ETV Bharat / bharat

ଟ୍ରକ-ଟାଟା ଏସି ମୁହାଁମୁହିଁ ଧକ୍କା, ରାସ୍ତାରେ ଗଦା ହେଲା 7 କୋଟି ନଗଦ ଟଙ୍କା - 7crores recovered in accident

author img

By ETV Bharat Odisha Team

Published : May 11, 2024, 7:03 PM IST

7 crores recovered in accident: ରାସ୍ତାରେ ଦୁର୍ଘଟଣା ପରେ ଓଲଟିଲା ଟାଟା ଏସି । ଗାଡିରୁ ମିଳିଲା ବଣ୍ଡଲ୍‌ ବଣ୍ଡଲ୍‌ ଟଙ୍କା । ଅଧିକ ପଢନ୍ତୁ

7 crores recovered in accident
7 crores recovered in accident (ETV Bharat)

କ-ଟାଟା ଏସି ମୁହାଁମୁହିଁ ଧକ୍କା (ETV Bharat)

ଅମରାବତୀ: ଜାତୀୟ ରାଜପଥରେ ଏକ ବୋଝେଇ ଟ୍ରକ ଓ ଟାଟା ଏସି ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା । ଏହାପରେ କାର୍ଟନରୁ ବାହାରିଲା 7କୋଟି ନଗଦ ଟଙ୍କା । ଦୁର୍ଘଟଣାରେ ଆହତ ହୋଇଥିବା ଡ୍ରାଇଭରକୁ ଲୋକେ ଉଦ୍ଧାର କରିବାକୁ ଆସିବା ବେଳେ ପୁଳା ପୁଳା ଟଙ୍କା ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଏହାପରେ ବଣ୍ଡଲ୍‌ ବଣ୍ଡଲ୍‌ ଟଙ୍କା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଯୋଗାଯୋଗ କରିଥିଲେ । ଟାଟା ଏସିରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି । ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରି ଜିଲ୍ଲା ଅନନ୍ତପାଲିରେ ଘଟିଛି ଏଭଳି ଘଟଣା ।

ଜାତୀୟ ରାଜପଥରେ ଏହି 2 ଯାନ ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ଟାଟା ଏସିଟି ଓଲଟି ପଡ଼ିଥିଲା । ଟାଟା ଏସିରେ କାର୍ଟନ ଭିତରେ ଯାଉଥିବା ପୁଳା ପୁଳା ଟଙ୍କା ରାସ୍ତା ଉପରେ ଏଣେ ତେଣେ ପଡ଼ିଥିଲା । ଏହି ଯାନଟି ହାଇଦ୍ରାବାଦରୁ ଦ୍ବାରପୁଡ଼ି ଆଡ଼କୁ ଯାଉଥିଲା । ସେପଟେ ଟ୍ରକଟି ବିଜୟୱାଡା ପଟରୁ ବିଶାଖା ଆଡ଼କୁ ଯାଉଥିଲା । ଏହି ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ଟନ ବାକ୍ସରେ ଥିବା 7କୋଟି ଟଙ୍କା ଜବତ କରିଛି । ଦୁର୍ଘଟଣାରେ ଟାଟା ଏସି ଡ୍ରାଇଭର ବୀରଭଦ୍ରା ରାଓଙ୍କୁ ସାମାନ୍ୟ ଆଘାତ ଲାଗିଛି ।

ଏହା ବି ପଢନ୍ତୁ- ଚେକିଂ ବେଳେ କାରରୁ ପୁଳା ପୁଳା ଟଙ୍କା ଜବତ

ଏହାପରେ ପୋଲିସ 7 କୋଟି ଟଙ୍କା ଜବତ କରିବା ପରେ ବୀରାବଲ୍ଲି ଟୋଲ ପ୍ଲାଜା ନିକଟକୁ ଯାଇଥିଲା । ଏହାପରେ କାଉଣ୍ଟିଂ ମେସିନରେ ଟଙ୍କା ଗଣତି ଆରମ୍ଭ ହୋଇଥିଲା । ଏହି ଟଙ୍କା ପ୍ରକୃତରେ କେଉଁଠିକୁ ଯାଉଥିଲା ? କିଏ ଏତେ ମାତ୍ରାର ଟଙ୍କା ପଠାଉଥିଲା ? ନିର୍ବାଚନ ସମୟରେ ଏହି ପୁଳା ପୁଳା ଟଙ୍କା ଅନେକ ଦିଗକୁ ଦର୍ଶାଉଛି । ପୋଲିସ ସମସ୍ତ ଦିଗରୁ ଘଟଣାର ତଦନ୍ତ କରୁଛି । ପ୍ରକୃତ ଘଟଣା ସମ୍ପର୍କରେ ଖବର ପାଇବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ପୋଲିସ କହିଛି ।

ଏନେଇ ଡିଏସପି ରାମା ରାଓ କହିଛନ୍ତି, " 7ଟି କାର୍ଟନ ବାକ୍ସରୁ 7 କୋଟି ଟଙ୍କା ଜବତ କରାଯାଇଛି । ଏହି ଟଙ୍କା ହାଇଦ୍ରାବାଦର ନାଚାରାମ କେମିକାଲ ଇଣ୍ଡଷ୍ଟ୍ରିରୁ ମାଣ୍ଡାପେଟ ସ୍ଥିତ ମାଧବୀ ତେଲ ମିଲ୍‌କୁ ଯାଉଥିଲା । ଏହି ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.