ETV Bharat / bharat

ପରିବାରର ଗାଳିରୁ ବଞ୍ଚିବା ପାଇଁ ବିଟେକ୍ ଛାତ୍ରଙ୍କ କୌତୁହଳ ଉପାୟ, କହିଲେ 'ମୁଁ ଆତଙ୍କବାଦୀ'

author img

By ETV Bharat Odisha Team

Published : Feb 22, 2024, 5:10 PM IST

Student Called Himself Terrorist: କେମ୍ପାଗୁଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅଜବ ଘଟଣା । ପରିବାରର ଗାଳିରୁ ବଞ୍ଚିବା ପାଇଁ ନିଜକୁ ଆତଙ୍କବାଦୀ କହିଲେ ଇଞ୍ଜିନିୟର ଛାତ୍ର । ଅଧିକ ପଢନ୍ତୁ

Student Called Himself Terrorist
Student Called Himself Terrorist

ବେଙ୍ଗାଲୁରୁ: ପାଠ ପଢାରେ ଖରାପ ପ୍ରଦର୍ଶନ କରିଥିଲେ ଛାତ୍ର । ତେଣୁ ଘରକୁ ଫେରି ଆସିବା ପାଇଁ ତାଗିଦ କରିଥିଲେ ପରିବାର ଲୋକେ । ତେଣୁ ଘରକୁ ଗଲେ ବାପା-ମାଆଙ୍କ ଠାରୁ ଗାଳି ଶୁଣିବାର ଭୟ ରହିଥିଲା । ଏଥରୁ ବର୍ତ୍ତିବା ପାଇଁ ଶେଷରେ ଏକ କୌତୁହଳ ଉପାୟ ବାହାର କରିଲେ ଛାତ୍ର । ବିମାନରୁ ଓହ୍ଲାଇ ଆସି ନିଜକୁ ନିଜେ ଆତଙ୍କବାଦୀ ଘୋଷଣା କରିଲେ ଇଞ୍ଜିନିୟର ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେମ୍ପାଗୁଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ । ବିମାନ ବନ୍ଦରରେ ନିଜକୁ ଆତଙ୍କବାଦୀ ଦର୍ଶାଇ ଧମାଲ ମଚାଇଲେ ବିଟେକ ଛାତ୍ର । ଏହାପରେ ତାଙ୍କୁ ଗିରଫ କରାଯାଇଥିଲେ ହେଁ ପରବର୍ତ୍ତି ସମୟରେ ତାଙ୍କୁ ବେଲ୍ ପ୍ରଦାନ କରାଯାଇଥିଲା । ଲକ୍ଷ୍ନୌର ଏହି ଛାତ୍ର ବେଙ୍ଗାଲୁରୁରେ ରହି ଶିକ୍ଷା ଅଧ୍ୟୟନ କରୁଥିଲେ । ପରୀକ୍ଷାରେ ଖରାପ ହେବା ଯୋଗୁଁ ପରିବାର ଲୋକେ ଲକ୍ଷ୍ନୌ ଫେରି ଆସିବା ପାଇଁ ତାଗିଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ କ୍ରାଇମ୍, କେରଳରୁ ଗିରଫ: 31 ବର୍ଷର ଲୁଚକାଳି ପରେ ପୋଲିସ ପଞ୍ଝାରେ ପତ୍ନୀହନ୍ତା ସ୍ୱାମୀ

ସୂଚନା ଅନୁସାରେ, ଗତ 17 ତାରିଖ ରାତିରେ ଏହି ଘଟଣା ବେଙ୍ଗାଲୁରୁ କେମ୍ପାଗୁଡା ବିମାନ ବନ୍ଦରରେ ହୋଇଥିଲା । ଜଣେ ଇଞ୍ଜିନିୟର ଛାତ୍ର 151731ଇଣ୍ଡିଗୋ ବିମାନରେ ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାତ୍ରା କରୁଥିଲେ । ତେବେ ଫ୍ଲାଇଟ ଉଡାଣ ଭରିବା ପୂର୍ବରୁ ମନକୁ ପରିବର୍ତ୍ତନ କରି ବିମାନରୁ ଓହ୍ଲାଇ ପଡିଥିଲେ । ଏହାପରେ ଏୟାରଲାଇନ୍ସ ମେମ୍ବର କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (CISF)କୁ ସୂଚନା ପ୍ରଦାନ କରିଥିଲେ । ତେବେ ସିଆଇଏସଫ ଯବାନ ପଚରାଉଚରା କରିବା ସମୟରେ ସେ ନିଜକୁ ଆତଙ୍କବାଦୀ ଦର୍ଶାଇଥିଲେ । ଏହାପରେ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା । ତେବେ ସିଆରପିଏଫ ଅଧିକାରୀଙ୍କ କହିବା ଅନୁସାରେ, ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବେଙ୍ଗାଲୁରୁ ବିମାନବନ୍ଦରରୁ ୨୬ କୋଟି ଟଙ୍କାର କୋକେନ ଜବତ, କେନିୟା ମହିଳା ଗିରଫ

ସୂଚନା ଅନୁସାରେ, ଗିରଫ ହୋଇଥିବା ଛାତ୍ରଜଣକ ବେଙ୍ଗାଲୁରୁର ଏକ ଇଞ୍ଜିନିୟରିଂ କଲେଜରେ ବିଟେକ ପଢୁଥିଲେ । ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ପରିବାର ଲୋକେ ଘରକୁ ଆସିବା ପାଇଁ ତାଗିଦ କରିଥିଲେ । ତେବେ ଘରକୁ ଗଲେ ପିତାମାତା ଗାଳି ଦେବା ଭୟରେ ଏକ ଉପାୟ ବାହାର କରିଥିଲେ ଏବଂ ନିଜକୁ ଆତଙ୍କବାଦୀ ବୋଲି ଧମାକା ମଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.