ସରକାର । କମଲା ହାରିସଙ୍କୁ ହରାଇ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆମେରିକା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଭବ ଉଷା ଚିଲୁକୁରି । କାରଣ ସେ ହେବାକୁ ଯାଉଛନ୍ତି ଆମେରିକାର ‘ଦ୍ବିତୀୟ ଲେଡି’ । କିଏ ଏହି ଉଷା ଚିଲୁକୁରୀ ? କାହିଁକି ଗଣମାଧ୍ୟମରେ ତାଙ୍କୁ ନେଇ ଏତେ ଚର୍ଚ୍ଚା । ଜାଣନ୍ତୁ ।

ଉଷାଙ୍କ ସମ୍ପର୍କରେ...

Usha Chilukuri
Usha Chilukuri (ETV Bharat)

ଆମେରିକାର ଉପରାଷ୍ଟ୍ରପତି ହେବେ ଜେଡି ଭାନ୍ସ । ଜେଡି ଭାନ୍ସଙ୍କ ପତ୍ନୀ ହେଉଛନ୍ତି ଭାରତୀୟ ବଂଶୋଭବ ଉଷା ଚିଲୁକୁରି । ଉଷାଙ୍କ ପରିବାର ଲୋକେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ପାମାରୁ ଗାଁର ମୂଳ ବାସିନ୍ଦା । କାଲିଫର୍ଣ୍ଣିଆରେ ଜନ୍ମ ହୋଇଥିବା ଉଷା ସେଠାରେ ହିଁ ଶିକ୍ଷା ସମାପନ କରିଥିଲେ । 1980 ମସିହାରେ ତାଙ୍କ ବାପା ରାଧାକ୍ରିଷ୍ଣା ଓ ମାଆ ଲକ୍ଷ୍ମୀ ଆମେରିକାକୁ ଯାଇ ସେଠାରେ ବସବାସ କରିଥିଲେ । ଉଷା ୟେଲ ବିଶ୍ବ ବିଦ୍ୟାଳୟରୁ ଇତିହାସରେ ବିଏ ଓ କ୍ୟାମ୍ବ୍ରିଜରୁ ଆଧୁନିକ ଇତିହାସରେ ଏମଫିଲ କରିଛନ୍ତି । ଏହାସହ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ଉଷା । ଆମେରିକାର ‘ସେକେଣ୍ଡ ଲେଡି’ ହେବାକୁ ଯାଉଥିବା ଭାରତୀୟ ବଂଶୋଭବ ଉଷା ପେଷାରେ ଜଣେ ଆଇନଜୀବୀ ।

ଭାନ୍ସଙ୍କ ପ୍ରେମରେ ପଡିଥିଲେ ଉଷା:

Usha Chilukuri
Usha Chilukuri (ETV Bharat)

ପିଲାଟି ବେଳୁ ଉଷାଙ୍କ ବହି ପଢା ଆଗ୍ରହ ଥିଲା । ପୁସ୍ତକ ପଢିବା ନେତୃତ୍ବ ନେବା ଗୁଣ ତାଙ୍କୁ ସମସ୍ତଙ୍କୁ ଅଲଗା କରୁଥିଲା । ଯୁକ୍ତ ଦୁଇ ପଢା ପରେ ୟାଲେ ଲ’ ସ୍କୁଲରେ ଯାଆନ୍ତି । ସେଠାରେ ଜେଡି ଭାନ୍ସଙ୍କ ସହ ତାଙ୍କର ସାକ୍ଷାତ ହୁଏ । ଉଭୟେ ‘ସୋସିଆଲ ଡିସଲାଇନ ଇନ୍‌ ହ୍ବାଇଟ’ ଆମେରିକା ଉପରେ କାମ କରୁଥିଲେ । ଅନେକ ଥର ଦେଖାସାକ୍ଷାତ ପରେ ପ୍ରଥମେ ବନ୍ଧୁତା ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଉଭୟେ ପ୍ରେମକୁ ସ୍ବୀକୃତି ଜଣାଇ 2014ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ଉଷା ଓ ଭାନ୍ସଙ୍କ 3 ସନ୍ତାନ ମଧ୍ୟ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଆମେରିକାରେ ଟ୍ରମ୍ପ ଯୁଗ ଆରମ୍ଭ, ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

US Election: ଟ୍ରମ୍ପଙ୍କ କମ୍ ବ୍ୟାକ୍ ନା ହାରିସ ରଚିବେ ଇତିହାସ, କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ?

ବାଲୁକା କଳାରେ ଟ୍ରମ୍ପକୁ ଶୁଭେଚ୍ଛା, ଭାରତୀୟଙ୍କ ତରଫରୁ ଭଲପାଇବା ଜଣାଇଲେ ସୁଦର୍ଶନ

ଉପରାଷ୍ଟ୍ରପତି ଭାରତ କନେକ୍ସନ:

କମଲା ହାରିସ ବି ଜଣେ ଭାରତୀୟ ବଂଶୋଭବ । କମଲାଙ୍କ ମା’ ଭାରତୀୟ ହୋଇଥିବା ବେଳେ ବାପା ଦକ୍ଷିଣ-ଆଫ୍ରିକୀୟ ଆମେରିକୀୟ । ଏବେ ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସଙ୍କ ମଧ୍ୟ ଭାରତ ସହ ସମ୍ପର୍କ ବେଶ ନିବିଡ । କାରଣ ସେ ଭାରତୀୟ ବଂଶୋଭବ ଉଷା ଚିଲକୁରିଙ୍କୁ ବିବାହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.